ଜଳପ୍ରପାତ ପାଖରେ କରୁଥିଲେ ରିଲ୍ସ, ହଠାତ୍‌ ୨ ଯବତୀ…

ମାଲକାନଗିରି, ୭ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଗୋବିନ୍ଦପାଲ୍ଲି ନିଟକରେ ଥିବା ଗୁମ୍ମାଝରଣ ଜଳପ୍ରପାତ ଏକ ମନୋରମ ସ୍ଥାନ। ଏଠାକୁ ଅନେକେ ଭ୍ରମଣ ନିମନ୍ତେ ଯାଇଥାନ୍ତି। କୁଡୁମୁଲୁଗୁମ୍ମା ଅଞ୍ଚଳର ୨ ଯୁବତୀ ମଧ୍ୟ ନିଜ ପରିବାର ସହ ପିକନିକ ପାଇଁ ମଙ୍ଗଳବାର ଏଠାକୁ ଆସିଥିଲେ। ତେବେ ସେଠାରେ ଏମାନେ ବୁଲାବୁଲି କରିବା ସହ ଖୁସିରେ ରିଲ୍ସ କରୁଥିଲେ। ଏହି ସମୟରେ ଅସାବଧାନତା କାରଣରୁ ସେମାନଙ୍କ ଗୋଡ଼ ଖସି ପାଣି ଭିତରେ ଖସି ପଡିଥିଲେ। ଜଳପ୍ରପାତର ପ୍ରଖର ସ୍ରୋତ ଓ […] The post ଜଳପ୍ରପାତ ପାଖରେ କରୁଥିଲେ ରିଲ୍ସ, ହଠାତ୍‌ ୨ ଯବତୀ… appeared first on Dharitri Odia News.

ଜଳପ୍ରପାତ ପାଖରେ କରୁଥିଲେ ରିଲ୍ସ, ହଠାତ୍‌ ୨ ଯବତୀ…

ମାଲକାନଗିରି, ୭ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଗୋବିନ୍ଦପାଲ୍ଲି ନିଟକରେ ଥିବା ଗୁମ୍ମାଝରଣ ଜଳପ୍ରପାତ ଏକ ମନୋରମ ସ୍ଥାନ। ଏଠାକୁ ଅନେକେ ଭ୍ରମଣ ନିମନ୍ତେ ଯାଇଥାନ୍ତି। କୁଡୁମୁଲୁଗୁମ୍ମା ଅଞ୍ଚଳର ୨ ଯୁବତୀ ମଧ୍ୟ ନିଜ ପରିବାର ସହ ପିକନିକ ପାଇଁ ମଙ୍ଗଳବାର ଏଠାକୁ ଆସିଥିଲେ। ତେବେ ସେଠାରେ ଏମାନେ ବୁଲାବୁଲି କରିବା ସହ ଖୁସିରେ ରିଲ୍ସ କରୁଥିଲେ। ଏହି ସମୟରେ ଅସାବଧାନତା କାରଣରୁ ସେମାନଙ୍କ ଗୋଡ଼ ଖସି ପାଣି ଭିତରେ ଖସି ପଡିଥିଲେ। ଜଳପ୍ରପାତର ପ୍ରଖର ସ୍ରୋତ ଓ ଗଭୀର ଯୋଗୁ ସେମାନେ ଆଉ ବାହାରକୁ ଆସି ନ ପାରି ଚିତ୍କାର କରିଥିଲେ। ନିକଟରେ ଥିବା ପରିବାର ଲୋକେ ମଧ୍ୟ ଭୟଭୀତ ଓ ଅସହାୟ ହୋଇ ପଡିଥିଲେ। ଏହା ଦେଖି ସେମାନଙ୍କ ସହ ଯାଇଥିବା ଗୋବିନ୍ଦପାଲ୍ଲିର ୨ ଜଣ ଡ୍ରାଇଭର ଜିତୁ ଗୌଡ ଓ ଦୀପକ ଗୌଡ ଜୀବନକୁ ବାଜି ଲଗାଇ ପାଣି ଭିତରକୁ ଡେଇଁ ୨ ଯୁବତୀଙ୍କୁ ଉଦ୍ଧାର କରିଥିଲେ।

The post ଜଳପ୍ରପାତ ପାଖରେ କରୁଥିଲେ ରିଲ୍ସ, ହଠାତ୍‌ ୨ ଯବତୀ… appeared first on Dharitri Odia News.