ଭିଜିଲାନ୍ସ ଜାଲରେ ଡାବୁଗାଁ ଥାନା ଏଏସ୍‌ଆଇ ସୀମାଞ୍ଚଳ ମହାରଣା

ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଏଏସଆଇ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୁଲିସ ଥାନାର ଏଏସଆଇ ସୀମାଞ୍ଚଳ ମହାରଣାଙ୍କୁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଜଣେ ଅଭିଯୁକ୍ତଙ୍କ ମାମଲା କୋହଳ ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଟିମକୁ ଦେଖି ଏଏସଆଇ ସୀମାଞ୍ଚଳ ଲାଞ୍ଚ ଟଙ୍କା ପୁଲିସ ଥାନା ମାଲଖାନାରେ ଫିଙ୍ଗି ଦେଇଥିଲେ। ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା […]

ଭିଜିଲାନ୍ସ ଜାଲରେ ଡାବୁଗାଁ ଥାନା ଏଏସ୍‌ଆଇ ସୀମାଞ୍ଚଳ ମହାରଣା
Vigilance caught the ASI of kiakata police station while taking bribe

ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଏଏସଆଇ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୁଲିସ ଥାନାର ଏଏସଆଇ ସୀମାଞ୍ଚଳ ମହାରଣାଙ୍କୁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍।

ଜଣେ ଅଭିଯୁକ୍ତଙ୍କ ମାମଲା କୋହଳ ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଟିମକୁ ଦେଖି ଏଏସଆଇ ସୀମାଞ୍ଚଳ ଲାଞ୍ଚ ଟଙ୍କା ପୁଲିସ ଥାନା ମାଲଖାନାରେ ଫିଙ୍ଗି ଦେଇଥିଲେ। ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା ଜବତ କରିଛି । ଏହାପରେ ଏଏସଆଇଙ୍କ ଦୁଇଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ।

ସୂଚନାଯୋଗ୍ୟ ଆଜି ମଧ୍ୟ କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଭଦ୍ରେଶ୍ଵର ଥାନା ଏଏସଆଇ ଆଲୋକ କୁମାର ଷଡ଼ଙ୍ଗୀଙ୍କୁ ଭିଜିଲାନ୍ସ ଧରିଛି। କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଥିବା ଭାଉଁରିଆ ପଞ୍ଚାୟତ ନହଙ୍ଗ ଗ୍ରାମର ଜଗବନ୍ଧୁ ରାଉତଙ୍କ ବିରୋଧରେ ଥିବା କେସ୍ ଦଫା କୋହଳ କରିବା ପାଇଁ ଆଲୋକ କୁମାର ଷଡ଼ଙ୍ଗୀ ୮୦୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।