ମାର୍କ୍ୱେଜ ଭାରତୀୟ ଫୁଟ୍ବଲ ଦଳର ମୁଖ୍ୟ କୋଚ୍
ଆଦିଲ୍ଲୀ, ୨୦ା୭: ସ୍ପେନ୍ର ମାନୋଲୋ ମାର୍କ୍ୱେଜ ଭାରତୀୟ ସିନିୟର ପୁରୁଷ ଫୁଟ୍ବଲ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ମନୋନୀତ ହୋଇଛନ୍ତି। ବହିଷ୍କୃତ ଇଗର ଷ୍ଟିମାକ୍ଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ମାର୍କ୍ୱେଜ ବର୍ତ୍ତମାନ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଦଳ ଗୋଆ ଏଫ୍ସିର ଦାୟିତ୍ୱରେ ଅଛନ୍ତି। ଶନିବାର ଏଠାରେ ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍)ର କାର୍ଯ୍ୟନିର୍ବାହୀ କମିଟି ବୈଠକ ବସିଥିଲା। ଏଥିରେ ୫୫ବର୍ଷୀୟ ମାର୍କ୍ୱେଜଙ୍କ ନିଯୁକ୍ତି ଚୂଡ଼ାନ୍ତ ହୋଇଥିଲା। ଜାତୀୟ ଦଳ ପାଇଁ ଫୁଲ୍ […] The post ମାର୍କ୍ୱେଜ ଭାରତୀୟ ଫୁଟ୍ବଲ ଦଳର ମୁଖ୍ୟ କୋଚ୍ appeared first on Dharitri Odia News.
ଆଦିଲ୍ଲୀ, ୨୦ା୭: ସ୍ପେନ୍ର ମାନୋଲୋ ମାର୍କ୍ୱେଜ ଭାରତୀୟ ସିନିୟର ପୁରୁଷ ଫୁଟ୍ବଲ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ମନୋନୀତ ହୋଇଛନ୍ତି। ବହିଷ୍କୃତ ଇଗର ଷ୍ଟିମାକ୍ଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ମାର୍କ୍ୱେଜ ବର୍ତ୍ତମାନ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଦଳ ଗୋଆ ଏଫ୍ସିର ଦାୟିତ୍ୱରେ ଅଛନ୍ତି। ଶନିବାର ଏଠାରେ ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍)ର କାର୍ଯ୍ୟନିର୍ବାହୀ କମିଟି ବୈଠକ ବସିଥିଲା। ଏଥିରେ ୫୫ବର୍ଷୀୟ ମାର୍କ୍ୱେଜଙ୍କ ନିଯୁକ୍ତି ଚୂଡ଼ାନ୍ତ ହୋଇଥିଲା।
ଜାତୀୟ ଦଳ ପାଇଁ ଫୁଲ୍ ଟାଇମ୍ କାର୍ଯ୍ୟ କରିବା ପୂର୍ବରୁ ୨୦୨୪-୨୫ ସିଜନରେ ଏହି ସ୍ପାନିଶ କୋଚ୍ ବର୍ତ୍ତମାନ ପାଇଁ ଉଭୟ ଆଇଏସ୍ଏଲ୍ ଫ୍ରାଞ୍ଚାଇଜ ଓ ଭାରତୀୟ ଦଳର ମୁଖ୍ୟ କୋଚ ଭାବେ ଦ୍ୱୈତ ଦାୟିତ୍ୱ ନିର୍ବାହ କରିବେ। ମୁଖ୍ୟ କୋଚ୍ ଭାବେ ମାର୍କ୍ୱେଜଙ୍କ କାର୍ଯ୍ୟକାଳ ଅବଧି ସମ୍ପର୍କରେ ଏଆଇଏଫ୍ଏଫ୍ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ଭାରତୀୟ ଦଳ ୨୦୨୬ ଫିଫା ବିଶ୍ୱକପ୍ କ୍ୱାଲିଫାୟର୍ସର ତୃତୀୟ ରାଉଣ୍ଡରେ ପ୍ରବେଶ କରି ନ ପାରିବାରୁ ଜୁନ୍ ୧୭ରେ ଷ୍ଟିମାକ୍ ମୁଖ୍ୟ କୋଚ୍ ପଦବୀରୁ ବହିଷ୍କୃତ ହୋଇଥିଲେ।
ସୂଚନାଯୋଗ୍ୟ, ମାର୍କ୍ୱେଜ ୨୦୨୦ରୁ ଭାରତୀରେ ଦଳର କୋଚିଂ ଦେଇ ଆସୁଛନ୍ତି। ସେ ଦୁଇଟି ଆଇଏସ୍ଏଲ କ୍ଲବ ପାଇଁ କାର୍ଯ୍ୟ କରିଛନ୍ତି। ସେ ଏଫ୍ସି ଗୋଆ (୨୦୨୩-ବର୍ତ୍ତମାନ)ରେ ଯୋଗ ଦେବା ପୂର୍ବରୁ ପ୍ରଥମେ ହାଇଦ୍ରାବାଦ ଏଫ୍ସି (୨୦୨୦-୨୩) ଦଳର କୋଚ୍ ଦାୟିତ୍ୱରେ ଥିଲେ। ତାଙ୍କ ତତ୍ତ୍ୱାବଧାନରେ ହାଇଦ୍ରାବାଦ ଏଫ୍ସି ୨୦୨୧-୨୨ରେ ଆଇଏସ୍ଏଲ୍ ଟାଇଟଲ ଜିତିପାରିଥିଲା। ଓଭରଅଲ୍ ମାର୍କ୍ୱେଜ ସ୍ପେନ୍ରେ ବହୁଦିନ ଧରି କୋଚ୍ ଭାବେ କାର୍ଯ୍ୟ କରିଛନ୍ତି।
ସେ ୨୦୧୭ରେ ଲା’ ଲିଗା ଦଳ ଲାସ୍ ପାମାସ ଦାୟିତ୍ୱରେ ଥିଲେ। ସେ ଆହୁରି ମଧ୍ୟ ଲସ୍ ପାମାସ ‘ବି’ ଏସ୍ପାନୟଲ ‘ବି’, ବାଡାଲୋନା, ପ୍ରାଟ୍ ଓ ୟୁରୋପା ଭଳି ସ୍ପାନିଶ ଲୋୟର ଡିଭିଜନ କ୍ଲବକୁ କୋଚିଂ ଦେଇଛନ୍ତି। ଭାରତୀୟ ସିନିୟର ଫୁଟ୍ବଲ ଦଳର ମୁଖ୍ୟ କୋଚ୍ ହେବା ମୋ ପାଇଁ ଏକ ଗୌରବର ବିଷୟ। ଭାରତ ଏକ ସୁନ୍ଦର ଦେଶ। ଏହି ଦେଶର ଲୋକମାନଙ୍କ ସହିତ ମୁଁ ସଂଶ୍ଲିଷ୍ଟ ହୋଇଯାଇଛି। ଭାରତୀୟ ଫୁଟବଲ ଯେପରି ଉଲ୍ଲେଖନୀୟ ସଫଳତା ହାସଲ କରିପାରିବ ସେ ଦିଗରେ ମୁଁ ଯଥା ସମ୍ଭବ ଉଦ୍ୟମ କରିବି ବୋଲି ମାର୍କ୍ୱେଜ କହିଛନ୍ତି।
The post ମାର୍କ୍ୱେଜ ଭାରତୀୟ ଫୁଟ୍ବଲ ଦଳର ମୁଖ୍ୟ କୋଚ୍ appeared first on Dharitri Odia News.