ରାଜକୁମାରୀଙ୍କୁ କ୍ୟାନସର, ତଥାପି ତୁଟୁନି ରାଜ ପରିବାର କଳି

ଲଣ୍ଡନ,୨୮।୩: ବ୍ରିଟିଶ ରାଜ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି। ରାଜକୁମାରୀ କେଟ ମିଡଲେଟନ କ୍ୟାନସର ରୋଗ ସହ ସଂଗ୍ରାମ କରୁଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ସ୍ବାମୀ ପ୍ରିନ୍ସ ୱିଲିୟମ ତାଙ୍କ ସାନଭାଇ ପ୍ରିନ୍ସ ହ୍ୟାରିଙ୍କୁ ଭେଟିବାକୁ ଚାହାଁନ୍ତି ନାହିଁ। କୁହାଯାଉଛି ଯେ, ହ୍ୟାରି ମେ’ରେ ବ୍ରିଟେନକୁ ଆସିପାରନ୍ତି। ଏହି ସମୟ ମଧ୍ୟରେ ସେ ତାଙ୍କ ଭାଇ ଏବଂ ଭାଉଜଙ୍କୁ ମଧ୍ୟ ଭେଟିବାର ଅଛି। ଏକ ସାକ୍ଷାତକାରରେ ପ୍ରିନ୍ସ ୱିଲିୟମଙ୍କ ବନ୍ଧୁ କହିଛନ୍ତି […] The post ରାଜକୁମାରୀଙ୍କୁ କ୍ୟାନସର, ତଥାପି ତୁଟୁନି ରାଜ ପରିବାର କଳି appeared first on Dharitri Odia News.

ରାଜକୁମାରୀଙ୍କୁ କ୍ୟାନସର, ତଥାପି ତୁଟୁନି ରାଜ ପରିବାର କଳି

ଲଣ୍ଡନ,୨୮।୩: ବ୍ରିଟିଶ ରାଜ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି। ରାଜକୁମାରୀ କେଟ ମିଡଲେଟନ କ୍ୟାନସର ରୋଗ ସହ ସଂଗ୍ରାମ କରୁଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ସ୍ବାମୀ ପ୍ରିନ୍ସ ୱିଲିୟମ ତାଙ୍କ ସାନଭାଇ ପ୍ରିନ୍ସ ହ୍ୟାରିଙ୍କୁ ଭେଟିବାକୁ ଚାହାଁନ୍ତି ନାହିଁ। କୁହାଯାଉଛି ଯେ, ହ୍ୟାରି ମେ’ରେ ବ୍ରିଟେନକୁ ଆସିପାରନ୍ତି। ଏହି ସମୟ ମଧ୍ୟରେ ସେ ତାଙ୍କ ଭାଇ ଏବଂ ଭାଉଜଙ୍କୁ ମଧ୍ୟ ଭେଟିବାର ଅଛି। ଏକ ସାକ୍ଷାତକାରରେ ପ୍ରିନ୍ସ ୱିଲିୟମଙ୍କ ବନ୍ଧୁ କହିଛନ୍ତି ଯେ, ରାଜକୀୟ ଦମ୍ପତି ଏବଂ ସେମାନଙ୍କ ପିଲାମାନେ ଏହି ସମୟରେ ଶାନ୍ତି ଆବଶ୍ୟକ କରୁଛନ୍ତି। ଯଦି ପ୍ରିନ୍ସ ହ୍ୟାରି ଏହି ସମୟ ମଧ୍ୟରେ ସେମାନଙ୍କୁ ଭେଟିବାକୁ ଆସନ୍ତି, ତେବେ ଏହା ଡ୍ରାମା ସୃଷ୍ଟି କରିପାରେ, ଯାହା ଏହି କଷ୍ଟ ସମୟରେ ଭଲ ହେବ ନାହିଁ।

 

 

The post ରାଜକୁମାରୀଙ୍କୁ କ୍ୟାନସର, ତଥାପି ତୁଟୁନି ରାଜ ପରିବାର କଳି appeared first on Dharitri Odia News.