ସବୁଠି ସୌମ୍ୟାଶ୍ରୀ ତାତି: ଦିଗପହଣ୍ଡିରେ ମହିଳା ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ଦିଗପହଣ୍ଡି,୧୬।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ମହିଳା ବିଜେଡି ପକ୍ଷରୁ ବୁଧବାର ସଂଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ତଥା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଏହି ଶୋଭାଯାତ୍ରା ବଜାର ଗାନ୍ଧୀ ଛକରୁ ବାହାରି ସନ୍ଥ ଅରକ୍ଷିତ ଦାସ ବସଷ୍ଟାଣ୍ଡରେ ପହଞ୍ଚିଥିଲା। ସେଠାରେ ମହିଳା ବିଜେଡି ସଭାପତି ଅନିତା ବେହେରା, କାର୍ଯ୍ୟକର୍ତ୍ତା ଶିବଲକ୍ଷ୍ମୀ ପଟ୍ଟନାୟକ, ବିଜୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ସମେତ କାଉନସିଲ୍ର ପ୍ରତିନିଧି ରମେଶ ଚନ୍ଦ୍ର […] The post ସବୁଠି ସୌମ୍ୟାଶ୍ରୀ ତାତି: ଦିଗପହଣ୍ଡିରେ ମହିଳା ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା appeared first on Dharitri Odia News.
ଦିଗପହଣ୍ଡି,୧୬।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ମହିଳା ବିଜେଡି ପକ୍ଷରୁ ବୁଧବାର ସଂଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ତଥା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଏହି ଶୋଭାଯାତ୍ରା ବଜାର ଗାନ୍ଧୀ ଛକରୁ ବାହାରି ସନ୍ଥ ଅରକ୍ଷିତ ଦାସ ବସଷ୍ଟାଣ୍ଡରେ ପହଞ୍ଚିଥିଲା। ସେଠାରେ ମହିଳା ବିଜେଡି ସଭାପତି ଅନିତା ବେହେରା, କାର୍ଯ୍ୟକର୍ତ୍ତା ଶିବଲକ୍ଷ୍ମୀ ପଟ୍ଟନାୟକ, ବିଜୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ସମେତ କାଉନସିଲ୍ର ପ୍ରତିନିଧି ରମେଶ ଚନ୍ଦ୍ର ଜେନା ଏବଂ ପୂର୍ବତନ କାଉନସିଲର ମାଗି ସେଠୀ ପ୍ରମୁଖ ଉପସ୍ଥିତ ରହି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବହିଷ୍କାର ଦାବୀ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ।
The post ସବୁଠି ସୌମ୍ୟାଶ୍ରୀ ତାତି: ଦିଗପହଣ୍ଡିରେ ମହିଳା ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା appeared first on Dharitri Odia News.