ରାହୁଲଙ୍କ ହିଂସକ ହିନ୍ଦୁୁ ବୟାନକୁ ନେଇ ବର୍ଷିଲେ ମୋଦି, କହିଲେ ଏମିତି ଆପଣଙ୍କ ସଂସ୍କାର…
ନୂଆଦିଲ୍ଲୀ,୨।୭: ସଂସଦରେ ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମକୁ ନେଇ ଭାଜପା ହିଂସା କରୁଛି ବୋଲି କହି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ ନେଇ ମଙ୍ଗଳବାର ସଂସଦରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀ କେବେ କଂଗ୍ରେସକୁ କ୍ଷମା କରିବେ ନାହିଁ ବୋଲି ମୋଦି କହିଛନ୍ତି। ହିନ୍ଦୁ ଧର୍ମର ସହିଷ୍ଣୁତା ନେଇ ମୋଦି ସ୍ବାମୀ ବିବେକାନନ୍ଦଙ୍କ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ୧୩୧ ବର୍ଷ ପୂର୍ବେ ସ୍ବାମୀ ବିବେକାନନ୍ଦ ଆମେରିକାର ସିକାଗୋରେ କହିଥିଲେ […] The post ରାହୁଲଙ୍କ ହିଂସକ ହିନ୍ଦୁୁ ବୟାନକୁ ନେଇ ବର୍ଷିଲେ ମୋଦି, କହିଲେ ଏମିତି ଆପଣଙ୍କ ସଂସ୍କାର… appeared first on Dharitri Odia News.
ନୂଆଦିଲ୍ଲୀ,୨।୭: ସଂସଦରେ ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମକୁ ନେଇ ଭାଜପା ହିଂସା କରୁଛି ବୋଲି କହି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ ନେଇ ମଙ୍ଗଳବାର ସଂସଦରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀ କେବେ କଂଗ୍ରେସକୁ କ୍ଷମା କରିବେ ନାହିଁ ବୋଲି ମୋଦି କହିଛନ୍ତି।
ହିନ୍ଦୁ ଧର୍ମର ସହିଷ୍ଣୁତା ନେଇ ମୋଦି ସ୍ବାମୀ ବିବେକାନନ୍ଦଙ୍କ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ୧୩୧ ବର୍ଷ ପୂର୍ବେ ସ୍ବାମୀ ବିବେକାନନ୍ଦ ଆମେରିକାର ସିକାଗୋରେ କହିଥିଲେ ଯେ, ମୁଁ ଗର୍ବିତ ଯେ ମୁଁ ସେହି ଧର୍ମରୁ ଆସୁଛି ଯେଉଁ ଧର୍ମ ସାରା ବିଶ୍ୱକୁ ସଂହିଷ୍ଣୁତା ଶିଖାଇଛି। ହେଲେ ଆଜି ଲୋକେ ହିନ୍ଦୁ ଧର୍ମକୁ ନିନ୍ଦା କରୁଛନ୍ତି।
କଥା ହେଲା ଆଜି ହିନ୍ଦୁମାନଙ୍କ ଉପରେ ମିଛି ଅଭିଯୋଗ ଲଗାଯାଉଛି। ହିନ୍ଦୁଙ୍କୁ ହିଂସକ ବୋଲି କୁହା ଗଲା ଯାଇଛି। ଏଇଟା ଆପଣଙ୍କ ସଂସ୍କାର, ଆପଣଙ୍କ ବିଚାର। ଦେଶର ହିନ୍ଦୁମାନଙ୍କ ସହ ଏଭଳି ବ୍ୟବହାରକୁ ଦେଶ ଏହାକୁ ଶତାବ୍ଦୀ ପର୍ଯ୍ୟନ୍ତ ଭୁଲିବ ନାହିଁ ବୋଲି ମୋଦି କହିଛନ୍ତି।
କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ଏମାନେ ହିନ୍ଦୁଙ୍କୁ ଆତଙ୍କବାଦୀ ବୋଲି କହିବା ସହ ତାଙ୍କୁ ଡେଙ୍ଗୁ ମ୍ୟାଲେରିଆ ବୋଲି କହୁଛନ୍ତି। ସେ କହିଛନ୍ତି ଯେ, ସଂସଦରେ ଏହି ବୟା ନ ତ୍ରୁଟି ଥିଲା ନା କୌଣସି ଷଡ଼ଯନ୍ତ୍ର ଥିଲା ହିନ୍ଦୁ ସମାଜକୁ ଏହା ଭାବିବାକୁ ପଡ଼ିବ।
The post ରାହୁଲଙ୍କ ହିଂସକ ହିନ୍ଦୁୁ ବୟାନକୁ ନେଇ ବର୍ଷିଲେ ମୋଦି, କହିଲେ ଏମିତି ଆପଣଙ୍କ ସଂସ୍କାର… appeared first on Dharitri Odia News.