ବଡ ଖବର: ଏହିଠାରୁ ରାଜ୍ୟସଭା ପ୍ରାର୍ଥୀ ହେବେ ସୋନିଆ ଗାନ୍ଧୀ !

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୬ ଫେବୃୟାରୀରେ ରାଜ୍ୟର ୫୬ ରାଜ୍ୟସଭା ସିଟ୍‌ରେ ନିର୍ବାଚନ ହେବ । ଏହି ୫୬ ସିଟ୍ ମଧ୍ୟରୁ ୯ ସିଟ୍ କଂଗ୍ରେସର ଖାତାକୁ ଯିବ ବୋଲି ଅନୁମାନ କରାଯାଉଛି । ବିଜେପି ଓ ଟିଏମ୍‌ସି ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଏହାରି ମଧ୍ୟରେ ଏବେ କଂଗ୍ରେସ ଦଳ ବି ଏହାର କିଛି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମିଳିଥିବା ସୂତ୍ରରୁ ଜଣାଯାଇଛି […]

ବଡ ଖବର: ଏହିଠାରୁ ରାଜ୍ୟସଭା ପ୍ରାର୍ଥୀ ହେବେ ସୋନିଆ ଗାନ୍ଧୀ !

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୬ ଫେବୃୟାରୀରେ ରାଜ୍ୟର ୫୬ ରାଜ୍ୟସଭା ସିଟ୍‌ରେ ନିର୍ବାଚନ ହେବ । ଏହି ୫୬ ସିଟ୍ ମଧ୍ୟରୁ ୯ ସିଟ୍ କଂଗ୍ରେସର ଖାତାକୁ ଯିବ ବୋଲି ଅନୁମାନ କରାଯାଉଛି । ବିଜେପି ଓ ଟିଏମ୍‌ସି ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଏହାରି ମଧ୍ୟରେ ଏବେ କଂଗ୍ରେସ ଦଳ ବି ଏହାର କିଛି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ମିଳିଥିବା ସୂତ୍ରରୁ ଜଣାଯାଇଛି କି ସୋନିଆ ଗାନ୍ଧୀ ଏବେ ରାଜସ୍ତାନରୁ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି । ସେହିପରି ଅଭିଷେକ ମନୁ ସିଙ୍ଘବୀ କର୍ଣ୍ଣାଟକରୁ, ଅଖିଳେଶ ପ୍ରସାଦ ସିଂହ ବିହାରରୁ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି । ପାର୍ଟି ପୁଣି ଥରେ ସୟେଦ ନାସିର ହୁସେନ୍ ଓ ଅଜୟ ମାକନଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିପାରନ୍ତି । ମିଳିଥିବା ସୂଚନା ଅନୁସାରେ ଆଗାମୀ ୧ରୁ ୨ ଦିନ ମଧ୍ୟରେ କଂଗ୍ରେସ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ।