ଭଲ ପରିବେଶ ତିଆରିପାରିଲେ ବିଦେଶୀ ନିବେଶ ବଢିବା ନିଶ୍ଚିତ: ରଘୁରାମ ରାଜନ

ନୂଆଦିଲ୍ଲୀ ୧।୬:  ଯଦି ଭାରତ ଏକ ଭଲ ପରିବେଶ ତିଆରିରେ ସଫଳ ହୁଏ ତେବେ ବିଦେଶୀ ନିବେଶରେ ବୃଦ୍ଧି ଦେଖା ଯାଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନ ରବିବାର ଏହା କହିଛନ୍ତି। ସେ କହିଛନ୍ତି ଯେ କୋଭିଡ ଓ ଚୀନର ଆଧିପତ୍ୟ ପରବର୍ତ୍ତି କାଳରେ ଗ୍ଲୋବାଲ ସପ୍ଲାଇ ଚେନ୍ ଯାଞ୍ଚ ଓ ସୁଧାର ଦେଇ ଗତି କରୁଛି। ଏଥିରେ ନିବେଶ ନିମନ୍ତେ ପରିବେଶ ସୃଷ୍ଟି କରିବା ‘ଇଣ୍ଡିଆର ମୁଭମେଣ୍ଟ’ ହୋଇପାରେ। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ପ୍ରଡକ୍ସନ ନ କରିବା ପାଇଁ ଆପଲକୁ ଧମକାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ଆରବିଆଇ ଗଭର୍ଣ୍ଣରଙ୍କ ଏହି ବୟାନ ସିଏନବିସି ଟିଭି୧୮ର ଏକ କାର୍ଯ୍ୟକ୍ରମରେ ଦେଇଛନ୍ତି। ରଘୁରାମ ରାଜନ କହିଛନ୍ତି ଯେ ସବୁ ସପ୍ଲାଇ ଚେନ ଏବେ ଯାଞ୍ଚ ମଧ୍ୟ ଦେଇ ଗତି କରୁଛନ୍ତି। ଏଥିରେ ଯଦି ଭାରତ ରେଡ କାର୍ପେଟ ବିଛାଏ ଓ ଟ୍ୟାକ୍ସରୁ ଆରମ୍ଭ କରି ନୀତିରେ ନିରନ୍ତରତା ପ୍ରଦର୍ଶନ କରେ ତେବେ ଏହାର ଭଲ ପ୍ରଭାବ ଦେଖିବାକୁ ମିଳିବ। ରାଜନ କହିଛନ୍ତି ଯେ ଇଣ୍ଡଷ୍ଟ୍ରିଆଲ ଦେଶ କେବେ ଚାହିଁବେନି ସପ୍ଲାଇ ଚେନ୍‌ ଚୀନରୁ ଭାରତକୁ ଚାଲି ଯାଉ। ଏଥିରେ ଯଦି ଭାରତ ଠିକ୍ ରୂପେ ନିଜ କାର୍ଡ ଖେଳିପାରିଲା ତେବେ ଦେଶରେ ପ୍ରଡକ୍ସନ ଲାଗି ଏକ ଭଲ ବାତାବରଣ ତିଆରି କରାଯାଇ ପାରିବ। ସେ ଜୋର ଦେଇ କହିଛନ୍ତି ଯେ ଆମକୁ ବହୁତ କାମ କରିବାକୁ ଅଛି। ଏଥିପାଇଁ ଆମ ପ୍ରୟାସ କେବଳ ପ୍ରତିକାତ୍ମକ ହ

ଭଲ ପରିବେଶ ତିଆରିପାରିଲେ ବିଦେଶୀ ନିବେଶ ବଢିବା ନିଶ୍ଚିତ: ରଘୁରାମ ରାଜନ

ନୂଆଦିଲ୍ଲୀ ୧।୬:  ଯଦି ଭାରତ ଏକ ଭଲ ପରିବେଶ ତିଆରିରେ ସଫଳ ହୁଏ ତେବେ ବିଦେଶୀ ନିବେଶରେ ବୃଦ୍ଧି ଦେଖା ଯାଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନ ରବିବାର ଏହା କହିଛନ୍ତି। ସେ କହିଛନ୍ତି ଯେ କୋଭିଡ ଓ ଚୀନର ଆଧିପତ୍ୟ ପରବର୍ତ୍ତି କାଳରେ ଗ୍ଲୋବାଲ ସପ୍ଲାଇ ଚେନ୍ ଯାଞ୍ଚ ଓ ସୁଧାର ଦେଇ ଗତି କରୁଛି। ଏଥିରେ ନିବେଶ ନିମନ୍ତେ ପରିବେଶ ସୃଷ୍ଟି କରିବା ‘ଇଣ୍ଡିଆର ମୁଭମେଣ୍ଟ’ ହୋଇପାରେ। 

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ପ୍ରଡକ୍ସନ ନ କରିବା ପାଇଁ ଆପଲକୁ ଧମକାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ଆରବିଆଇ ଗଭର୍ଣ୍ଣରଙ୍କ ଏହି ବୟାନ ସିଏନବିସି ଟିଭି୧୮ର ଏକ କାର୍ଯ୍ୟକ୍ରମରେ ଦେଇଛନ୍ତି। ରଘୁରାମ ରାଜନ କହିଛନ୍ତି ଯେ ସବୁ ସପ୍ଲାଇ ଚେନ ଏବେ ଯାଞ୍ଚ ମଧ୍ୟ ଦେଇ ଗତି କରୁଛନ୍ତି। ଏଥିରେ ଯଦି ଭାରତ ରେଡ କାର୍ପେଟ ବିଛାଏ ଓ ଟ୍ୟାକ୍ସରୁ ଆରମ୍ଭ କରି ନୀତିରେ ନିରନ୍ତରତା ପ୍ରଦର୍ଶନ କରେ ତେବେ ଏହାର ଭଲ ପ୍ରଭାବ ଦେଖିବାକୁ ମିଳିବ। 

ରାଜନ କହିଛନ୍ତି ଯେ ଇଣ୍ଡଷ୍ଟ୍ରିଆଲ ଦେଶ କେବେ ଚାହିଁବେନି ସପ୍ଲାଇ ଚେନ୍‌ ଚୀନରୁ ଭାରତକୁ ଚାଲି ଯାଉ। ଏଥିରେ ଯଦି ଭାରତ ଠିକ୍ ରୂପେ ନିଜ କାର୍ଡ ଖେଳିପାରିଲା ତେବେ ଦେଶରେ ପ୍ରଡକ୍ସନ ଲାଗି ଏକ ଭଲ ବାତାବରଣ ତିଆରି କରାଯାଇ ପାରିବ। ସେ ଜୋର ଦେଇ କହିଛନ୍ତି ଯେ ଆମକୁ ବହୁତ କାମ କରିବାକୁ ଅଛି। ଏଥିପାଇଁ ଆମ ପ୍ରୟାସ କେବଳ ପ୍ରତିକାତ୍ମକ ହେବା କଥା ନୁହେଁ। ଆମକୁ ଦୃଢ ପଦକ୍ଷେପ ନେବାକୁ ପଡିବ, ଯାହା ଆମେ ଗତ କିଛି ବର୍ଷ ହେଲା ଠିକ୍ ଭାବେ କରୁ ନାହେଁ। 

ଗତ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲକୁ ଭାରତରେ ଉତ୍ପାଦନ ନ କରିବାକୁ ଧମକାଇଥିଲେ। ଟ୍ରମ୍ପ କହିଥିଲେ ଯେଦି ଭାରତରେ ତିଆରି ଆଇ ଫୋନ ଆମେରିକାରେ ବିକ୍ରି ହୁଏ ଏହା ଉପରେ ଟାରିଫ ଲଗାଇବେ। ଏଥିରେ ସେ ୨୫% ପର୍ଯ୍ୟନ୍ତ ଟାରିଫ ଲଗାଇବାକୁ ମଧ୍ୟ କହିଥିଲେ। ଏହି ପ୍ରସଙ୍ଗ ଉପରେ ରାଜନ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଏପରି କେହି ସିଇଓ ନାହାନ୍ତି ଯିଏ ଟ୍ରମ୍ପ ପ୍ରଶାସନ ବିରୋଧରେ ଯାଇ ପାରିବେ।