ନୂଆ ବର୍ଷରୁ BSKY-ନବୀନ କାର୍ଡର ଶୁଭାରମ୍ଭ । ଜାଣନ୍ତୁ, କେମିତି କରିବେ ଆବେଦନ?
କନକ ବ୍ୟୁରୋ: ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଏସକେୱାଇ୍-ନବୀନ କାର୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆସନ୍ତା ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହେବ । ପଞ୍ଚାୟତସ୍ତରରେ ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ତେବେ ଆସନ୍ତୁ ଜାଣିବା କିଭଳି ଏହାର ଆବଦେନ କରିବେ ଓ ଏହାର ପ୍ରକ୍ରିୟା କଣ ? କିଏ ପାଇବେ ଯୋଜନାର ଲାଭ? ସରକାରୀ କର୍ମଚାରୀ, ପେନସନଭୋଗୀ, ଅବସରପ୍ରାପ୍ତ […] The post ନୂଆ ବର୍ଷରୁ BSKY-ନବୀନ କାର୍ଡର ଶୁଭାରମ୍ଭ । ଜାଣନ୍ତୁ, କେମିତି କରିବେ ଆବେଦନ? first appeared on Kanak News.

କନକ ବ୍ୟୁରୋ: ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଏସକେୱାଇ୍-ନବୀନ କାର୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆସନ୍ତା ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହେବ । ପଞ୍ଚାୟତସ୍ତରରେ ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ତେବେ ଆସନ୍ତୁ ଜାଣିବା କିଭଳି ଏହାର ଆବଦେନ କରିବେ ଓ ଏହାର ପ୍ରକ୍ରିୟା କଣ ?
କିଏ ପାଇବେ ଯୋଜନାର ଲାଭ?
- ସରକାରୀ କର୍ମଚାରୀ, ପେନସନଭୋଗୀ, ଅବସରପ୍ରାପ୍ତ କର୍ମଚାରୀ ଓ ଆୟକରଦାତାଙ୍କୁ ଏହି ଯୋଜନାରୁ ବାଦ ଦେଇ ଅନ୍ୟ ସମସ୍ତଙ୍କୁ ସାମିଲ କରାଯିବ
- ଆସନ୍ତା ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହେବ
- ପଞ୍ଚାୟତ ସ୍ତରରେ ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ପଞ୍ଜିକରଣ କରିପାରିବେ
- ମେ’ ମାସ ୧ ତାରିଖରୁ ଏହି ଯୋଜନା ଉପଲବ୍ଧ ହେବ
କେମିତି କରିବେ ଆବେଦନ?
- www.bskynabin.odisha.gov.in ଜରିଆରେ କରିବେ ଆବେଦନ
- ପାଖରେ ରାସନକାର୍ଡ ନଥିଲେ ମଧ୍ୟ କାର୍ଡ ପାଇଁ ଆବେଦନ କରିପାରିବେ
- ମୋ ସେବା କେନ୍ଦ୍ରରେ ବିନା ଦେୟରେ କରିପାରିବେ ଆବେଦନ
- ଅଫଲାଇନ୍ ଦରଖାସ୍ତ ଗ୍ରହଣ କରାଯିବାର ବ୍ୟବସ୍ଥା ନାହିଁ
- ସରକାରୀ ଚାକିରିଆ, ପେନସନଭୋଗୀ ଓ ଆୟକରଦାତା ସୁବିଧା ପାଇପାରିବେ ନାହିଁ
ପଞ୍ଜିିକରଣ ପାଇଁ ଆବଶ୍ୟକ କାଗଜପତ୍ର
- ପରିବାର ମୁଖ୍ୟଙ୍କ ନାଁରେ ପଞ୍ଜିିକରଣ ହେବା ଆବଶ୍ୟକ
- ଦରଖାସ୍ତକାରୀଙ୍କ ପାଇଁ ଆଧାର ଭିତ୍ତିିକ ଇ-କେୱାଇସି ବାଧ୍ୟତାମୂଳକ
- ୧୮ ବର୍ଷରୁ ଉର୍ଦ୍ଧ୍ୱ ସଦସ୍ୟମାନଙ୍କର ଭୋଟ୍ ପରିଚୟପତ୍ର ଥିବା ଆବଶ୍ୟକ
- ଦରଖାସ୍ତକାରୀଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ସହ ସଂଯୋଗ ହୋଇଥିବ
- ୫ ବର୍ଷରୁ କମ ପିଲାଙ୍କ ଆଧାର କାର୍ଡ ନଥିଲେ ୩୦ ଜୁନ୍ ସୁ୍ଦ୍ଧା ଆଧାର ନମ୍ବର ଦାଖଲ ପାଇଁ ଅଣ୍ଡରଟେକିଂ ଦେବାକୁ ପଡ଼ିବ
The post ନୂଆ ବର୍ଷରୁ BSKY-ନବୀନ କାର୍ଡର ଶୁଭାରମ୍ଭ । ଜାଣନ୍ତୁ, କେମିତି କରିବେ ଆବେଦନ? first appeared on Kanak News.