ଖୋର୍ଦ୍ଧା ଜେଲ୍‌ରେ ଦୁଇ ଗୋଷ୍ଠୀ ହାତାହାତି, ୭ ଜଣଙ୍କ ନାଁରେ ମାମଲା ରୁଜୁ

ଖୋର୍ଦ୍ଧା ୧୮।୩: ଖୋର୍ଦ୍ଧା ଜେଲ୍‌ରୁ ମୋବାଇଲ ମିଳିବା ଘଟଣା ପରେ ଆସାମୀ ଭିତରେ କୁହୁଳୁଛି  ଅଶାନ୍ତି । ରବିବାର ଖୋର୍ଦ୍ଧା ଜେଲରେ ଅପରାଧି ଗୋଷ୍ଠୀ ଜଣେ ଅନ୍ତବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ କରିଛନ୍ତି ସଙ୍ଘବଦ୍ଧ ଆକ୍ରମଣ । ଏନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଆକ୍ରମଣର ଶିକାର ହୋଇଛି ଆସାମୀ ପ୍ରକାଶ ନାୟକ । ସେ କୋରେକ୍ସ କଫ ସିରପ୍ ଚୋରା ବିକ୍ରି କରିବା ମାମଲାରେ ରିରଫ ହୋଇଥିଲା । ଜେଲ୍‌ରୁ ମୋବାଇଲ ମିଳିବା ଘଟଣାରେ ପୋଲିସକୁ ସୂଚନା ଦେଉଥିବା ସନ୍ଦେହ କରି ଆକ୍ରମଣ କରିଥିଲେ ଅନ୍ୟ କଏଦୀ । ପୂର୍ବରୁ ବ୍ରାଉନସୁଗାର ଓ ହତ୍ୟା ଘଟଣାରେ ଜେଲ୍‌ରେ ଥିବା ଆସାମୀମାନଙ୍କ ଠାରୁ ମିଳିଥିଲା ୯ ଗୋଟି ମୋବାଇଲ । ମୋବାଇଲ ମିଳିବା ପରେ ତାକୁ ଆଧାର କରି କିପରି ମୋବାଇଲ ଜେଲ୍‌ ଭିତରକୁ ଆସିଲା ଏହାର ଖୋଳତାଡ କରୁଛି ପୋଲିସ । ପୋଲିସ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣା ପରେ ଜେଲ ଭିତରେ ଯେ ସବୁ ଠିକଠାକ ଚାଲି ନାହିଁ ତାହା ଅନୁମାନ କରାଯାଉଛି । ସେପଟେ ଜେଲର ଏହି ଘଟଣାକୁ ସ୍ୱୀକାର କରିଥିବା ବେଳେ ୭ ଜଣଙ୍କ ନାଁରେ ମାମଲା ହୋଇଥିବା କହିଛନ୍ତି । You Can Read :୬ ମାସ ପରେ ଖୋଲିଲା ମା’ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି, ଚାଲିଛି ଗଣତି 

ଖୋର୍ଦ୍ଧା ଜେଲ୍‌ରେ ଦୁଇ ଗୋଷ୍ଠୀ ହାତାହାତି, ୭ ଜଣଙ୍କ ନାଁରେ ମାମଲା ରୁଜୁ

ଖୋର୍ଦ୍ଧା ୩: ଖୋର୍ଦ୍ଧା ଜେଲ୍‌ରୁ ମୋବାଇଲ ମିଳିବା ଘଟଣା ପରେ ଆସାମୀ ଭିତରେ କୁହୁଳୁଛି  ଅଶାନ୍ତି । ରବିବାର ଖୋର୍ଦ୍ଧା ଜେଲରେ ଅପରାଧି ଗୋଷ୍ଠୀ ଜଣେ ଅନ୍ତବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ କରିଛନ୍ତି ସଙ୍ଘବଦ୍ଧ ଆକ୍ରମଣ । ଏନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଆକ୍ରମଣର ଶିକାର ହୋଇଛି ଆସାମୀ ପ୍ରକାଶ ନାୟକ । ସେ କୋରେକ୍ସ କଫ ସିରପ୍ ଚୋରା ବିକ୍ରି କରିବା ମାମଲାରେ ରିରଫ ହୋଇଥିଲା । 

ଜେଲ୍‌ରୁ ମୋବାଇଲ ମିଳିବା ଘଟଣାରେ ପୋଲିସକୁ ସୂଚନା ଦେଉଥିବା ସନ୍ଦେହ କରି ଆକ୍ରମଣ କରିଥିଲେ ଅନ୍ୟ କଏଦୀ । ପୂର୍ବରୁ ବ୍ରାଉନସୁଗାର ଓ ହତ୍ୟା ଘଟଣାରେ ଜେଲ୍‌ରେ ଥିବା ଆସାମୀମାନଙ୍କ ଠାରୁ ମିଳିଥିଲା ୯ ଗୋଟି ମୋବାଇଲ । ମୋବାଇଲ ମିଳିବା ପରେ ତାକୁ ଆଧାର କରି କିପରି ମୋବାଇଲ ଜେଲ୍‌ ଭିତରକୁ ଆସିଲା ଏହାର ଖୋଳତାଡ କରୁଛି ପୋଲିସ । ପୋଲିସ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣା ପରେ ଜେଲ ଭିତରେ ଯେ ସବୁ ଠିକଠାକ ଚାଲି ନାହିଁ ତାହା ଅନୁମାନ କରାଯାଉଛି । ସେପଟେ ଜେଲର ଏହି ଘଟଣାକୁ ସ୍ୱୀକାର କରିଥିବା ବେଳେ ୭ ଜଣଙ୍କ ନାଁରେ ମାମଲା ହୋଇଥିବା କହିଛନ୍ତି ।

 You Can Read :

୬ ମାସ ପରେ ଖୋଲିଲା ମା’ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି, ଚାଲିଛି ଗଣତି