ଷ୍ଟେଜ୍‌ରେ ରାମ ଭୂମିକାରେ କରୁଥିଲେ ଅଭିନୟ, ଆସିଲା ହାର୍ଟଆଟାକ୍‌, ଆଉ ତା’ ପରେ…

ନୂଆଦିଲ୍ଲୀ,୬ା୧୦: ଦିଲ୍ଲୀର ଶାହାଦରା ଅଞ୍ଚଳରେ ଷ୍ଟେଜ୍‌ରେ ରାମଲୀଳା ଚାଲିଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି। ରାମ ଭୂମିକାରେ ଅଭିନୟ କରୁଥିବା ସୁଶୀଲ କୌଶିକ୍‌ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ଷ୍ଟେଜ୍‌ରୁ ଓହ୍ଲାଇବା ଦେଖି ଲୋକମାନେ ଦୌଡ଼ି ଯାଇଥିଲେ। ସୁଶୀଲଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା, ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସୁଶୀଲଙ୍କ ବୟସ ୫୪ ବର୍ଷ ସୁଶୀଲ ଜଣେ ପ୍ରପର୍ଟି ଡିଲର ଥିଲେ। ସେ ଦୀର୍ଘ ୩୨ ବର୍ଷ […] The post ଷ୍ଟେଜ୍‌ରେ ରାମ ଭୂମିକାରେ କରୁଥିଲେ ଅଭିନୟ, ଆସିଲା ହାର୍ଟଆଟାକ୍‌, ଆଉ ତା’ ପରେ… appeared first on Dharitri Odia News.

ଷ୍ଟେଜ୍‌ରେ ରାମ ଭୂମିକାରେ କରୁଥିଲେ ଅଭିନୟ, ଆସିଲା ହାର୍ଟଆଟାକ୍‌, ଆଉ ତା’ ପରେ…

ନୂଆଦିଲ୍ଲୀ,୬ା୧୦: ଦିଲ୍ଲୀର ଶାହାଦରା ଅଞ୍ଚଳରେ ଷ୍ଟେଜ୍‌ରେ ରାମଲୀଳା ଚାଲିଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି। ରାମ ଭୂମିକାରେ ଅଭିନୟ କରୁଥିବା ସୁଶୀଲ କୌଶିକ୍‌ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ଷ୍ଟେଜ୍‌ରୁ ଓହ୍ଲାଇବା ଦେଖି ଲୋକମାନେ ଦୌଡ଼ି ଯାଇଥିଲେ। ସୁଶୀଲଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା, ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସୁଶୀଲଙ୍କ ବୟସ ୫୪ ବର୍ଷ
ସୁଶୀଲ ଜଣେ ପ୍ରପର୍ଟି ଡିଲର ଥିଲେ। ସେ ଦୀର୍ଘ ୩୨ ବର୍ଷ ଧରି ରାମଲୀଳା ସହ ଜଡ଼ିତ ଥିଲେ।

ରାମଲୀଳା ଚାଲିଥିବା ବେଳେ ସୁଶୀଲ ଅସୁସ୍ଥତା ଅନୁଭବ କରିବା ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳେ ଯେ, ଭଜନ ବ୍ୟାକ୍‌ଗ୍ରାଉଣ୍ଡ୍‌ରୁ ଆସୁଛି ଏବଂ ରାମଙ୍କ ଚରିତ୍ରରେ ଅଭିନୟ କରୁଥିବା ସୁଶୀଲ ମଧ୍ୟ ବସି ବସିଛନ୍ତି। ତା’ପରେ ସେ ଉଠି ଟିକିଏ ଚାଲୁଛନ୍ତି ଏବଂ ହଠାତ୍‌ ଛାତିରେ ଯନ୍ତ୍ରଣା ଆରମ୍ଭ ହେଉଛି, ଯାହା ପରେ ସେ ଷ୍ଟେଜ୍‌ ପଛକୁ ଚାଲିଯାଉଛନ୍ତି। ସୁଶୀଲ ବିଶ୍ୱକର୍ମାନଗର ଅଞ୍ଚଳର ବାସିନ୍ଦା ଥିଲେ।

ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଜଣେ ବ୍ୟକ୍ତି ହଠାତ୍‌ ଏକ ବ୍ୟାଙ୍କ ଚେୟାରରୁ ମଧ୍ୟ ଟଳିପଡ଼ିଥିଲେ। ଆଉ ଜଣେ ବ୍ୟକ୍ତି ମଲ୍‌ରେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା। ମଞ୍ଚରେ ନାଚୁଥିବାବେଳେ, ବାଇକ୍‌ ଚଲାଉଥିବାବେଳେ କିମ୍ବା ଜିମ୍‌ରେ ବ୍ୟାୟାମ କରୁଥିବାବେଳେ ମଧ୍ୟ ହାର୍ଟଆଟାକ୍‌ରେ କିଛି ଲୋକ ପ୍ରାଣ ହରାଇଥିବାର ନଜିର ରହିଛି। ଯେଉଁ ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ।

The post ଷ୍ଟେଜ୍‌ରେ ରାମ ଭୂମିକାରେ କରୁଥିଲେ ଅଭିନୟ, ଆସିଲା ହାର୍ଟଆଟାକ୍‌, ଆଉ ତା’ ପରେ… appeared first on Dharitri Odia News.