ସଂପୂର୍ଣ୍ଣ ଭଙ୍ଗାଯାଇ ବାରବାଟୀ ଷ୍ଟାଡିୟମର ହେବ ନବକଳେବର
ପୁଣି ନୂଆ କରି ତିଆରି ହେବ ବାରବାଟୀ ଷ୍ଟାଡିୟମ୍। ବର୍ତ୍ତମାନର ଷ୍ଟାଡିୟମ୍ ଭଙ୍ଗାହେବ, ତାରି ସ୍ଥାନରେ ୭ ଶହ କୋଟି ଟଙ୍କା ବ୍ୟୟରେ ଠିଆହେବ ବିଶ୍ୱସ୍ତରୀୟ ବାରବାଟୀ ସ୍ପୋର୍ଟସ କମ୍ପ୍ଲେକ୍ସ।
ପୂରା ଭଙ୍ଗାହେବ, ସଂପୂର୍ଣ୍ଣ ନୂଆ ହେବ। ନୂଆ ରୂପରେ ଦେଖିବାକୁ ମିଳିବ କଟକ ବାରବାଟୀ ଷ୍ଟାଡିୟମ୍। ୭ ଶହ କୋଟି ଟଙ୍କାର ବ୍ୟୟବରାଦରେ ନୂଆ ଲୁକ୍ ପାଇବ ବାରବାଟୀ ଷ୍ଟାଡିୟମ। ଓସିଏ ସଂପାଦକଙ୍କ ସୂଚନା ଅନୁଯାୟୀ, ପୂରା ଷ୍ଟାଡିୟମକୁ ନୂଆ ରୂପରେ ନିର୍ମାଣ କରାଯିବ। ବାରବାଟୀ ହେବ ବିଶ୍ୱସ୍ତରୀୟ ବାରବାଟୀ ସ୍ପୋର୍ଟସ କଂପ୍ଲେକ୍ସ। ଯେଉଁଠି ରହିବ ଅତ୍ୟାଧୁନିକ ଜିମ୍, ସ୍ପା, ଟେବୁଲ୍ ଟେନିସ୍, ସୁଇମିଂପୁଲ୍, ଫାଇଭ ଷ୍ଟାର ହୋଟେଲ ଭଳି ରେଷ୍ଟୁରାଣ୍ଟ ସାଙ୍ଗକୁ ଆନ୍ତର୍ଜାତିକ ଷ୍ଟାଡିୟମ ଭଳି ସବୁ ଅତ୍ୟାଧୁନିକ ସୁବିଧା ସୁଯୋଗ। ବର୍ତ୍ତମାନ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୪୨ ହଜାର ଥିବାବେଳେ ତାହା ୬୦ ହଜାରକୁ ବଢ଼ାଯିବ। ବାରବାଟୀ ଷ୍ଟାଡିୟମକୁ କେବଳ କ୍ରିକେଟ ପାଇଁ ଉଦ୍ଦିଷ୍ଟ ରଖାଯିବାକୁ ଥିବାବେଳେ ଅନ୍ୟଖେଳଗୁଡିକ ପାଇଁ ଅନ୍ୟତ୍ର ବ୍ୟବସ୍ଥା କରାଯିବ।