ସମ୍ବଲପୁର ସହରରେ ଫୁଟିଲା ବୋମା, ୩ ଆହତ
ସମ୍ବଲପୁର: ସମ୍ବଲପୁରରେ ବୋମା ମାଡ଼ | ସହରର ପିରବାବା ଛକରେ ହୋଲି ଦିନ ସନ୍ଧ୍ୟାରେ ବୋମାମାଡ ହୋଇଛି। ଅଜଣା ଦୁବର୍ତ୍ତଙ୍କ ବୋମାମାଡରେ ୩ ଜଣ ଆହତ ହୋଇଛନ୍ତି| ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଆଶଙ୍କା କରାଯାଉଛି | ଏହି ଘଟଣାରେ ଅଭିଯୁକ୍ତ ଫେରାର ଅଛନ୍ତି | ଏଥିରେ ଜଣେ ରିକ୍ସା ଚାଳକ ଆହତ ହୋଇଥିବା ବେଳେ ବୁଲେଟ ଗାଡିଟି ସାମାନ୍ୟ ପୋଡି ଯାଇଛି | ବୋମା ମାଡ ପରେ ଘଟଣାସ୍ଥଲରେ ଉତ୍ତାରଂଚଳ ଆଇଜି ହିମାଂଶୁ ଲାଲ ପହଂଚି ସ୍ଥିତି ପରଖିଛନ୍ତି | ଘଟଣାସ୍ଥଳରେ ଉତ୍ତେଜନା ସ୍ଥିତି ଲାଗି ରହିଛି।