ଦାମୋଦରଙ୍କୁ ହରାଇ ସାରା ରାଜ୍ୟ ଦୁଃଖିତ, ଶୋକବ୍ୟକ୍ତ କଲେ ବ୍ୟକ୍ତିିବିଶେଷ
ଭୁବନେଶ୍ୱର ୨୨/୦୩: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିୟୋଗରେ ଦୁଃଖପ୍ରକାଶ କରିଛନ୍ତି ବ୍ୟକ୍ତିବିଶେଷ । ତାଙ୍କ ବିୟୋଗରେ ବାଚସ୍ପତି ପ୍ରମିଳା ମଲ୍ଲିକ ବି ଦୁଃପ୍ରକାଶ କରିଛନ୍ତି । ସେ କହିଛନ୍ତି ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ମୋର ସମବେଦନା । ତାଙ୍କର ଅମର ଆତ୍ମାର ସଦ୍ଗତି ହେଉ ଏହା ହିଁ ମୋର ଭଗବାନଙ୍କୁ ପ୍ରାର୍ଥନା । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଦୁଃଖପ୍ରକାଶ କରିଛନ୍ତି । ସେ କହିଛନ୍ତି ମୁଁ ଏହି ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦୀର୍ଘ ବର୍ଷ ଧରି ରାଜନୀତିରେ ସକ୍ରିୟ ରହି ଲୋକକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ପଷ୍ଟବାଦୀ ଓ ଅନୁଭବୀ ରାଜନେତାଙ୍କୁ ହରାଇଲା । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ତାଙ୍କ ଭଳି ଜଣେ ଦୂରଦୃଷ୍ଟି ସମ୍ପନ୍ନ ଚର୍ଚ୍ଚିତ ରାଜନେତାଙ୍କ ଶୂନ୍ୟସ୍ଥାନ କେହି ପୂରଣ କରିପାରିବେ ନାହିଁ । ସେହିଭଳି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡା.ଦାମୋଦର ରାଉତଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟ ନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ସମବାୟ, ଖାଦ
ଭୁବନେଶ୍ୱର ୨୨/୦୩: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିୟୋଗରେ ଦୁଃଖପ୍ରକାଶ କରିଛନ୍ତି ବ୍ୟକ୍ତିବିଶେଷ । ତାଙ୍କ ବିୟୋଗରେ ବାଚସ୍ପତି ପ୍ରମିଳା ମଲ୍ଲିକ ବି ଦୁଃପ୍ରକାଶ କରିଛନ୍ତି । ସେ କହିଛନ୍ତି ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ମୋର ସମବେଦନା । ତାଙ୍କର ଅମର ଆତ୍ମାର ସଦ୍ଗତି ହେଉ ଏହା ହିଁ ମୋର ଭଗବାନଙ୍କୁ ପ୍ରାର୍ଥନା ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଦୁଃଖପ୍ରକାଶ କରିଛନ୍ତି । ସେ କହିଛନ୍ତି ମୁଁ ଏହି ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦୀର୍ଘ ବର୍ଷ ଧରି ରାଜନୀତିରେ ସକ୍ରିୟ ରହି ଲୋକକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ପଷ୍ଟବାଦୀ ଓ ଅନୁଭବୀ ରାଜନେତାଙ୍କୁ ହରାଇଲା ।
ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ତାଙ୍କ ଭଳି ଜଣେ ଦୂରଦୃଷ୍ଟି ସମ୍ପନ୍ନ ଚର୍ଚ୍ଚିତ ରାଜନେତାଙ୍କ ଶୂନ୍ୟସ୍ଥାନ କେହି ପୂରଣ କରିପାରିବେ ନାହିଁ । ସେହିଭଳି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡା.ଦାମୋଦର ରାଉତଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟ ନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଶୋକ । ସେ କହିଛନ୍ତି ଡାକ୍ତର ରାଉତ ଜଣେ ଦୃଢ ମାନସିକ ବ୍ୟକ୍ତି ,ଓଡିଶା ରାଜନୀତିର ଜଣେ ମହାଦ୍ରୁମ , ୭ଥର ବିଧାନସଭାକୁ ନିର୍ବାଚିତ ହେବା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ପଚାଂୟତିରାଜ , ସମବାୟ , କୃଷି ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।
ଦାମୋଦରଙ୍କ ବିୟୋଗରେ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ଅପୂରଣୀୟ କ୍ଷତି
ସେ ଜଣେ ବିଜୁ ଅନୁଗାମୀ ଓ ବିଜୁ ଚିନ୍ତାଧାରାର ଦୃଢ ସମର୍ଥକ ଥିଲେ । ତାଙ୍କର ବିୟୋଗ ରାଜ୍ୟ ଓ ରାଜନୀତି ପୀଇଁ ଏକ ଅପୁରଣୀୟ କ୍ଷତି । ମୁଁ ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି ପାଇଁ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି । ଓମ୍ ଶାନ୍ତି" । ଅମର ଆତ୍ମାର ସଦଗତି କାମନା କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପାରିବାର ବର୍ଗ ଓ ବନ୍ଧୁଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।