ସମ୍ବଲପୁରରେ ଚାଞ୍ଚଲ୍ୟ, ଯୁବକଙ୍କୁ ପିଟିପିଟି ହତ୍ୟା

ସମ୍ୱଲପୁର: ସମ୍ବଲପୁର ଚାରଭାଟି ଛକରେ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଲେ ୩୨ ବର୍ଷୀୟ ଦୈତାରୀ ମିର୍ଦ୍ଧା ।ବୁଧବାର ରାତି ପାଖାପାଖି ୯ଟା ବେଳେ ଦୈତାରୀ ଚାରଭାଟି ଛକରେ ଥିବାବେଳେ ତାଙ୍କର ଜଣେ ବ୍ୟକ୍ତିଙ୍କ ସହ ଝଗଡା ହୋଇଥିଲା । ବଚସା ଉଗ୍ର ହୋଇଥିଲା ଏବଂ ସମ୍ପୃକ୍ତ ବ୍ୟକ୍ତି ଏକ ବେଟେନ୍ (କାଠ ପଟା)ରେ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୈତାରୀଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସମ୍ବଲପୁରରେ ଚାଞ୍ଚଲ୍ୟ, ଯୁବକଙ୍କୁ ପିଟିପିଟି ହତ୍ୟା

ସମ୍ୱଲପୁର: ସମ୍ବଲପୁର ଚାରଭାଟି ଛକରେ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଲେ ୩୨ ବର୍ଷୀୟ ଦୈତାରୀ ମିର୍ଦ୍ଧା ।

ବୁଧବାର ରାତି ପାଖାପାଖି ୯ଟା ବେଳେ ଦୈତାରୀ ଚାରଭାଟି ଛକରେ ଥିବାବେଳେ ତାଙ୍କର ଜଣେ ବ୍ୟକ୍ତିଙ୍କ ସହ ଝଗଡା ହୋଇଥିଲା । ବଚସା ଉଗ୍ର ହୋଇଥିଲା ଏବଂ ସମ୍ପୃକ୍ତ ବ୍ୟକ୍ତି ଏକ ବେଟେନ୍ (କାଠ ପଟା)ରେ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୈତାରୀଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।