ସଲମାନଙ୍କ ଘର ବାହାରେ ଗୁଳି ବିନିମୟ, ପୋଲିସ ବଢାଇଲା ସୁରକ୍ଷା

ମୁମ୍ଵାଇ ୧୪।୦୪: ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ । ଅଭିନେତା ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ଗାଲାକ୍ସି ବାସଭବନ ବାହାରେ ତିନି ରାଉଣ୍ଡ ଗୁଳି ବିନିମୟ ହୋଇଛି। ସକାଳ ୪.୫୦ ସମୟରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ବ୍ଲାଙ୍କ ଫାୟାରିଂ କରିଥିଲେ। ଉଭୟ ସୁଟର ଏକ ବାଇକରେ ଆସିଥିଲେ।  ଗୁଳି ଚଳାଇବା ପରେ ସେଠାରୁ ପଳାଇ ଯାଇଥିଲେ। ବର୍ତ୍ତମାନ ଏହି ଘଟଣାରେ କେହି ଆହତ ହୋଇଥିବା ସୂଚନା ମିଳିନାହିଁ। ସଲମାନ ଖାନଙ୍କ ବାସଭବନରେ ପୋଲିସ ସୁରକ୍ଷା ବୃଦ୍ଧି କରିଛି।ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ଅନେକ ଥର ହତ୍ୟା କରିବାକୁ ଧମକ ଦେଇଛନ୍ତି। ନିକଟରେ ଲରେନ୍ସ ମଧ୍ୟ କାନାଡାର ଅଭିନେତା-ଗାୟକ ଜିପି ଅଗ୍ରୱାଲଙ୍କ ବାସଭବନ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ସଲମାନ ଖାନଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବା କୁହାଯାଉଥିଲା ପୂର୍ବରୁ ଧମକ ମିଳିଥିଲା। ୨୦୨୩ ମସିହାରେ ମଧ୍ୟ ଲରେନ୍ସ ଗ୍ୟାଙ୍ଗରୁ ସଲମାନଙ୍କ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇମେଲ ପଠାଯାଇଥିଲା। ଲରେନ୍ସ ଧମକ ପରେ ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ସୁରକ୍ଷାକୁ ବଢାଇ ଦେଇଥିଲା। ବର୍ତ୍ତମାନ ସଲମାନଙ୍କୁ Y ପ୍ଲସ୍‌ ସୁରକ୍ଷା ଦିଆଯାଇଛି।  

ସଲମାନଙ୍କ ଘର ବାହାରେ ଗୁଳି ବିନିମୟ, ପୋଲିସ ବଢାଇଲା ସୁରକ୍ଷା

ମୁମ୍ଵାଇ ୧୪।୦୪: ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ । ଅଭିନେତା ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ଗାଲାକ୍ସି ବାସଭବନ ବାହାରେ ତିନି ରାଉଣ୍ଡ ଗୁଳି ବିନିମୟ ହୋଇଛି। ସକାଳ ୪.୫୦ ସମୟରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ବ୍ଲାଙ୍କ ଫାୟାରିଂ କରିଥିଲେ। ଉଭୟ ସୁଟର ଏକ ବାଇକରେ ଆସିଥିଲେ।  ଗୁଳି ଚଳାଇବା ପରେ ସେଠାରୁ ପଳାଇ ଯାଇଥିଲେ। ବର୍ତ୍ତମାନ ଏହି ଘଟଣାରେ କେହି ଆହତ ହୋଇଥିବା ସୂଚନା ମିଳିନାହିଁ। ସଲମାନ ଖାନଙ୍କ ବାସଭବନରେ ପୋଲିସ ସୁରକ୍ଷା ବୃଦ୍ଧି କରିଛି।

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ଅନେକ ଥର ହତ୍ୟା କରିବାକୁ ଧମକ ଦେଇଛନ୍ତି। ନିକଟରେ ଲରେନ୍ସ ମଧ୍ୟ କାନାଡାର ଅଭିନେତା-ଗାୟକ ଜିପି ଅଗ୍ରୱାଲଙ୍କ ବାସଭବନ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ସଲମାନ ଖାନଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବା କୁହାଯାଉଥିଲା 

ପୂର୍ବରୁ ଧମକ ମିଳିଥିଲା। ୨୦୨୩ ମସିହାରେ ମଧ୍ୟ ଲରେନ୍ସ ଗ୍ୟାଙ୍ଗରୁ ସଲମାନଙ୍କ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇମେଲ ପଠାଯାଇଥିଲା। ଲରେନ୍ସ ଧମକ ପରେ ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ସୁରକ୍ଷାକୁ ବଢାଇ ଦେଇଥିଲା। ବର୍ତ୍ତମାନ ସଲମାନଙ୍କୁ Y ପ୍ଲସ୍‌ ସୁରକ୍ଷା ଦିଆଯାଇଛି।