ସୁଭଦ୍ରା ଯୋଜନାରେ ସାମିଲ କରିବାକୁ କହି ମହିଳାଙ୍କୁ ଠକେଇ
ଖଡ଼ିଆଳ,୧୩ା୬(ସୁଜିତ କୁମାର ପ୍ରଧାନ)- ଚଳିତ ସାଧାରଣ ନିର୍ବାଚନରେ ଭାଜପା ତା’ର ନିର୍ବାଚନୀ ଇସ୍ତାହାରରେ ସୁଭଦ୍ରା ଯୋଜନାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚି ଥିଲା। ନିର୍ବାଚନ ସରିବା ପରେ ଭାଜପା ସରକାର ଗଠନ ପୂର୍ବରୁ କିଛି ଠକ ସଂସ୍ଥାର କର୍ମଚାରୀ ଗାଁ ଗାଁ ବୁଲି ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ନଁାରେ ଟଙ୍କା ଠକୁଥିବା ଘଟଣା ନଜରକୁ ଆସିଛି। ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ୍ ବଡ଼ଦୋହେଲ ପଞ୍ଚାୟତର ବିଭିନ୍ନ ଗାଁରେ କିଛି ଅନ୍ଲାଇନ ସଂସ୍ଥାର ନାମ ନେଇ […] The post ସୁଭଦ୍ରା ଯୋଜନାରେ ସାମିଲ କରିବାକୁ କହି ମହିଳାଙ୍କୁ ଠକେଇ appeared first on Dharitri Odia News.
ଖଡ଼ିଆଳ,୧୩ା୬(ସୁଜିତ କୁମାର ପ୍ରଧାନ)- ଚଳିତ ସାଧାରଣ ନିର୍ବାଚନରେ ଭାଜପା ତା’ର ନିର୍ବାଚନୀ ଇସ୍ତାହାରରେ ସୁଭଦ୍ରା ଯୋଜନାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚି ଥିଲା। ନିର୍ବାଚନ ସରିବା ପରେ ଭାଜପା ସରକାର ଗଠନ ପୂର୍ବରୁ କିଛି ଠକ ସଂସ୍ଥାର କର୍ମଚାରୀ ଗାଁ ଗାଁ ବୁଲି ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ନଁାରେ ଟଙ୍କା ଠକୁଥିବା ଘଟଣା ନଜରକୁ ଆସିଛି।
ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ୍ ବଡ଼ଦୋହେଲ ପଞ୍ଚାୟତର ବିଭିନ୍ନ ଗାଁରେ କିଛି ଅନ୍ଲାଇନ ସଂସ୍ଥାର ନାମ ନେଇ ସମ୍ପୃକ୍ତ କର୍ମଚାରୀ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ କହି ମହିଳାଙ୍କଠାରୁ ୨ଶହ ଟଙ୍କା ଲେଖାଏ ଠକି ନେଇଛନ୍ତି। ଏହି ପଞ୍ଚାୟତ ଲଛିପୁର ଗାଁରେ ୨୦ରୁ ୨୫ଜଣ ମହିଳାଙ୍କଠାରୁ ରାଶନ କାର୍ଡ ଓ ଆଧାର କାର୍ଡର କପି ଶହ ୨୦୦ଟଙ୍କା ଲେଖାଏ ଠକିନେଇଛନ୍ତି।
ଅନ୍ୟ ମହିଳାଙ୍କଠାରୁ ଟଙ୍କା ସଂଗ୍ରହ ସମୟରେ ଗାଁର କେତେଜଣ ଯୁବକ ସନ୍ଦେହକରି ବିରୋଧ କରିବାରୁ ସମ୍ପୃକ୍ତ କର୍ମଚାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ମହିଳାମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଖଡିଆଳ ବିଡିଓ ବୀରସେନ ବେହେରାଙ୍କୁ ପଚାରିବାରୁ ଲୋକେ ସଚେତନ ହେବା ଆବଶ୍ୟକ, ଏ ନେଇ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି।
The post ସୁଭଦ୍ରା ଯୋଜନାରେ ସାମିଲ କରିବାକୁ କହି ମହିଳାଙ୍କୁ ଠକେଇ appeared first on Dharitri Odia News.