୧୩ ବିଧାନସଭା ଆସନରେ ହେବ ଉପନିର୍ବାଚନ: ଘୋଷଣା ହେଲା ତାରିଖ
ନୂଆଦିଲ୍ଲୀ,୨୦।୬: ବିହାର, ବଙ୍ଗଳା, ପଶ୍ଚିମବଙ୍ଗ ସମେତ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଆୟୋଗ ଉପନିର୍ବାଚନ ତାରିଖ ଘୋଷଣା କରିଛି । ୧୩ଟି ଆସନରେ ଉପନିର୍ବାଚନ ପାଇଁ ଜୁଲାଇ ୧୦ରେ ଭୋଟ ଅନୁଷ୍ଠିତ ହେବ। ଜୁଲାଇ ୧୦ରେ ବିହାରର ଗୋଟିଏ ଆସନ, ବଙ୍ଗଳାର ୪ଟି, ତାମିଲନାଡୁର ଗୋଟିଏ, ମଧ୍ୟପ୍ରଦେଶର ଗୋଟିଏ, ଉତ୍ତରପ୍ରଦେଶର ୨, ପଞ୍ଜାବର ୧ ଏବଂ ହିମାଚଳର ୩ଟି ସ୍ଥାନରେ ଭୋଟ ଗ୍ରହଣ କରାଯିବ। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏହି ଆସନଗୁଡିକ ଉପରେ […] The post ୧୩ ବିଧାନସଭା ଆସନରେ ହେବ ଉପନିର୍ବାଚନ: ଘୋଷଣା ହେଲା ତାରିଖ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୬: ବିହାର, ବଙ୍ଗଳା, ପଶ୍ଚିମବଙ୍ଗ ସମେତ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଆୟୋଗ ଉପନିର୍ବାଚନ ତାରିଖ ଘୋଷଣା କରିଛି । ୧୩ଟି ଆସନରେ ଉପନିର୍ବାଚନ ପାଇଁ ଜୁଲାଇ ୧୦ରେ ଭୋଟ ଅନୁଷ୍ଠିତ ହେବ।
ଜୁଲାଇ ୧୦ରେ ବିହାରର ଗୋଟିଏ ଆସନ, ବଙ୍ଗଳାର ୪ଟି, ତାମିଲନାଡୁର ଗୋଟିଏ, ମଧ୍ୟପ୍ରଦେଶର ଗୋଟିଏ, ଉତ୍ତରପ୍ରଦେଶର ୨, ପଞ୍ଜାବର ୧ ଏବଂ ହିମାଚଳର ୩ଟି ସ୍ଥାନରେ ଭୋଟ ଗ୍ରହଣ କରାଯିବ। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏହି ଆସନଗୁଡିକ ଉପରେ ଜୁନ ୧୪ରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ପତ୍ରର ଶେଷ ତାରିଖ ଜୁନ ୨୧ ହେବ। ଜୁନ ୨୪ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଜୁନ ୨୬ ଭାବରେ ସ୍ଥିର କରାଯାଇଛି। ଜୁଲାଇ ୧୦ରେ ମତଦାନ ହେବ। ଜୁଲାଇ ୧୩ରେ ଫଳାଫଳ ଆସିବ।
The post ୧୩ ବିଧାନସଭା ଆସନରେ ହେବ ଉପନିର୍ବାଚନ: ଘୋଷଣା ହେଲା ତାରିଖ appeared first on Dharitri Odia News.