ସ୍କିଜୋଫ୍ରେନିୟାରେ ଅଧିକ ଆକ୍ରାନ୍ତ ହୁଅନ୍ତି ପୁରୁଷ

ସ୍କିଜୋଫ୍ରେନିୟା ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଏହା ଅଧିକ ଦେଖାଯାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଟୋକିଓ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରି ଏକଥା ଜାଣିପାରିଥିଲେ। ସେମାନଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସ୍କିଜୋଫ୍ରେନିୟା ମୁଖ୍ୟତଃ ୧୫-୩୫ ବର୍ଷ ଭିତରେ ଆରମ୍ଭ ହୋଇଥାଏ। ଏଭଳି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଲେ ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଏକୁଟିଆ ରହିବାକୁ ପସନ୍ଦ କରେ। ସେ ନିଜର ଦୈନନ୍ଦିନ କାର୍ଯ୍ୟକୁ ଠିକ୍‌ ଭାବେ କରିପାରେ ନାହିଁ। ମନରେ ସବୁବେଳେ […] The post ସ୍କିଜୋଫ୍ରେନିୟାରେ ଅଧିକ ଆକ୍ରାନ୍ତ ହୁଅନ୍ତି ପୁରୁଷ appeared first on Dharitri Odia News.

ସ୍କିଜୋଫ୍ରେନିୟାରେ ଅଧିକ ଆକ୍ରାନ୍ତ ହୁଅନ୍ତି ପୁରୁଷ

ସ୍କିଜୋଫ୍ରେନିୟା ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଏହା ଅଧିକ ଦେଖାଯାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଟୋକିଓ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରି ଏକଥା ଜାଣିପାରିଥିଲେ। ସେମାନଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସ୍କିଜୋଫ୍ରେନିୟା ମୁଖ୍ୟତଃ ୧୫-୩୫ ବର୍ଷ ଭିତରେ ଆରମ୍ଭ ହୋଇଥାଏ। ଏଭଳି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଲେ ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଏକୁଟିଆ ରହିବାକୁ ପସନ୍ଦ କରେ। ସେ ନିଜର ଦୈନନ୍ଦିନ କାର୍ଯ୍ୟକୁ ଠିକ୍‌ ଭାବେ କରିପାରେ ନାହିଁ। ମନରେ ସବୁବେଳେ ଡର ଓ ଭୟର ଭାବନା ଦେଖାଯାଇଥାଏ। ରୋଗୀ କିଛି କାରଣ ନ ଥାଇ କଥା ଶୁଣାଯାଉଛି ଓ ଶୂନ୍ୟବାଣୀ ହେଉଛି ବୋଲି କହିଥାଏ। ରୋଗୀମାନେ ବେଳେବେଳେ ଏ ସବୁ ଅନୁଭବ ପ୍ରତି ପ୍ରତିକ୍ରିୟା ପ୍ରକାଶ କରନ୍ତି। କିଛି ରୋଗୀ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥାନ୍ତି। ମସ୍ତିଷ୍କରେ ମୁଖ୍ୟତଃ ଡୋପାମିନ ନାମକ ରାସାୟନିକ ପଦାର୍ଥର ମାତ୍ରା ବୃଦ୍ଧି ଯୋଗୁ ଏହି ରୋଗ ହୋଇଥାଏ।

The post ସ୍କିଜୋଫ୍ରେନିୟାରେ ଅଧିକ ଆକ୍ରାନ୍ତ ହୁଅନ୍ତି ପୁରୁଷ appeared first on Dharitri Odia News.