ହିଟ୍ ଷ୍ଟ୍ରୋକ୍-ଡିହାଇଡ୍ରେସନ୍ରୁ ଅସୁସ୍ଥ ହେଲେ ଶାହରୁଖ
ଗତକାଲି ସନରାଇଜର୍ସ ହାଇଦ୍ରାବାଦ ସହ ଶାହରୁଖଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସର ମ୍ୟାଚ୍ ହୋଇଥିଲା। ଏହାପରେ ଶାହରୁଖ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଆଜି ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।
ବଲିଉଡ୍ ଷ୍ଟାର୍ ଶାହରୁଖ୍ ଖାନ୍ ଅସୁସ୍ଥ। ହିଟ୍ ଷ୍ଟ୍ରୋକ୍ ଓ ଡିହାଇଡ୍ରେସନ୍ କାରଣରୁ ସେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି, ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପତ୍ନୀ ଗୌରୀ ଖାନ ଏବଂ ଅଭିନେତ୍ରୀ ଜୁହି ଚାୱଲା ତାଙ୍କ ସ୍ୱାମୀ ଜୟ ମେହେଟ୍ଟାଙ୍କ ସହ ଆଜି ହସପିଟାଲ ଯାଇ ଶାହରୁଖଙ୍କୁ ଭେଟିଛନ୍ତି।
ଗତକାଲି ସନରାଇଜର୍ସ ହାଇଦ୍ରାବାଦ ସହ ଶାହରୁଖଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସର ମ୍ୟାଚ୍ ହୋଇଥିଲା। ଏହାପରେ ଶାହରୁଖ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଆଜି ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।
ଅନ୍ୟପଟେ IPL ଫାଇନାଲରେ ଏଣ୍ଟ୍ରି ମାରିଛି କିଙ୍ଗ ଖାନ ଶାହରୁଖଙ୍କ ଟିମ୍ କୋଲକାତା ନାଇଟ ରାଇଡର୍ସ। କ୍ୱାଲିଫାୟାର ୧ ରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ ଦେଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି। ଆଇପିଏଲ୍ ଟିମ୍ର ମାଲିକଙ୍କ କଥା ପଡ଼ିଲେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବଲିଉଡ୍ର ବାଦଶାହ ଶାହାରୁଖ ଖାନ। ତାଙ୍କର ଲୋକପ୍ରିୟତା କେବଳ ଅଭିନୟ କ୍ଷେତ୍ରରେ ନୁହେଁ ବରଂ କ୍ରୀଡ଼ା କ୍ଷେତ୍ରରେ ବି ବେଶ୍ ଅଧିକ।
ଗତକାଲିର ହାଇଭୋଲଟେଜ୍ ମ୍ୟାଚ୍ରେ ଶାହରୁଖ ତାଙ୍କ ଝିଅ ସୁହାନା ଓ ପୁଅ ଆବ୍ରାହମଙ୍କ ସହ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ପ୍ରତିଟି ମ୍ୟାଚ୍ର ଶେଷରେ ଶାହରୁଖ ପଡ଼ିଆର ଚାରିପଟେ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। କାଲି ମଧ୍ୟ ସେ ଅହମ୍ମଦାବାଦର ସମସ୍ତ କ୍ରିକେଟ ପ୍ରେମୀଙ୍କୁ ହାତ ହଲାଇ ଚିୟର୍ସ କରିଥିଲେ।