‘୧୪ରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି ପ୍ରସ୍ତାବ’

ଉଚ୍ଚସ୍ତରୀୟ କମିଟି ୧୪ରେ ରତ୍ନଭଣ୍ଡାର ଖୋଲିବାକୁ ଦେଇଥିବା ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପରିଚାଳନା କମିଟିରେ ଏହା ଅନୁମୋଦନ ଲାଭ କରିବା ପରେ ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଯାଇଛି।

‘୧୪ରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି ପ୍ରସ୍ତାବ’

ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି ପ୍ରସ୍ତାବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ। ସେ କହିଛନ୍ତି- ରତ୍ନଭଣ୍ଡାର ଅଳଙ୍କାର ତଦାରଖ ହାଇଲେବଲ କମିଟି ଦେଇଥିବା ପ୍ରସ୍ତାବକୁ ପରିଚାଳନା କମିଟିରେ ମଂଜୁରୀ ମିଳିଥିଲା।

ଉଚ୍ଚସ୍ତରୀୟ କମିଟି ୧୪ରେ ରତ୍ନଭଣ୍ଡାର ଖୋଲିବାକୁ ଦେଇଥିବା ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପରିଚାଳନା କମିଟିରେ ଏହା ଅନୁମୋଦନ ଲାଭ କରିବା ପରେ ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଯାଇଛି। ଏବେ ରତ୍ନଭଣ୍ଡାର କେବେ ଖୋଲିବ ସେ ନିଷ୍ପତ୍ତି ସରକାର ନେବେ ବୋଲି କହିଛନ୍ତି ବୀର ବିକ୍ରମ ଯାଦବ।