ଆନ୍ତଃସ୍କୁଲ କ୍ରିକେଟ ପ୍ରତିଯୋଗିତା: ଉଦଘାଟନୀ ମ୍ୟାଚରେ କ୍ରୀଷ୍ଣା ବିକାଶ ସ୍କୁଲ ବିଜୟୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ପକ୍ଷରୁ ସ୍ଥାନୀୟ କ୍ରୀଷ୍ଣା ବିକାଶ ସ୍କୁଲ ଗ୍ରାଉଣ୍ଡରେ ଆନ୍ତଃସ୍କୁଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଛି। ଜିଲା କ୍ରିକେଟ ଆସୋସିଏଶନର ସାଧାରଣ ସମ୍ପାଦକ ରବି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ କ୍ରୀଷ୍ଣା ବିକାଶ ଗ୍ରୁପର ନିର୍ଦ୍ଦେଶକ ଡଃ ସମରେନ୍ଦ୍ରନାଥ ପଣ୍ଡା, ଜିଲା କ୍ରିକେଟ ଆସୋସିଏଶନର ବରିଷ୍ଠ ସଦ୍ଯଯ ପ୍ରଦୀପ ନନ୍ଦ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଜିଲା କ୍ରିକେଟ ଆସୋସିଏଶନର ରଜତ ଦାଶ, କ୍ରୀଷ୍ଣା ବିକାଶ ସ୍କୁଲର କ୍ରୀଡ଼ା […] The post ଆନ୍ତଃସ୍କୁଲ କ୍ରିକେଟ ପ୍ରତିଯୋଗିତା: ଉଦଘାଟନୀ ମ୍ୟାଚରେ କ୍ରୀଷ୍ଣା ବିକାଶ ସ୍କୁଲ ବିଜୟୀ appeared first on Dharitri Odia News.

ଆନ୍ତଃସ୍କୁଲ କ୍ରିକେଟ ପ୍ରତିଯୋଗିତା: ଉଦଘାଟନୀ ମ୍ୟାଚରେ କ୍ରୀଷ୍ଣା ବିକାଶ ସ୍କୁଲ ବିଜୟୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ପକ୍ଷରୁ ସ୍ଥାନୀୟ କ୍ରୀଷ୍ଣା ବିକାଶ ସ୍କୁଲ ଗ୍ରାଉଣ୍ଡରେ ଆନ୍ତଃସ୍କୁଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଛି। ଜିଲା କ୍ରିକେଟ ଆସୋସିଏଶନର ସାଧାରଣ ସମ୍ପାଦକ ରବି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ କ୍ରୀଷ୍ଣା ବିକାଶ ଗ୍ରୁପର ନିର୍ଦ୍ଦେଶକ ଡଃ ସମରେନ୍ଦ୍ରନାଥ ପଣ୍ଡା, ଜିଲା କ୍ରିକେଟ ଆସୋସିଏଶନର ବରିଷ୍ଠ ସଦ୍ଯଯ ପ୍ରଦୀପ ନନ୍ଦ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଜିଲା କ୍ରିକେଟ ଆସୋସିଏଶନର ରଜତ ଦାଶ, କ୍ରୀଷ୍ଣା ବିକାଶ ସ୍କୁଲର କ୍ରୀଡ଼ା ଅଧିକାରୀ ପିତାମ୍ବର ପ୍ରଧାନ, କ୍ରିକେଟ କୋଚ୍‌ ଅଶୋକ ସିଂ, ରୂପକ ପ୍ରଧାନ ପ୍ରମୁଖ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।
ବରଗଡ଼ ରେଡ୍‌ କମ୍ବାଇନ୍‌ ଦଳ ଏବଂ କ୍ରୀଷ୍ଣା ବିକାଶ ସ୍କୁଲ ମ୍ଯଯରେ ଉଦଘାଟନୀ ୍ଯଯାଚ ହୋଇଥିଲା। ବରଗଡ଼ ରେଡ୍‌ କମ୍ବାଇନ ଟସ୍‌ ଜିତି ୍ଯଯାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ କ୍ରୀଷ୍ଣା ବିକାଶ ସ୍କୁଲ ଦଳର ଶାଣିତ ବୋଲିଂ ଆଗରେ ଦଳର ସବୁ ବ୍ୟାଟ୍ସମ୍ୟାନ୍‌ ଫେଲ୍‌ ମାରିଥିଲେ ଏବଂ କେହି ୨ ଅଙ୍କ ଛୁଇଁ ପାରି ନ ଥିଲେ। ଉକ୍ତ ଦଳ ନିର୍ଦ୍ଧାରୀତ ୧୫ ଓଭରରେ ମାତ୍ର ୪୯ ରନ୍‌ କରିଥିଲା। ଦଳ ପକ୍ଷରୁ ଆଜାଦ ବାରିକ ଏବଂ ଅକ୍ଷାଂଶ ପାଣିଗ୍ରାହୀ ସର୍ବାଧିକ ୮ ରନ୍‌ ଲେଖାଏ ସଂଗ୍ରହ କରିଥିଲେ। ପ୍ରତିପକ୍ଷ କ୍ରୀଷ୍ଣା ବିକାଶ ଦଳର ଅଭିଷେକ ସାହୁ ୮ ରନ୍‌ ବିନିମୟରେ ୩, ଦେବାଂଶ ପତି ୨୬ ରନ୍‌ରେ ୨, ଗୌରବ ମେହେର ୮ ରନ ଦେଇ ୨, ସିଆସିସ୍‌ ମିଶ୍ର ୧୧ ରନ୍‌ ବିନିମୟରେ ଗୋଟିଏ ଉଇକେଟ୍‌ ନେଇଥିଲେ।
କ୍ରୀଷ୍ଣା ବିକାଶ ଦଳ ମାତ୍ର ୩.୩ ଓଭରରେ ୫୩ରନ ସଂଗ୍ରହ କରି ମ୍ୟାଚ୍‌କୁ ୧୦ ଉଇକେଟ୍‌ରେ ଜିତି ନେଇଥିଲା। ଦଳ ପକ୍ଷରୁ ସ୍ବରିତ ଦାଶ ଅପରାଜିତ ୨୭ ଏବଂ ଅଭିଷେକ କୁମାର ସାହୁ ଅପରାଜିତ ୨୧ ରନ ସଂଗ୍ରହ କରିଥିଲେ। ଭରତ ଚେତନ ପଣ୍ଡା ଏବଂ ହନୁ ଅଗ୍ରୱାଲ ମ୍ୟାଚ୍‌ ପରିଚାଳନା କରିଥିଲେ। ରଜତ ଦାଶ ସ୍କୋରର ଥିଲେ। ବୁଧବାର ବରଗଡ଼ର ଗ୍ରୀଡ଼ କମ୍ବାଇନ ଏବଂ ବରପାଲିର ଲିଟିଲ ଏଞ୍ଜେଲ ସ୍କୁଲ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

The post ଆନ୍ତଃସ୍କୁଲ କ୍ରିକେଟ ପ୍ରତିଯୋଗିତା: ଉଦଘାଟନୀ ମ୍ୟାଚରେ କ୍ରୀଷ୍ଣା ବିକାଶ ସ୍କୁଲ ବିଜୟୀ appeared first on Dharitri Odia News.