ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ୪ରାଜପଥ ସହ ୩୩୮ ରାସ୍ତା ବନ୍ଦ

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ପାଇଁ ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷାରେ ଭୂସ୍ଖଳନ ହେବା ସହ ଅଚାନକ ବନ୍ୟା ଆସିଛି। ଏଥିଯୋଗୁଁ ରାଜ୍ୟରେ ୪ ଜାତୀୟ ରାଜପଥ ସମେତ ୩୩୮ଟି ରାସ୍ତା ବନ୍ଦ ରହିଛି। ଉନାରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଜୁଲାଇ ୩୧ ତାରିଖରେ କୁଲ୍ଲୁ, ମଣ୍ଡି, ଶିମଲା ଜିଲ୍ଲାରେ ଅଚାନକ ବନ୍ୟା ଆସି ଭାସିଯାଇଥିବା ଅନେକ ଲୋକଙ୍କ ମଧ୍ୟରୁ ଏବେ ବି ୩୦ ଜଣଙ୍କ ପତ୍ତା ମିଳୁନି। ଉଦ୍ଧାର କାର୍ଯ୍ୟ ଜାରି […]

ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ୪ରାଜପଥ ସହ ୩୩୮ ରାସ୍ତା ବନ୍ଦ

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ପାଇଁ ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷାରେ ଭୂସ୍ଖଳନ ହେବା ସହ ଅଚାନକ ବନ୍ୟା ଆସିଛି। ଏଥିଯୋଗୁଁ ରାଜ୍ୟରେ ୪ ଜାତୀୟ ରାଜପଥ ସମେତ ୩୩୮ଟି ରାସ୍ତା ବନ୍ଦ ରହିଛି। ଉନାରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଜୁଲାଇ ୩୧ ତାରିଖରେ କୁଲ୍ଲୁ, ମଣ୍ଡି, ଶିମଲା ଜିଲ୍ଲାରେ ଅଚାନକ ବନ୍ୟା ଆସି ଭାସିଯାଇଥିବା ଅନେକ ଲୋକଙ୍କ ମଧ୍ୟରୁ ଏବେ ବି ୩୦ ଜଣଙ୍କ ପତ୍ତା ମିଳୁନି। ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ କିଛି ସଫଳତା ମିଳିନି। ଜୁଲାଇ ୨୭ରୁ ଅଗଷ୍ଟ ୯ ତାରିଖ ମଧ୍ୟରେ ରାଜ୍ୟରେ ବନ୍ୟା ଜନିତ କାରଣ ପାଇଁ ଶତାଧିକ ଲୋକଙ୍କର ମୃତ୍ୟୁ ହେଲାଣି। ରାଜ୍ୟ ଜରୁରୀ ଅପରେସନ୍‌ କେନ୍ଦ୍ର ଅନୁଯାୟୀ ରାଜ୍ୟରେ ବନ୍ଦ ଥିବା ୩୩୮ଟି ରାସ୍ତା ମଧ୍ୟରୁ ଶିମ୍‌ଲାରେ ୧୦୪ଟି ଥିବାବେଳେ ମଣ୍ଡିରେ ୭୧, ସିରମୌରରେ ୫୮, ଚାମ୍ବାରେ ୫୫, କୁଲ୍ଲୁରେ ୨୬, ସୋଲନ, ଲାହୌନ ଏବଂ ସ୍ପିଟିରେ ୭ ଲେଖାଏଁ , କିନ୍ନୌରରେ ୫, କାଙ୍ଗ୍ରାରେ ୪ ଏବଂ ବିଳାସପୁର ଜିଲ୍ଲାରେ ଗୋଟିଏ ରାସ୍ତା ବନ୍ଦ ରହିଛି।