ୟୁକ୍ରେନ ଉପରେ ରୁଷର ୭ଶହ ଡ୍ରୋନ୍ ଆକ୍ରମଣ, ୨ ମୃତ

ୟୁକ୍ରେନ ଉପରେ ରୁଷର ବଡ଼ ହମଲା ।  ୭ଶହ ଡ୍ରୋନ୍, ୧୦ ବମ୍ବର ସହ ଡର୍ଜନ ମିସାଇଲ ଆଟାକ କରିଛି କ୍ରେମଲିନ। ରାତିତମାମ ଡ୍ରୋନ ଓ ମିସାଇଲ ମାଡ଼। ୟୁକ୍ରେନ ଉପରେ ରୁଷର ଏହା ଚଳିତ ମାସର ଚତୁର୍ଥ ବଡ଼ ଆକ୍ରମଣ । ପଶ୍ଚିମ ୟୁକ୍ରେନର ସହରଗୁଡ଼ିକୁ ଟାର୍ଗେଟ କରି ଆଟାକ ହୋଇଥିଲା ।  ବିଶେଷ କରି ଉତ୍ତର-ପୂର୍ବରେ ଖାରକିଭ ଏବଂ ସୁମିରୁ ପଶ୍ଚିମରେ ଲିଭଭ, ଲୁତ୍ସକ ଏବଂ ଚେର୍ନିଭତ୍ସି ପର୍ଯ୍ୟନ୍ତ ବେସାମରିକ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇଥିଲା […] The post ୟୁକ୍ରେନ ଉପରେ ରୁଷର ୭ଶହ ଡ୍ରୋନ୍ ଆକ୍ରମଣ, ୨ ମୃତ appeared first on KNews Odisha.

ୟୁକ୍ରେନ ଉପରେ ରୁଷର ୭ଶହ ଡ୍ରୋନ୍ ଆକ୍ରମଣ, ୨ ମୃତ
ukraine

ୟୁକ୍ରେନ ଉପରେ ରୁଷର ବଡ଼ ହମଲା ।  ୭ଶହ ଡ୍ରୋନ୍, ୧୦ ବମ୍ବର ସହ ଡର୍ଜନ ମିସାଇଲ ଆଟାକ କରିଛି କ୍ରେମଲିନ। ରାତିତମାମ ଡ୍ରୋନ ଓ ମିସାଇଲ ମାଡ଼। ୟୁକ୍ରେନ ଉପରେ ରୁଷର ଏହା ଚଳିତ ମାସର ଚତୁର୍ଥ ବଡ଼ ଆକ୍ରମଣ ।

ପଶ୍ଚିମ ୟୁକ୍ରେନର ସହରଗୁଡ଼ିକୁ ଟାର୍ଗେଟ କରି ଆଟାକ ହୋଇଥିଲା ।  ବିଶେଷ କରି ଉତ୍ତର-ପୂର୍ବରେ ଖାରକିଭ ଏବଂ ସୁମିରୁ ପଶ୍ଚିମରେ ଲିଭଭ, ଲୁତ୍ସକ ଏବଂ ଚେର୍ନିଭତ୍ସି ପର୍ଯ୍ୟନ୍ତ ବେସାମରିକ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇଥିଲା ।  ୟୁକ୍ରେନର ଚେର୍ନିଭସି ସହରରେ ଏହି ଆକ୍ରମଣରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।

ଜଣେ ୨୬ ବର୍ଷିୟା ମହିଳା ଓ ଜଣେ ୪୩ ବର୍ଷର ପୁରୁଷ। ଏହି ଅଞ୍ଚଳ ରୋମାନିଆର ସୀମା ଠାରୁ ପାଖାପାଖି ୪୦ କିଲୋମିଟର ଦୂରରେ ରହିଛି ।  ଏହି ହମଲା ଏମିତି ସମୟରେ ହୋଇଛି, ଯେତେବେଳେ ନିକଟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ସେନା ସାହାଯ୍ୟ ଦେବାକୁ କହିଥିଲେ ।

ଆକ୍ରମଣରେ ୧୪ଜଣ ଲୋକ ଆହତ ହୋଇଥିବା ବେଳେ ଅନେକ ଆବାସିକ ଓ ସରକାରୀ କୋଠାଗୁଡ଼ିକ ବଡ଼ ଧରଣର କ୍ଷତିଗ୍ରସ୍ତ ହୋଇଛି ।  ସହରରେ ଅନେକ ସ୍ଥାନରେ ନିଆଁ ଲାଗିଯାଇଛି ଏବଂ ଆତଙ୍କ ଖେଳିଯାଇଛି ।

ହମଲାରେ ଲିଭଭ ସହରର ୪୬ଟି ଆବାସିକ ବିଲ୍ଡିଂ , ଏକ ୟୁନିଭର୍ସିଟି, କୋର୍ଟ ଓ ୨୦ରୁ ଅଧିକ ଛୋଟ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଥିବା କିଭି କହିଛି ।  ସେପଟେ ରୁଷ ହମଲାର ପାଲଟା ଜବାବ ଦେଇଛି ୟୁକ୍ରେନ ।  ୟୁକ୍ରେନ ପ୍ରତିରକ୍ଷା ବିଭାଗ ରୁଷର ଅନେକ ଡ୍ରୋନ ଓ ମିସାଇଲ ଖସାଇ ଦିଆଯାଇଥିବା ଦାବି ହୋଇଛି ।

Also read: ଋଷ ପୁଣି ଥରେ ୟୁକ୍ରେନ୍ ଉପରେ କଲା ଆକ୍ରମଣ, ୧୦ ମୃତ

 

The post ୟୁକ୍ରେନ ଉପରେ ରୁଷର ୭ଶହ ଡ୍ରୋନ୍ ଆକ୍ରମଣ, ୨ ମୃତ appeared first on KNews Odisha.