ରଘୁରାଜପୁର ଠାରେ ସୂକ୍ଷ୍ମ କାରିଗରୀର ପ୍ରଦର୍ଶନୀ
ପିପିଲି : କଳାର ଗାଁ ପୁରୀ ଜ଼ିଲ୍ଲା । ରଘୁରାଜପୁର ଗାଁରେ ଦେଖିବାକୁ ମିଳିଛି କଳା କାରିଗରଙ୍କ କଳାକୃତି । ଓଡିଶା ପ୍ରସିଦ୍ଧ ପିପିଲି ଚାନ୍ଦୁଆ, ଓଡ଼ିଶା ପଟ୍ଟଚିତ୍ର, ତାଳପତ୍ର, କାଗଜମୁଖା, ଗୋବର କଣ୍ଢେଇ, କତା କଣ୍ଢେଇ, ସବାଇଘାସ ଏବଂ ଶଙ୍ଖ ହସ୍ତଶିଳ୍ପ ପ୍ରଦର୍ଶିତ ହୋଇଥିଲା । ଓଡ଼ିଶା ଗ୍ରାମାଞ୍ଚଳର ପାରମ୍ପରିକ ହସ୍ତଶିଳ୍ପର କାରୁକାର୍ଯ୍ୟକୁ ଦେଖ୍ ଅତିଥିମାନେ ପ୍ରଶଂସା କରିବା ସହ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁର ହୋଇଥିବା […] The post ରଘୁରାଜପୁର ଠାରେ ସୂକ୍ଷ୍ମ କାରିଗରୀର ପ୍ରଦର୍ଶନୀ appeared first on KNews Odisha.

ପିପିଲି : କଳାର ଗାଁ ପୁରୀ ଜ଼ିଲ୍ଲା । ରଘୁରାଜପୁର ଗାଁରେ ଦେଖିବାକୁ ମିଳିଛି କଳା କାରିଗରଙ୍କ କଳାକୃତି । ଓଡିଶା ପ୍ରସିଦ୍ଧ ପିପିଲି ଚାନ୍ଦୁଆ, ଓଡ଼ିଶା ପଟ୍ଟଚିତ୍ର, ତାଳପତ୍ର, କାଗଜମୁଖା, ଗୋବର କଣ୍ଢେଇ, କତା କଣ୍ଢେଇ, ସବାଇଘାସ ଏବଂ ଶଙ୍ଖ ହସ୍ତଶିଳ୍ପ ପ୍ରଦର୍ଶିତ ହୋଇଥିଲା । ଓଡ଼ିଶା ଗ୍ରାମାଞ୍ଚଳର ପାରମ୍ପରିକ ହସ୍ତଶିଳ୍ପର କାରୁକାର୍ଯ୍ୟକୁ ଦେଖ୍ ଅତିଥିମାନେ ପ୍ରଶଂସା କରିବା ସହ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁର ହୋଇଥିବା ୧କୋଟି ଟଙ୍କାରେ ବିଭିନ୍ନ ପ୍ରକଳ୍ପ ମରାମତି ହେବା ସହ ଶୌଚାଳୟଗୁଡିକର ନିର୍ମାଣ ସହ ଗ୍ରାମକୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ନୂତନ ଫିଲଟର ଯନ୍ତ୍ର ସ୍ଥାପନ କରାଯାଇଛି। ଗ୍ରାମ ପରିକ୍ରମା ବେଳେ ପ୍ରତ୍ୟେକ ଘର ସାମ୍ନା କାନ୍ଥରେ ଚିତ୍ରିତ ପାରିମ୍ପରିକ ଚିତ୍ରକୁ ଦେଖ୍ ଅତିଥ୍ମାନେ ଖୁସି ବ୍ୟକ୍ତ କରିଥିଲେ। କଳାକାର ମାନେ ନିଜ ହାତ ତିଆରି କଳା ସାମଗ୍ରୀକୁ ପ୍ରଦର୍ଶିତ କରିଥିଲେ l
ଐତିହ୍ୟ ଗ୍ରାମ ରଘୁରାଜପୁରର ଉନ୍ନତି ପାଇଁ ୨୦୧୫ରେ ମଞ୍ଜୁର ହୋଇଥିବା ପ୍ରକଳ୍ପକୁ ଗୁରୁବାର କେନ୍ଦ୍ର ମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି । ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଉଦ୍ଘାଟନ ଉତ୍ସବରେ କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜରଦୋଶଙ୍କ ସମେତ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ସମିତ ପାତ୍ର ଏବଂ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଶଙ୍କର ପରିଡା ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ରଘୁରାଜପୁର ଗ୍ରାମରେ ପହଞ୍ଚିବା ପରେ ଗୁରୁ ଗଙ୍ଗାଧର ଗୋଟିପୁଅ ନୃତ୍ୟ ପରିଷଦ ପକ୍ଷରୁ ସ୍ଵାଗତ କରାଯାଇଥିଲା । ଗ୍ରାମକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ପ୍ରକଳ୍ପ ଉଦ୍ଘାଟନ ଅବସରରେ ବୟନ ଶିଳ୍ପ ମନ୍ତ୍ରୀ ଜରଦୋଶ ଏବଂ କେନ୍ଦ୍ର ପର୍ଯ୍ୟଟନ ଅଧ୍ୟକ୍ଷ ସମ୍ବିତ ପାତ୍ର ମଞ୍ଚରେ ଐତିହ୍ୟ ଗ୍ରାମର ଗାରିମାକୁ ବଖାଣିଥିଲେ। ପରେ ୧୨ଜଣ ଜାତୀୟ ପୁରସ୍କାରପ୍ରାପ୍ତ କାରିଗରଙ୍କୁ ସମ୍ମାନିତ କରିବା ସହ କିଛି କାରିଗରଙ୍କୁ ସେମାନଙ୍କ କଳାକାର ପରିଚୟ ପତ୍ର ପ୍ରଦାନ କରିଥିଲେ।
The post ରଘୁରାଜପୁର ଠାରେ ସୂକ୍ଷ୍ମ କାରିଗରୀର ପ୍ରଦର୍ଶନୀ appeared first on KNews Odisha.