ଆଉ ହଇରାଣ ହେବେନି ରୋଗୀ, ଏଣିକି କ୍ୟାପିଟାଲ ହସ୍ପିଟାଲରୁ SCBକୁ ଗଡ଼ିବ ‘ଆମ ବସ୍’

ଭୁବନେଶ୍ୱର : ‘ଆମ ବସ’ ଯୋଜନାରେ ପୁଣି ଯୋଡ଼ି ହୋଇଛି ୪୦ଟି ଇ-ବସ୍‌ । ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲରୁ କଟକ SCB ମେଡିକାଲ ଯିବା ପାଇଁ ସରକାର ଗଡାଇବେ ଇ-ବସ୍ । ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟକ ହେବ ‘ଆମ ବସ୍’ ର ନୂଆ ରୁଟ୍ । ଏହା ଦ୍ୱାରା ଆଉ ଯାତାୟତ ପାଇଁ ହନ୍ତସନ୍ତ ହେବେନି ରୋଗୀଙ୍କ ପରିବାର । ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ମଧ୍ୟ ଇ-ବସ୍ ଚାଲିବ […] The post ଆଉ ହଇରାଣ ହେବେନି ରୋଗୀ, ଏଣିକି କ୍ୟାପିଟାଲ ହସ୍ପିଟାଲରୁ SCBକୁ ଗଡ଼ିବ ‘ଆମ ବସ୍’ appeared first on KNews Odisha.

ଆଉ ହଇରାଣ ହେବେନି ରୋଗୀ, ଏଣିକି କ୍ୟାପିଟାଲ ହସ୍ପିଟାଲରୁ SCBକୁ ଗଡ଼ିବ ‘ଆମ ବସ୍’
BUS 4

ଭୁବନେଶ୍ୱର : ‘ଆମ ବସ’ ଯୋଜନାରେ ପୁଣି ଯୋଡ଼ି ହୋଇଛି ୪୦ଟି ଇ-ବସ୍‌ । ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲରୁ କଟକ SCB ମେଡିକାଲ ଯିବା ପାଇଁ ସରକାର ଗଡାଇବେ ଇ-ବସ୍ । ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟକ ହେବ ‘ଆମ ବସ୍’ ର ନୂଆ ରୁଟ୍ । ଏହା ଦ୍ୱାରା ଆଉ ଯାତାୟତ ପାଇଁ ହନ୍ତସନ୍ତ ହେବେନି ରୋଗୀଙ୍କ ପରିବାର । ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ମଧ୍ୟ ଇ-ବସ୍ ଚାଲିବ । ଗତକାଲି ଭୁବନେଶ୍ବର ଗାଢ଼କଣସ୍ଥିତ ଆମ ବସ୍ ଡିପୋରେ ୪୦ଟି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନୂଆ ଇ-ବସର ଉଦଘାଟନ କରିଛନ୍ତି ।

ଏନେଇ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଖୁବଶୀଘ୍ର ରାଜ୍ୟର ୮ଟି ସହରରେ ଆମ ବସ୍ ସେବା ଆରମ୍ଭ ହେବ ଏବଂ କେନ୍ଦ୍ର ସରକାର ଓଡିଶାକୁ ୪୦୦ ଇ-ବସ୍ ଯୋଗାଇବେ । ତେବେ ବସ୍ ଦୁର୍ଘଟଣା କମାଇବା ପାଇଁ ଅନେକ ପଦକ୍ଷେପ ନିଆଯିବା ସହ ଆମ ବସ୍ ଭିତରେ ଦୁଇଟି ସିସିଟିଭି କ୍ୟାମେରା ବି ଲଗାଯାଇଥିବା କଥା କହିଛନ୍ତି ମନ୍ତ୍ରୀ ।

ଆହୁରି ପଢ଼ନ୍ତୁ:  ୱାକଫ ବିଲକୁ ନେଇ ବିଜେଡି କୌଣସି ହ୍ୱିପ୍ ଜାରି କରିନାହିଁ, ସଦସ୍ୟମାନେ ନିଜ ବିବେକ ଅନୁଯାୟୀ ଭୋଟ ଦେବେ

The post ଆଉ ହଇରାଣ ହେବେନି ରୋଗୀ, ଏଣିକି କ୍ୟାପିଟାଲ ହସ୍ପିଟାଲରୁ SCBକୁ ଗଡ଼ିବ ‘ଆମ ବସ୍’ appeared first on KNews Odisha.