ୟୁରୋ କପ୍; ଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ସ୍ପେନ୍ ଚାମ୍ପିଅନ

ବର୍ଲିନ, ୧୫/୦୭: ସ୍ପେନ ୟୁରୋ କପ୍‌-୨୦୨୪ ଫାଇନାଲରେ ୨-୧ ଗୋଲରେ ଇଂଲଣ୍ଡକୁ ପରାଜିତ କରି ଚତୁର୍ଥ ଥର ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଛି । ପୂର୍ବରୁ ଦଳ ୧୯୬୪,  ୨୦୦୮ ଓ ୨୦୧୨ରେ ଟ୍ରଫି ହାସଲ କରିଥିଲା ।   ଅଲିମ୍ପିଆଷ୍ଟାଡିୟମ, ୭୪,୪୭୫ ହଜାର  ଦର୍ଶକଙ୍କ କୋଳାହଳରେ ଫାଟି ପଡ଼ୁଥିଲା ଆକାଶ । ଡିଫେଣ୍ଡିଂ ଚାମ୍ପିଅନ ଇଟାଲୀ ବହୁ ପୂର୍ବରୁ ବିଦା ହୋଇସାରିଥିଲା । ତେଣୁ ଦୁଇ ଫାଇନାଲିଷ୍ଟ ସ୍ପେନ-ଇଂଲଣ୍ଡ ମଧ୍ୟରୁ କିଏ ହେବ ଚାମ୍ପିଅନ ?   ଏହି ଉତ୍କଣ୍ଠା ନେଇ କେବଳ ୟୁରୋପ ନୁହେଁ,  ସାରା ବିଶ୍ୱର ଫୁଟବଲ ପ୍ରେମୀ ଅପେକ୍ଷା କରି ରହିଥିଲେ । ଶେଷରେ ଦୀର୍ଘ ପ୍ରତୀକ୍ଷାରେ ଅନ୍ତ  ଘଟିଥିଲା ଏବଂ ସ୍ପେନ ହୋଇଥିଲା ଚାମ୍ପିଅନ ।  ଫାଇନାଲ ମୁକାବିଲା ବେଶ ଚିତାକର୍ଷକ  ହୋଇଥିଲା । ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ଥିଲା । ଦ୍ୱିତୀୟାର୍ଦ୍ଧର ଆରମ୍ଭରୁ ସ୍ପେନ୍  ଅଗ୍ରଣୀ ଲାଭ କରିଥିଲା । ୪୭ ମିନିଟରେ ମିଡ୍‌ଫିଲ୍ଡର ନିକୋ  ୱିଲିୟମ୍ସ ଦେଇଥିଲେ ଗୋଲ୍ । ୧୭ ବର୍ଷୀୟ ଯୁବ ତାରକା ଲାମିନ ୟାମାଲଙ୍କ ଚମତ୍କାର ପାସ୍‌କୁ ୱିଲିୟମ୍ସ ଇଂଲଣ୍ଡ ରକ୍ଷଣଭାଗ ଭେଦ କରି ଗୋଲପୋଷ୍ଟରେ ପୂରାଇବାରେ ସଫଳ ହୋଇଥିଲେ ।  ଇଂଲଣ୍ଡ ଚାପରେ ରହିଥିଲା । କିନ୍ତୁ ଦଳ  ପ୍ରତ୍ୟାବର୍ତ୍ତନ ନେଇ ଜୋରଦାର ପ୍ରୟାସ ଜାରି ରଖିଥିଲା । ୭୩ ମିନିଟରେ ଜବରଦସ୍ତ ଆକ୍ରମଣ  ସହ ମ୍ୟାଚ୍‌କୁ ୧-୧ ଗୋଲରେ ବରାବର କରିଥିଲା । ଷ୍ଟ୍ରାଇକର କୋଲେ ପାଲମର ଏହି ଗୋଲ୍‌ ଦେଇଥିଲେ ।  

ୟୁରୋ କପ୍; ଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ସ୍ପେନ୍ ଚାମ୍ପିଅନ

ବର୍ଲିନ, ୧୫/୦୭: ସ୍ପେନ ୟୁରୋ କପ୍‌-୨୦୨୪ ଫାଇନାଲରେ ୨-୧ ଗୋଲରେ ଇଂଲଣ୍ଡକୁ ପରାଜିତ କରି ଚତୁର୍ଥ ଥର ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଛି । ପୂର୍ବରୁ ଦଳ ୧୯୬୪,  ୨୦୦୮ ଓ ୨୦୧୨ରେ ଟ୍ରଫି ହାସଲ କରିଥିଲା ।   

ଅଲିମ୍ପିଆଷ୍ଟାଡିୟମ, ୭୪,୪୭୫ ହଜାର  ଦର୍ଶକଙ୍କ କୋଳାହଳରେ ଫାଟି ପଡ଼ୁଥିଲା ଆକାଶ । ଡିଫେଣ୍ଡିଂ ଚାମ୍ପିଅନ ଇଟାଲୀ ବହୁ ପୂର୍ବରୁ ବିଦା ହୋଇସାରିଥିଲା । ତେଣୁ ଦୁଇ ଫାଇନାଲିଷ୍ଟ ସ୍ପେନ-ଇଂଲଣ୍ଡ ମଧ୍ୟରୁ କିଏ ହେବ ଚାମ୍ପିଅନ ?   ଏହି ଉତ୍କଣ୍ଠା ନେଇ କେବଳ ୟୁରୋପ ନୁହେଁ,  ସାରା ବିଶ୍ୱର ଫୁଟବଲ ପ୍ରେମୀ ଅପେକ୍ଷା କରି ରହିଥିଲେ । ଶେଷରେ ଦୀର୍ଘ ପ୍ରତୀକ୍ଷାରେ ଅନ୍ତ  ଘଟିଥିଲା ଏବଂ ସ୍ପେନ ହୋଇଥିଲା ଚାମ୍ପିଅନ ।  

ଫାଇନାଲ ମୁକାବିଲା ବେଶ ଚିତାକର୍ଷକ  ହୋଇଥିଲା । ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ଥିଲା । ଦ୍ୱିତୀୟାର୍ଦ୍ଧର ଆରମ୍ଭରୁ ସ୍ପେନ୍  ଅଗ୍ରଣୀ ଲାଭ କରିଥିଲା । ୪୭ ମିନିଟରେ ମିଡ୍‌ଫିଲ୍ଡର ନିକୋ  ୱିଲିୟମ୍ସ ଦେଇଥିଲେ ଗୋଲ୍ । ୧୭ ବର୍ଷୀୟ ଯୁବ ତାରକା ଲାମିନ ୟାମାଲଙ୍କ ଚମତ୍କାର ପାସ୍‌କୁ ୱିଲିୟମ୍ସ ଇଂଲଣ୍ଡ ରକ୍ଷଣଭାଗ ଭେଦ କରି ଗୋଲପୋଷ୍ଟରେ ପୂରାଇବାରେ ସଫଳ ହୋଇଥିଲେ ।  

ଇଂଲଣ୍ଡ ଚାପରେ ରହିଥିଲା । କିନ୍ତୁ ଦଳ  ପ୍ରତ୍ୟାବର୍ତ୍ତନ ନେଇ ଜୋରଦାର ପ୍ରୟାସ ଜାରି ରଖିଥିଲା । ୭୩ ମିନିଟରେ ଜବରଦସ୍ତ ଆକ୍ରମଣ  ସହ ମ୍ୟାଚ୍‌କୁ ୧-୧ ଗୋଲରେ ବରାବର କରିଥିଲା । ଷ୍ଟ୍ରାଇକର କୋଲେ ପାଲମର ଏହି ଗୋଲ୍‌ ଦେଇଥିଲେ ।   ଜ୍ୟୁଡ ବେଲିଂହାମ ଏଥିରେ ସହାୟତା କରିଥିଲେ । 

ମ୍ୟାଚ୍‌ ଅତିରିକ୍ତ ସମୟକୁ ଯିବ ବୋଲି ଆଶା କରାଯାଉଥିଲା । କିନ୍ତୁ ୮୬ ମିନିଟରେ ସ୍ପେନ ଦ୍ୱିତୀୟ  ଗୋଲ୍‌ ଦେଇ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିଲା ।  ମିକେଲ ଓୟାରଜାବଲ ଏହି ଗୋଲ୍‌ ଦେଇ ଇଂଲଣ୍ଡ  ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲେ । ୮୯  ମିନିଟରେ ଇଂଲଣ୍ଡ ମ୍ୟାଚ୍‌କୁ ବରାବର କରିବା  ନେଇ ଶେଷ ପ୍ରୟାସ କରିଥିଲା, ହେଲେ ତାହା  ସମ୍ଭବ ହୋଇ ନଥିଲା । ନିର୍ଦ୍ଧାରିତ ସମୟ ଏବଂ  ଇନ୍‌ଜ୍ୟୁରୀ ଟାଇମରେ ୨-୧ ଗୋଲରେ ଅଗ୍ରଣୀ  ହୋଇ ଶେଷରେ ସ୍ପେନ ବିଜୟୀ ହୋଇଥିଲା । ଇଂଲଣ୍ଡର ଟାଇଟଲ ସ୍ୱପ୍ନ ଅଧୁରା ରହିଯାଇଥିଲା । ଫଳରେ ସ୍ପେନ୍ ଚତୁର୍ଥ ଥର ପାଇଁ ୟୁରୋ କପ୍ ଚାମ୍ପିଅନ ହୋଇଛି ।... 

ଶେଷ ହ୍ୱିସିଲ୍‌ ବାଜିବା ମାତ୍ରେ ପଡ଼ିଆରେ  ଆରମ୍ଭ ହୋଇଥିଲା ସ୍ପେନ ଖେଳାଳିଙ୍କ  ସେଲିବ୍ରେସନ ଏବଂ ଗ୍ୟାଲେରୀରେ ପ୍ରଶଂସକ  ମଧ୍ୟ ବିଜୟ ଖୁସିରେ ମତୁଆଲା ହୋଇଯାଇଥିଲେ ।  

ଇଂଲଣ୍ଡ ଶେଷ ଥର ୨୦୨୦ରେ ଫାଇନାଲରେ  ପ୍ରବେଶ କରି ରନର୍ସଅପ୍‌ ହୋଇଥିଲା । ପୁରସ୍କାର: ଚାମ୍ପିଅନ ଦଳର ୟାମାଲ ଟୁର୍ଣ୍ଣାମେଣ୍ଟର  ଶ୍ରେଷ୍ଠ ଯୁବ ଖେଳାଳି ଏବଂ ରୋଡ୍ରିଗୋ ହର୍ଣ୍ଣାଡେଜ  ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।