ଆର୍ବିଆଇର ବଡ଼ ଘୋଷଣା : ଫେରିଲା ୯୮ ପ୍ରତିଶତ, ବଜାରରେ ରହିଛି ୬.୪୭୧ କୋଟିର ୨୦୦୦ ଟଙ୍କିଆ
ମୁମ୍ବାଇ ୦୪।୦୪ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆର୍ବିଆଇର ବଡ଼ ଘୋଷଣା । ବର୍ତ୍ତମାନ ସୁଦ୍ଧା ବଜାରରୁ ୯୮.୧୮ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ଆର୍ବିଆଇ ନିକଟକୁ ଆସିଛି । ପୁରା ବ୍ୟାଙ୍କିଂ ପ୍ରଣାଳୀରେ ଏହି ପ୍ରତ୍ୟାବର୍ତ୍ତନ କରିଛି । ବାକି ୬.୪୭୧ କୋଟି ମୂଲ୍ୟର ନୋଟ୍ ଲୋକଙ୍କ ପାଖରେ ରହିଛି ।ଆର୍ବିଆଇ ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ରିପୋର୍ଟରେ ଅନୁସାରେ, ୧୯ ମେ ୨୦୨୩ରେ ବଜାରରୁ ୨୦୦୦ ଟଙ୍କିଆ ନୋଟ୍ ଫେରାଇ ଆଣିବାକୁ ନିଷ୍ପତ୍ତି ହୋଇଥିଲା । ସେହି ସମୟରେ ବଜାରରେ ମୋଟ ୩. ୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଉପଲବ୍ଧ ଥିଲା । ପରବର୍ତ୍ତୀ ସମୟରେ ବଜାରରୁ ନୋଟ୍ ଫେରାଇ ଆଣିବାକୁ ନିଷ୍ପତ୍ତି ପରେ ଏହି ସଂଖ୍ୟା ଧୀରେ ଧୀରେ କମିଥିଲା । ବର୍ତ୍ତମାନ ସୁଦ୍ଧା ବଜାରରୁ ୯୮.୧୮ ପ୍ରତିଶତ ଟଙ୍କା ୨୦୦୦ ଟଙ୍କିଆ ନୋଟ୍ ଫେରିଆସିଛି । ଆଉ ୨୮ ଫେବୃଆରୀ ୨୦୨୫ ସୁଦ୍ଧା ବଜାରରେ ୬,୪୭୧ କୋଟିର ୨୦୦୦ ଟଙ୍କିଆ ନୋଟ୍ ଉପଲବ୍ଧ ରହିଛି। ତେବେ ୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଦେଶରେ ପ୍ରଚଳିତ ଥିବା ୨୦୦୦ ଟଙ୍କିଆ ନୋଟ୍କୁ କୌଣସି ବି ବ୍ୟାଙ୍କର ଶାଖାର ଡିପୋଜିଟ୍ କରି ବଦଳରେ ଅନ୍ୟ ନୋଟ୍ର ଟଙ୍କା ନେବାର ସୁବିଧା ରହିଥିଲା । ଡେଡ୍ଲାଇନ୍ ଶେଷ ହେବା ପରେ ଆର୍ବିଆଇ ପକ୍ଷରୁ ଆଉ କୌଣସି ମହଲତ ଦିଆଯାଇନଥିଲା । ବର୍ତ୍ତମାନ ଏହି ସୁବିଧା କେବଳେ ଆର୍ବିଆଇ ଆଞ୍ଚଳିକ ଶାଖାରେ ଉପଲବ୍ଧ ରହିଛି ।
ମୁମ୍ବାଇ ୦୪।୦୪ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆର୍ବିଆଇର ବଡ଼ ଘୋଷଣା । ବର୍ତ୍ତମାନ ସୁଦ୍ଧା ବଜାରରୁ ୯୮.୧୮ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ଆର୍ବିଆଇ ନିକଟକୁ ଆସିଛି । ପୁରା ବ୍ୟାଙ୍କିଂ ପ୍ରଣାଳୀରେ ଏହି ପ୍ରତ୍ୟାବର୍ତ୍ତନ କରିଛି । ବାକି ୬.୪୭୧ କୋଟି ମୂଲ୍ୟର ନୋଟ୍ ଲୋକଙ୍କ ପାଖରେ ରହିଛି ।

ଆର୍ବିଆଇ ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ରିପୋର୍ଟରେ ଅନୁସାରେ, ୧୯ ମେ ୨୦୨୩ରେ ବଜାରରୁ ୨୦୦୦ ଟଙ୍କିଆ ନୋଟ୍ ଫେରାଇ ଆଣିବାକୁ ନିଷ୍ପତ୍ତି ହୋଇଥିଲା । ସେହି ସମୟରେ ବଜାରରେ ମୋଟ ୩. ୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଉପଲବ୍ଧ ଥିଲା । ପରବର୍ତ୍ତୀ ସମୟରେ ବଜାରରୁ ନୋଟ୍ ଫେରାଇ ଆଣିବାକୁ ନିଷ୍ପତ୍ତି ପରେ ଏହି ସଂଖ୍ୟା ଧୀରେ ଧୀରେ କମିଥିଲା । ବର୍ତ୍ତମାନ ସୁଦ୍ଧା ବଜାରରୁ ୯୮.୧୮ ପ୍ରତିଶତ ଟଙ୍କା ୨୦୦୦ ଟଙ୍କିଆ ନୋଟ୍ ଫେରିଆସିଛି । ଆଉ ୨୮ ଫେବୃଆରୀ ୨୦୨୫ ସୁଦ୍ଧା ବଜାରରେ ୬,୪୭୧ କୋଟିର ୨୦୦୦ ଟଙ୍କିଆ ନୋଟ୍ ଉପଲବ୍ଧ ରହିଛି।

ତେବେ ୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଦେଶରେ ପ୍ରଚଳିତ ଥିବା ୨୦୦୦ ଟଙ୍କିଆ ନୋଟ୍କୁ କୌଣସି ବି ବ୍ୟାଙ୍କର ଶାଖାର ଡିପୋଜିଟ୍ କରି ବଦଳରେ ଅନ୍ୟ ନୋଟ୍ର ଟଙ୍କା ନେବାର ସୁବିଧା ରହିଥିଲା । ଡେଡ୍ଲାଇନ୍ ଶେଷ ହେବା ପରେ ଆର୍ବିଆଇ ପକ୍ଷରୁ ଆଉ କୌଣସି ମହଲତ ଦିଆଯାଇନଥିଲା । ବର୍ତ୍ତମାନ ଏହି ସୁବିଧା କେବଳେ ଆର୍ବିଆଇ ଆଞ୍ଚଳିକ ଶାଖାରେ ଉପଲବ୍ଧ ରହିଛି । ଏହାସହିତ ସାଧାରଣ ଲୋକ ଭାରତୀୟ ଡାକଘରେ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍ ଜମା କରିପାରିବେ । ହେଲେ ଏଥିପାଇଁ କିଛି ସର୍ତ୍ତ ରଖିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ।
କମୁଛି କି ରିଲାଏନ୍ସର ଚମକ ? ବର୍ଷ କରେ ନିବେଶକମାନେ ହରାଇଲେଣି ଏତେ କୋଟି ଟଙ୍କା