ଭିଜିଲାନ୍ସ ଜାଲରେ RW ଏସ୍ଡିଓ, ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା
ପାଟଣାଗଡ ୨୪।୦୭ : ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଆରଡବ୍ୟୁ ଏସ୍ଡିଓ । ଲାଞ୍ଚ ନେଇ ଧରିପଡିଲେ ଏସଡିଓ ସୁଜିତ କୁମାର ପାଢୀ । ଏହାସହିତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ଖବର ଅନୁଯାୟୀ, ୫୦ ହଜାର ଟଙ୍କା ଲାଞ୍ଚନେବା ବେଳେ ପାଟଣାଗଡ଼ ଆରଡବ୍ୟୁ ଏସ୍ଡିଓ ଧରିଛି ଭିଜିଲାନ୍ସ । ଏସଡିଓ ସୁଜିତ କୁମାର ପାଢୀଙ୍କୁ ପାଟଣାଗଡ଼ କାର୍ଯ୍ୟାଳୟରୁ ନେଇ ଜେରା କରୁଛି ଭିଜିଲାନ୍ସ । ସେପଟେ ସମ୍ବଲପୁର, ସୋନପୁର, ବରଗଡ଼ରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚାଲିଛି ଚଢାଉ । ହେଲେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ସୂଚନା ମିଳିନାହିଁ ।
ପାଟଣାଗଡ ୨୪।୦୭ : ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଆରଡବ୍ୟୁ ଏସ୍ଡିଓ । ଲାଞ୍ଚ ନେଇ ଧରିପଡିଲେ ଏସଡିଓ ସୁଜିତ କୁମାର ପାଢୀ । ଏହାସହିତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ ।
ଖବର ଅନୁଯାୟୀ, ୫୦ ହଜାର ଟଙ୍କା ଲାଞ୍ଚନେବା ବେଳେ ପାଟଣାଗଡ଼ ଆରଡବ୍ୟୁ ଏସ୍ଡିଓ ଧରିଛି ଭିଜିଲାନ୍ସ । ଏସଡିଓ ସୁଜିତ କୁମାର ପାଢୀଙ୍କୁ ପାଟଣାଗଡ଼ କାର୍ଯ୍ୟାଳୟରୁ ନେଇ ଜେରା କରୁଛି ଭିଜିଲାନ୍ସ । ସେପଟେ ସମ୍ବଲପୁର, ସୋନପୁର, ବରଗଡ଼ରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚାଲିଛି ଚଢାଉ । ହେଲେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ସୂଚନା ମିଳିନାହିଁ ।