ଯୁବକଙ୍କ ନାରକୀୟ କାଣ୍ଡ : ବିଚ୍‌ ରାସ୍ତାରେ କୁକୁରକୁ ହାଣି ପକାଇଲେ

ବ୍ରହ୍ମପୁର : କୁକୁରକୁ ହାଣିଲେ , ଆତଙ୍କ ଖେଳାଇଲେ ୮ ଦୁର୍ବୁତ୍ତ। ଆଗରୁ ମଣିଷକୁ ହାଣୁଥିଲେ , ଏବେ କୁକୁରକୁ ବି ହାଣିବାକୁ ପଛାଇଲେନି। କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ , କିନ୍ତୁ ବିଲକୁଲ୍ ସତ ଘଟଣା। ବ୍ରହ୍ମପୁର ଟାଉନ୍ ଥାନା ଗାନ୍ଧୀନଗର ଲାଇନ୍ ୭ରେ ଅଭାବନୀୟ ଘଟଣା ଘଟିଛି। କୁକୁରକୁ ଜଣକ ପରେ ଜଣେ ହାଣିବାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ଗତକାଲି ସକାଳ ୪ଟା ୧୮ ମିନିଟ୍ ରେ ଏଭଳି ଅଘଟଣ […]

ଯୁବକଙ୍କ ନାରକୀୟ କାଣ୍ଡ : ବିଚ୍‌ ରାସ୍ତାରେ କୁକୁରକୁ ହାଣି ପକାଇଲେ

ବ୍ରହ୍ମପୁର : କୁକୁରକୁ ହାଣିଲେ , ଆତଙ୍କ ଖେଳାଇଲେ ୮ ଦୁର୍ବୁତ୍ତ। ଆଗରୁ ମଣିଷକୁ ହାଣୁଥିଲେ , ଏବେ କୁକୁରକୁ ବି ହାଣିବାକୁ ପଛାଇଲେନି। କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ , କିନ୍ତୁ ବିଲକୁଲ୍ ସତ ଘଟଣା। ବ୍ରହ୍ମପୁର ଟାଉନ୍ ଥାନା ଗାନ୍ଧୀନଗର ଲାଇନ୍ ୭ରେ ଅଭାବନୀୟ ଘଟଣା ଘଟିଛି। କୁକୁରକୁ ଜଣକ ପରେ ଜଣେ ହାଣିବାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ଗତକାଲି ସକାଳ ୪ଟା ୧୮ ମିନିଟ୍ ରେ ଏଭଳି ଅଘଟଣ ଘଟିଛି। ୩ ଟି ସ୍କୁଟରରେ ୮ ଜଣ ଯୁବକ ଆସି ନିରୀହ କୁକୁରଟିକୁ ହାଣି ପକାଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଥିବା ଏକ ବୁଲା କୁକୁରକୁ ଧାରୁଆ ଅସ୍ତ୍ରରେ ଦୁର୍ବୁତ୍ତ ମାନେ ଚୋଟ ମାରି ଚାଲିଛନ୍ତି। ଯାହାର ସିସି ଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଘଟଣା ପରେ କୁକୁରର ଅବସ୍ଥା ଗୁରୁତର ଥିବା ଜଣାପଡିଛି।