ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଉପରେ ବ୍ୟାନ୍ ଲଗାଇଲେ ନିର୍ବାଚନ କମିଶନ

ହାଇଦ୍ରାବାଦ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌) ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କୁ ଇଲେକ୍ସନ କମିଶନଙ୍କ ଛାଟ। କେସିଆର୍‌ଙ୍କ ଉପରେ ୪୮ ଘଣ୍ଟା ପାଇଁ ପ୍ରଚାର ବ୍ୟାନ୍ ଲଗାଇଲେ ଇଲେକ୍ସନ କମିଶନ। ଏହି ୪୮ ଘଣ୍ଟା ପାଇଁ  କେସିଆର୍ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ବୋଲି ଇସି ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ବିରୋଧରେ କେସିଆର୍‌ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଇଶିଙ୍କ ପାଖରେ ପେରାଦ ହୋଇଥିଲା ଦଳ। କଂଗ୍ରେସର ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ  ନିଆଯାଇଛି। ଏପ୍ରିଲ ୬ ତାରିଖରେ ହୋଇଥିବା ଅଭିଯୋଗ ଅନୁସାରେ, କେସିଆର୍ ସେହି ଦିନ ସିର୍‌ସିଲାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ  “ଜଣେ କଂଗ୍ରେସ ବ୍ୟକ୍ତି କହିଥିଲେ ଯେ ତିଷ୍ଟି ରହିବାକୁ ହେଲେ ଗର୍ଭ ନିରୋଧକ ନ ହେଲେ ପାମ୍ପଡ ବିକିବାକୁ ପଡ଼ିବ।” ଏହାପରେ କେସିଆର୍ କହିଥିଲେ- କ’ଣ ସେମାନେ କୁକୁର ଛୁଆ ଯେ ନିରୋଧକ ଓ ପାମ୍ପଡ଼ ବିକ୍ରି କରିବେ?। ଏଥିସହିତ କେସିଆର୍ ତାଙ୍କୁ ଶସ୍ତା ମାନସିକାତର ଲୋକ କହିଥିବା କଂଗ୍ରେସ ଅଭିଯୋଗ କରିଥିଲା।  ଅଭିଯୋଗ ପରେ ମୁଖ୍ୟ ନିର୍ବାଚନ ଅଧକାର ତଦନ୍ତ କରି ଇଲେକ୍ସନ କମିଶନଙ୍କ ପାଖରେ ରିପୋର୍ଟ ଦାଖଲ କରିଥିଲା। ପଢ଼ନ୍ତୁ- ଟିଏମ୍‌ସିକୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଭୋଟ୍ ଦେବା ଭଲ: ଅଧୀର ରଞ୍ଜନ ଚୌଧୁରୀଏହାପରେ ଇସି କେସିଆର୍

ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଉପରେ ବ୍ୟାନ୍ ଲଗାଇଲେ ନିର୍ବାଚନ କମିଶନ

ହାଇଦ୍ରାବାଦ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌) ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କୁ ଇଲେକ୍ସନ କମିଶନଙ୍କ ଛାଟ। କେସିଆର୍‌ଙ୍କ ଉପରେ ୪୮ ଘଣ୍ଟା ପାଇଁ ପ୍ରଚାର ବ୍ୟାନ୍ ଲଗାଇଲେ ଇଲେକ୍ସନ କମିଶନ। ଏହି ୪୮ ଘଣ୍ଟା ପାଇଁ  କେସିଆର୍ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ବୋଲି ଇସି ନିର୍ଦ୍ଦେଶ ଦେଇଛନ୍ତି। 

କଂଗ୍ରେସ ବିରୋଧରେ କେସିଆର୍‌ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଇଶିଙ୍କ ପାଖରେ ପେରାଦ ହୋଇଥିଲା ଦଳ। କଂଗ୍ରେସର ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ  ନିଆଯାଇଛି। 

ଏପ୍ରିଲ ୬ ତାରିଖରେ ହୋଇଥିବା ଅଭିଯୋଗ ଅନୁସାରେ, କେସିଆର୍ ସେହି ଦିନ ସିର୍‌ସିଲାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ  “ଜଣେ କଂଗ୍ରେସ ବ୍ୟକ୍ତି କହିଥିଲେ ଯେ ତିଷ୍ଟି ରହିବାକୁ ହେଲେ ଗର୍ଭ ନିରୋଧକ ନ ହେଲେ ପାମ୍ପଡ ବିକିବାକୁ ପଡ଼ିବ।” ଏହାପରେ କେସିଆର୍ କହିଥିଲେ- କ’ଣ ସେମାନେ କୁକୁର ଛୁଆ ଯେ ନିରୋଧକ ଓ ପାମ୍ପଡ଼ ବିକ୍ରି କରିବେ?। ଏଥିସହିତ କେସିଆର୍ ତାଙ୍କୁ ଶସ୍ତା ମାନସିକାତର ଲୋକ କହିଥିବା କଂଗ୍ରେସ ଅଭିଯୋଗ କରିଥିଲା।  

ଅଭିଯୋଗ ପରେ ମୁଖ୍ୟ ନିର୍ବାଚନ ଅଧକାର ତଦନ୍ତ କରି ଇଲେକ୍ସନ କମିଶନଙ୍କ ପାଖରେ ରିପୋର୍ଟ ଦାଖଲ କରିଥିଲା। 

ପଢ଼ନ୍ତୁ- ଟିଏମ୍‌ସିକୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଭୋଟ୍ ଦେବା ଭଲ: ଅଧୀର ରଞ୍ଜନ ଚୌଧୁରୀ

ଏହାପରେ ଇସି କେସିଆର୍‌ଙ୍କୁ ଏପ୍ରିଲ ୧୬ ତାରିଖରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ହେଲେ କେସିଆର୍ ଏହାକୁ ପ୍ରତ୍ୟାଖାନ କରିବା ସହ କଂଗ୍ରେସ ତେଲଗୁ ଭାଷାକୁ ଇଂରାଜୀର ଭୁଲ୍ ଅନୁବାଦ କରି ବିବାଦର ରୂପ ଦେବାକୁ ଚେଷ୍ଟା କରିଛି। ଯେହେତୁ ନିର୍ବାଚନ ଅଧିକାରୀ ତେଲଗୁବାସୀ ନୁହଁନ୍ତି ତେଣୁ ସେ ବୁଝିପାରି ନାହାନ୍ତି ବୋଲି କେସିଆର୍ କହିଥିଲେ। ତେବେ ଇଲେକ୍ସନ କମିଶନ କେସିଆର୍‌ଙ୍କ ଭାଷଣକୁ ସାମୀକ୍ଷା କରିବା ପରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କୁ ୪୮ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିବାକୁ ରୋକାଯାଇଛି। 

ସାମ୍ବିଧାନର ଆର୍ଟିକଲ ୩୨୪ ଅନୁସାରେ, ଦିଆଯାଇଥିବା  ସମସ୍ତ କ୍ଷମତା ଅନୁସାରେ କେସିଆର୍‌ଙ୍କୁ କୌଣସି ସାର୍ବଜନିକ ସଭା, ସାର୍ବଜନିକ ଶୋଭାଯାତ୍ରା, ସାର୍ବଜନିକ ପ୍ରଚାର ଯାତ୍ରା, କାର୍ଯ୍ୟକ୍ରମ, ସାକ୍ଷାତ୍‌କାର, କିମ୍ବା ମିଡିଆ ସାମ୍ନାରେ କୌଣସି ମତ ରଖିବାକୁ ୪୮ ଘଣ୍ଟା ପାଇଁ ବ୍ୟାନ୍ କରାଯାଉଛି। ୧ ମେ ସନ୍ଧ୍ୟା ୮ ଠାରୁ ଆସନ୍ତା ୪୮ ଘଣ୍ଟା ପାଇଁ ଦଣ୍ଡ ଲାଗୁ ହେବ। ସୂଚନା ଥାଉକି ତେଲେଙ୍ଗାନାର ସମସ୍ତ ୧୭ ଲୋକସଭା ଆସନ ପାଇଁ  ମେ ୧୩ ତାରିଖରେ ଭୋଟ  ଗ୍ରହଣ ହେବ।