12 Congress Legislator suspended: କଂଗ୍ରେସର ୧୨ ବିଧାୟକ ନିଲମ୍ବିତ
ବିଧାନସଭା ଅଧିବେଶନ ଜାରି ରହିଥିବା ବେଳେ ମଙ୍ଗଳବାର କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ସମସ୍ତଙ୍କୁ ନିଲମ୍ବିତ କରିଛନ୍ତି। ଚଳିତ ବିଧାନସଭାରେ କଂଗ୍ରେସର ସମୁଦାୟ ୧୪ ଜଣ ବିଧାୟକ ରହିଛନ୍ତି। ଏହା ମଧ୍ୟରୁ ୧୨ ଜଣଙ୍କୁ ୭ କାର୍ଯ୍ୟ ଦିବସ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ।