+2 ଫେଲ୍ ହୋଇ ଦାଦନ ଖଟିବାକୁ ଯାଇଥିଲେ, ଏବେ ଅଫିସର୍

ଦ୍ୱାଦଶରେ ଫେଲ୍ ହୋଇ ବି ଜୀବନରେ, ନିଜ ଲକ୍ଷ୍ୟରେ ସଫଳ ହେଇପାରିଲେ ବିଷ୍ଣୁ ଚରଣ ନାୟକ ।

+2 ଫେଲ୍ ହୋଇ ଦାଦନ ଖଟିବାକୁ ଯାଇଥିଲେ, ଏବେ ଅଫିସର୍

ଦ୍ବାଦଶ ପରିକ୍ଷୀରେ ହେଲେ ଫେଲ୍। ତା ପରେ ଦାଦନ ହୋଇ ସୁରତରେ ଯାଇ ସୂତାକଳରେ କାମ କଲେ। ଘର ଚଳାଇବାର ବୋଝକୁ ବୋହିବା ସହଜ ନ ହେବାରୁ ଗାଁକୁ ଆସି ଏସଟିଡି ବୁଥ୍ କଲେ। ଆଉ ବାହା ବି ହୋଇଗଲେ। ହେଲେ ଏସଟିଡି ବୁଥ୍ ନ ଚାଲିବାରୁ ପୁଣି ସୁରତ ଫେରି ସୂତାକଳରେ କାମ କଲେ। ଏମିତି ଏକ ଦନ୍ତୁରିତ ରାସ୍ତାରେ ଚାଲିବା ଭିତରେ ପାଠପଢ଼ାର ଝୁଙ୍କରେ ରହିଯାଇଥିଲେ। ଆଉ ଏବେ ଓଡ଼ିଶା ସିଭିଲ୍ ସର୍ଭେଣ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆସନ୍ତୁ ଜାଣିବା ସେହି ଦାଦନ ଆଉ ପ୍ଲସ ଟୁ ଫେଲ୍ ସିଭିଲ ସର୍ଭେଣ୍ଟଙ୍କ ପ୍ରେରଣାଦାୟୀ କାହାଣୀ।