A R Rahman Divorced: ଦୀର୍ଘ ୨୯ ବର୍ଷ ପରେ ପତ୍ନୀ ସାଇରାଙ୍କ ଠାରୁ ଅଲଗା ହେଲେ ଏ. ଆର୍. ରହମାନ; ଲେଖିଲେ ଦୁଃଖଭରା ନୋଟ୍

ବର୍ତ୍ତମାନ ଏ. ଆର୍. ରହମାନଙ୍କ ଜୀବନରେ ଶାନ୍ତି ନାହିଁ। କାରଣ ସେ ଏବଂ ତାଙ୍କ ପତ୍ନୀ ସାଇରା ବାନୁ ବିବାହର ୨୯ ବର୍ଷ ପରେ ଅଲଗା ହେଉଛନ୍ତି। ମଙ୍ଗଳବାର ତାଙ୍କ ଓକିଲ ଏହି ସୂଚନା ଦେଇଛନ୍ତି।

A R Rahman Divorced: ଦୀର୍ଘ ୨୯ ବର୍ଷ ପରେ ପତ୍ନୀ ସାଇରାଙ୍କ ଠାରୁ ଅଲଗା ହେଲେ ଏ. ଆର୍. ରହମାନ; ଲେଖିଲେ ଦୁଃଖଭରା ନୋଟ୍

ଓସ୍କାର ବିଜେତା ସଂଗୀତକାର୍ ଏ. ଆର୍. ରହମାନଙ୍କ ଜୀବନରେ ଏକ ଅଶାନ୍ତି ଦେଖାଦେଇଛି କାରଣ ସେ ଏବଂ ତାଙ୍କ ପତ୍ନୀ ସାଇରା ବାନୁ ବିବାହର ୨୯ ବର୍ଷ ପରେ ଅଲଗା ହେଉଛନ୍ତି। ମଙ୍ଗଳବାର ତାଙ୍କ ଓକିଲ ଏହି ସୂଚନା ଦେଇଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by ARR (@arrahman)

ଏ. ଆର୍. ରହମାନ ଏବଂ ସାଇରା ବାନୁଙ୍କ ତରଫରୁ ଏକ ବିବୃତ୍ତିରେ ଛାଡପତ୍ର ମାମଲାରେ ଓକିଲ ବନ୍ଦନା ଶାହ କହିଛନ୍ତି ଯେ ସେମାନଙ୍କ ସମ୍ପର୍କରେ ଅନେକ ଭାବପ୍ରବଣ ଚାପ ପରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ଶାହ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତି ଅନୁଯାୟୀ, “ବିବାହର ବହୁ ବର୍ଷ ପରେ ସାଇରା ଏବଂ ତାଙ୍କ ସ୍ୱାମୀ ଏ. ଆର୍. ରହମାନ ପରସ୍ପରଠାରୁ ଅଲଗା ହେବାର କଠିନ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ସଂପର୍କରେ ଅନେକ ଭାବନାତ୍ମକ ଚାପ ପରେ ଏହି ନିଷ୍ପତ୍ତି ନିଆଯାଇଛି।”

ଅଧିକ ପଢ଼ନ୍ତୁ: ଅଭିଷେକଙ୍କ ପୂର୍ବରୁ ଏହି ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଥିଲେ ଐଶ୍ୱର୍ଯ୍ୟା, ଜାଣନ୍ତୁ ସେ କିଏ…

ସାଇରା ବାନୁ ଏକ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରେ କହିଛନ୍ତି, “ବିବାହର ଅନେକ ବର୍ଷ ପରେ ମୁଁ ମୋ ସ୍ୱାମୀ ଏ. ଆର୍. ରହମାନଙ୍କଠାରୁ ଅଲଗା ହେବାର କଠିନ ନିଷ୍ପତ୍ତି ନେଇଛି। ଆମ ସମ୍ପର୍କରେ ଭାବନାତ୍ମକ ଚାପ ପରେ ଏହି ନିଷ୍ପତ୍ତି ନିଆଯାଇଛି। ପରସ୍ପର ପ୍ରତି ଆମର ଗଭୀର ପ୍ରେମ ସତ୍ତ୍ୱେ, ଆମେ ଜାଣିବାକୁ ପାଇଲୁ ଯେ ଚାପ ଏବଂ ଅସୁବିଧା ଆମ ମଧ୍ୟରେ ଏମିତି ଏକ ଖାଇ ସୃଷ୍ଟି କରିଛି ଯାହାକୁ ବର୍ତ୍ତମାନ ସମୟରେ କୌଣସି ପକ୍ଷ ସମାଧାନ କରିବାକୁ ସକ୍ଷମ ନୁହେଁ।”

ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ 'X' ରେ ଏକ ପୋଷ୍ଟ୍‌ ମାଧ୍ୟମରେ ରହମାନ ନିଜ ଦୁଃଖ କହିଛନ୍ତି। ସେ ଲେଖିଛନ୍ତି, “ଆମେ ଆଶା କରିଥିଲୁ ଯେ ଆମେ ତିରିଶ ବର୍ଷ ପୂରଣ କରିବୁ, କିନ୍ତୁ ଲାଗୁଛି ଯେ ସବୁ ଜିନିଷର ଏକ ଅଦୃଶ୍ୟ ଅନ୍ତ ଥାଏ। ଭଗବାନଙ୍କ ସିଂହାସନ ମଧ୍ୟ ଭଙ୍ଗା ହୃଦୟର ଭାରରେ ଥରିପାରେ। ତଥାପି, ଏହି ବିଛିନ୍ନ ଜୀବନର କିଛି ଅର୍ଥ ଅଛି, ଯଦିଓ ଭାଙ୍ଗିଯାଇଥିବା ଖଣ୍ଡଗୁଡ଼ିକ ପୁନର୍ବାର ସେମାନଙ୍କର ସ୍ଥାନ ଖୋଜନ୍ତି ନାହିଁ। ଆମର ବନ୍ଧୁଗଣ, ଏହିଭଳି ଏକ ସମୟ ଦେଇ ଗଲାବେଳେ ଆମର ଗୋପନୀୟତାକୁ ସମ୍ମାନ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।”

ସାଇରା ଏବଂ ରହମାନ ୧୯୯୫ରେ ବିବାହ କରିଥିଲେ ଏବଂ ସେମାନେ ଏବେ ତିନି ସନ୍ତାନର ବାପାମାଆ - ଝିଅ ଖତିଜା, ରହୀମା ଏବଂ ପୁଅ ଆମିନ। ସାଇରା ପ୍ରଥମେ ଏକ ମତରେ ସେମାନଙ୍କ ଅଲଗା ହେବାର କଥା ଘୋଷଣା କରିଥିଲେ, ପରେ ମିଳିତ ମତ ଜାରି କରାଯାଇଥିଲା।

ଏ. ଆର୍. ରହମାନ ଇସଲାମ ଧର୍ମ ଗ୍ରହଣ କରିଥିଲେ:

ଏ. ଆର୍. ରହମାନ ପ୍ରଥମରୁ ହିନ୍ଦୁ ଥିଲେ। ସେ ସାଇରାଙ୍କୁ ବିବାହ କରିବାର ୬ ବର୍ଷ ପୂର୍ବରୁ ୧୯୮୯ରେ ଇସଲାମ ଧର୍ମ ଗ୍ରହଣ କରିଥିଲେ। ତାଙ୍କର ପ୍ରଥମ ନାଁ ଥିଲା ଦିଲୀପ କୁମାର। ସେ ଇସଲାମ ଧର୍ମ ଗ୍ରହଣ କରିବା ପରେ ଏହି ନାଁ ପରିବର୍ତ୍ତନ କରି ଆଲ୍ଲାହା ରକ୍ଷା ରହମାନ ରଖିଥିଲେ।

 
 
 
 
 
 
 
 
 
 
 
 
 
 
 

A post shared by ARR (@arrahman)

ପ୍ରଥମ ବ୍ରେକ୍:

ସଂଗୀତକାର ଏ. ଆର୍. ରହମାନ ୧୯୯୨ ମସିହାରେ ଫିଲ୍ମ ‘ରୋଜା’ରେ ପାଇଥିଲେ ପ୍ରଥମ ବ୍ରେକ୍। ଏହା ବହୁତ ହିଟ୍ ହୋଇଥିଲା ଏବଂ ରହମାନଙ୍କ ସାଉଣ୍ଡ୍‌ଟ୍ରାକ୍ କାରଣଙ୍କୁ ତାଙ୍କୁ ସର୍ବଶ୍ରେଷ୍ଠ ସଂଗୀତକାର ଭାବେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଛାଡପତ୍ର ଗୁଜବ ଭିତରେ ଚର୍ଚ୍ଚାରେ ଦ୍ୱିତୀୟ ବିବାହ… ବଚ୍ଚନ ପରିବାରର ବୋହୂ ହେବେ କି ନିମରତ କୌର୍‌