AAI Recruitment 2023: AAI ବାହାରକଲା ବିଜ୍ଞାପନ, ପୂରଣ ହେବ ୧୧୯ ପଦବୀ

ଏହି ପଦବୀ ପାଇଁ ଡିସେମ୍ବର ୨୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଜାନୁଆରୀ ୨୬ ।

AAI Recruitment 2023: AAI ବାହାରକଲା ବିଜ୍ଞାପନ, ପୂରଣ ହେବ ୧୧୯ ପଦବୀ

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ପଦବୀ ପାଇଁ ଡିସେମ୍ବର ୨୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଜାନୁଆରୀ ୨୬ । ଆଗ୍ରହୀ ପ୍ରାର୍ଥୀମାନେ www.aai.aero ରେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।  

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୭ ଡିସେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୬ ଜାନୁଆରୀ ୨୦୨୪

ଖାଲି ପଦବୀ:

  • ଜୁନିୟର ଆସିଷ୍ଟାଣ୍ଟ (ଫାୟାର ସର୍ଭିସ୍) – ୭୩ଟି ପୋଷ୍ଟ୍‌
  • ଜୁନିୟର ଆସିଷ୍ଟାଣ୍ଟ (ଅଫିସ୍) – ୨ଟି ପୋଷ୍ଟ୍‌
  • ସିନିୟର ଆସିଷ୍ଟାଣ୍ଟ (ଇଲେକ୍ଟ୍ରୋନିକ୍ସ) – ୨୫ଟି ପୋଷ୍ଟ୍‌
  • ସିନିଅର ଆସିଷ୍ଟାଣ୍ଟ (ଆକାଉଣ୍ଟ୍ସ)– ୧୯ଟି ପୋଷ୍ଟ୍‌

ବୟସ ସୀମା:

  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୨୦ ଡିସେମ୍ବର ୨୦୨୩ ଅନୁସାରେ ହେବ

ବୟସ କୋହଳ:

  • OBC – ୩ ବର୍ଷ
  • SC/ST –‍ ୫ ବର୍ଷ
  • ESM – ଭାରତ ସରକାରଙ୍କ ପ୍ରଚଳିତ ନିୟମାନୁସାରେ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/ EWS/ OBC – ୧୦୦୦ ଟଙ୍କା
  • SC/ST/ESM/ ମହିଳା - ଦେୟମୁକ୍ତ