Abhishek Bachchan: ଛାଡପତ୍ର ଗୁଜବ ଭିତରେ ଚର୍ଚ୍ଚାରେ ଦ୍ୱିତୀୟ ବିବାହ… ବଚ୍ଚନ ପରିବାରର ବୋହୂ ହେବେ କି ନିମରତ କୌର୍‌

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ନିମରତ କୌର୍‌ଙ୍କ ସହ ଅଭିଷେକଙ୍କ ସମ୍ପର୍କର ଗୁଜବ ଏବେ ନିଆଁରେ ଘିଅ ଢାଳିଛି। ବର୍ତ୍ତମାନ ଅଭିଷେକ ବଚ୍ଚନଙ୍କ ଏକ ମତ ଭାଇରାଲ ହେବାରେ ଲାଗିଛି।

Abhishek Bachchan: ଛାଡପତ୍ର ଗୁଜବ ଭିତରେ ଚର୍ଚ୍ଚାରେ ଦ୍ୱିତୀୟ ବିବାହ… ବଚ୍ଚନ ପରିବାରର ବୋହୂ ହେବେ କି ନିମରତ କୌର୍‌

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବିବାହର ୧୭ ବର୍ଷ ବିତିଗଲାଣି, କିନ୍ତୁ ସେମାନଙ୍କ ମଧ୍ୟରେ ମତଭେଦକୁ ନେଇ ଗୁଜବ ସବୁବେଳେ ଆସୁଛି। ଅଭିଷେକଙ୍କ ବିନା ଐଶ୍ୱର୍ଯ୍ୟା ରାୟ ଅନନ୍ତ ଅମ୍ବାନୀଙ୍କ ବିବାହରେ ପହଞ୍ଚିବା ଓ ଅଭିଷେକଙ୍କ 'ଛାଡପତ୍ର ପୋଷ୍ଟ'କୁ ପସନ୍ଦ କରିବା ଲୋକଙ୍କୁ ଗୁଜବକୁ ବିଶ୍ୱାସ କରିବାର କାରଣ ହୋଇଥିଲା।

ଏହାରି ଭିତରେ ନିମରତ କୌର୍‌ଙ୍କ ସହ ଅଭିଷେକଙ୍କ ସମ୍ପର୍କର ଗୁଜବ ଏବେ ନିଆଁରେ ଘିଅ ଡାଳିଛି। ବର୍ତ୍ତମାନ ଅଭିଷେକ ବଚ୍ଚନଙ୍କ ଏକ ମତ ଭାଇରାଲ ହେବାରେ ଲାଗିଛି।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ବର୍ତ୍ତମାନ କିଛି ଭୁଲ ବୁଝାମଣା ଯୋଗୁଁ ଚର୍ଚ୍ଚାର କାରଣ ହୋଇଛନ୍ତି, କିନ୍ତୁ ସେମାନଙ୍କ ପ୍ରଶଂସକମାନେ ସେମାନଙ୍କୁ ବଲିଉଡ୍‌ର ସବୁଠାରୁ ଶକ୍ତିଶାଳୀ ଦମ୍ପତି ଭାବରେ ବିବେଚନା କରୁଛନ୍ତି। ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଭିଡିଓରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁପସ୍ଥିତି ହେଉ କି ନିମରତ କୌରଙ୍କ ସହ ଅଭିଷେକ ବଚ୍ଚନଙ୍କ ସମ୍ପର୍କର ଗୁଜବ ହେଉ ସେମାନଙ୍କ ସମ୍ପର୍କକୁ ନେଇ ମିଥ୍ୟା କଳ୍ପନାଜଳ୍ପନା କରାଯାଉଛି ଏବଂ ଅନେକ ଲୋକ କହିଛନ୍ତି ଯେ ଏହି ଦମ୍ପତି ଛାଡପତ୍ର ଆଡକୁ ଯାଉଛନ୍ତି। ଏହି ସମୟରେ ଅଭିଷେକ ବଚ୍ଚନଙ୍କ ଏକ ପୁରୁଣା ଟ୍ୱିଟ୍‌ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି ଯେଉଁଥିରେ ସେ ପୁଣି ବିବାହ କରିବେ ବୋଲି କହି ଗୁଜବର ଜବାବ ଦେଇଛନ୍ତି।

ଗୁଜବର ଜବାବ:

୨୦୧୪ ମସିହାରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କୁ ନେଇ ଗୁଜବ ଉଠିଲା ଯେ ସେମାନେ ଛାଡପତ୍ର ନେବାକୁ ଯାଉଛନ୍ତି। ସେତେବେଳେ ଅଭିଷେକ ବଚ୍ଚନ ନୀରବତା ବଜାୟ ରଖିବା ପରିବର୍ତ୍ତେ ଏହାକୁ ଦୃଢ ଭାବରେ ଅସ୍ୱୀକାର କରିଥିଲେ ଏବଂ ମିଥ୍ୟା ଦାବି ପ୍ରତି ଧ୍ୟାନ ନ ଦେବାକୁ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ କହିଥିଲେ।

Abhishek bachchan aishwarya raiଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କୁ ନେଇ ଗୁଜବ

ଅଭିଷେକ X ରେ ଲେଖିଥିଲେ, “ତେବେ ଧରାଯାଉ ଯେ ମୁଁ ଛାଡପତ୍ର ନେଉଛି। ମୋତେ ଜଣାଇଥିବାରୁ ଧନ୍ୟବାଦ! ଆପଣ ମତେ ଜଣେଇବେ କି ମୁଁ କେବେ ପୁନର୍ବାର ବିବାହ କରିବି?”

Abhishek bachchan aishwarya raiଅଭିଷେକ X ରେ ଲେଖିଥିଲେ

ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ବିବାହ:

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଏପ୍ରିଲ ୨୦୦୭ରେ ବଚ୍ଚନ ପରିବାରର ମୁମ୍ବାଇ ଘରେ ବିବାହ କରିଥିଲେ। ବିବାହ ସମାରୋହ ଖୁବ ବଡ ଥିଲା, କିନ୍ତୁ ଏହା ଏକ ଅନ୍ତରଙ୍ଗ ସମାରୋହ ଥିଲା, ଯେଉଁଥିରେ କେବଳ ପରିବାରର ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।

ନଭେମ୍ବର ୨୦୧୧ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ସେମାନଙ୍କର ପ୍ରଥମ ସନ୍ତାନ - ଆରାଧ୍ୟା ବଚ୍ଚନଙ୍କୁ ଏହି ଦୁନିଆକୁ ସ୍ୱାଗତ କରିଥିଲେ।

Abhishek bachchan aishwarya raiଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ

ଗୁଜବକୁ ଖୋରାକ୍:

ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ଗୁଜବ କିଛି ଦିନ ଧରି ଚାଲିଆସୁଛି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଶାଶୁଙ୍କ ବିନା ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କ ବିବାହରେ ଯୋଗଦେବାକୁ ନିଷ୍ପତ୍ତି ନେବା ପରେ ଏହି ଗୁଜବକୁ ଖୋରାକ୍ ଯୋଗାଇଛି।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଗତକାଲି ତାଙ୍କର ୫୧ ତମ ଜନ୍ମଦିନ ପାଳନ କରିଥିଲେ ଏବଂ ଅଭିଷେକ ବଚ୍ଚନଙ୍କ ସମେତ ବଚ୍ଚନ ପରିବାରର କୌଣସି ସଦସ୍ୟ ତାଙ୍କୁ ଏହି ବିଶେଷ ଉତ୍ସବରେ ଶୁଭେଚ୍ଛା ଜଣାଇ ନାହାନ୍ତି। ଏହି କାରଣକୁ ଲୋକଙ୍କ ଭିତରେ ଥିବା ଛାଡପତ୍ର ସନ୍ଦେହ ଆହୁରି ଦୃଢ ହେବାରେ ଲାଗିଛି।