ବିଜେଡିର ମିଶ୍ରଣ ପର୍ବ : ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ଯୁବନେତା

ଆଠଗଡ ୮।୪: ଆଠଗଡରେ କଂଗ୍ରେସର କୌଣସି ନେତା ନଥିବା ବେଳେ ଦୁର୍ବଳ ସଂଗଠନ ଯୋଗୁଁ କଂଗ୍ରେସ ଦଳ ଛାଡି ଅନେକ ଗାଁ ସ୍ତରୀୟ ନେତା ଓ କର୍ମୀ  ବିଜେଡିରେ ଯୋଗ ଦେଉଛନ୍ତି । ଖୁଣ୍ଟୁଣୀ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଉପସ୍ଥିତିରେ କଂଗ୍ରେସ ଛାଡି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଆଠଗଡ଼ ନିର୍ବାଚନ ମଣ୍ଡଳୀ କଖଡି ପଞ୍ଚାୟତର ବିଜେପି ଓ କଂଗ୍ରେସ ଛାଡିଥିବା ଯୁବନେତା ବିଜେଡିରେ ଯୋଗ ଦେଇଛନ୍ତି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବିକାଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ମିଶି ଦଳର ସଂଗଠନକୁ ସୁଦୃଢ କରିବା ସହ ନିର୍ବାଚନରେ ଭୋଟ୍ ସଂଖ୍ୟା ବଢାଇବେ ବୋଲି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।You Can Read :କେନାଲ ଭିତରୁ ମିଳିଲା ଓଲା ସ୍କୁଟର ଓ ମୋବାଇଲ୍, ମିଳୁନି ଯୁବକଙ୍କ ପତ୍ତା

ବିଜେଡିର ମିଶ୍ରଣ ପର୍ବ : ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ଯୁବନେତା

ଆଠଗଡ ୮।୪: ଆଠଗଡରେ କଂଗ୍ରେସର କୌଣସି ନେତା ନଥିବା ବେଳେ ଦୁର୍ବଳ ସଂଗଠନ ଯୋଗୁଁ କଂଗ୍ରେସ ଦଳ ଛାଡି ଅନେକ ଗାଁ ସ୍ତରୀୟ ନେତା ଓ କର୍ମୀ  ବିଜେଡିରେ ଯୋଗ ଦେଉଛନ୍ତି । ଖୁଣ୍ଟୁଣୀ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଉପସ୍ଥିତିରେ କଂଗ୍ରେସ ଛାଡି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଆଠଗଡ଼ ନିର୍ବାଚନ ମଣ୍ଡଳୀ କଖଡି ପଞ୍ଚାୟତର ବିଜେପି ଓ କଂଗ୍ରେସ ଛାଡିଥିବା ଯୁବନେତା ବିଜେଡିରେ ଯୋଗ ଦେଇଛନ୍ତି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବିକାଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ମିଶି ଦଳର ସଂଗଠନକୁ ସୁଦୃଢ କରିବା ସହ ନିର୍ବାଚନରେ ଭୋଟ୍ ସଂଖ୍ୟା ବଢାଇବେ ବୋଲି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

You Can Read :

କେନାଲ ଭିତରୁ ମିଳିଲା ଓଲା ସ୍କୁଟର ଓ ମୋବାଇଲ୍, ମିଳୁନି ଯୁବକଙ୍କ ପତ୍ତା