ମହାନଦୀ କୋଲଫିଲ୍ଡସ୍ ଲିମିଟେଡ ପକ୍ଷରୁ ଭୁବନେଶ୍ୱରରେ ହାଫ୍-ମାରାଥନ୍

ଭୁବନେଶ୍ୱର: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ ପକ୍ଷରୁ ଭୁବନେଶ୍ୱରରେ ହାଫ୍-ମାରାଥନ୍। ୫୦ ବର୍ଷ ପୂର୍ତ୍ତି ଅବସରରେ ଏଭଳି ମାରାଥନର ଆୟୋଜନ କରିଛି କୋଲ୍ ଇଣ୍ଡିଆ। ଯାହା କୋଲ୍ ଇଣ୍ଡିଆର ସୁବର୍ଣ୍ଣ ଜୟନ୍ତୀ ପାଳନର ପ୍ରମୁଖ ଆକର୍ଷଣ। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାରାଥନକୁ ଉଦଘାଟନ କରିଛନ୍ତି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍। ଅଲିମ୍ପିଆନ୍ ସାଇନା ନେହୱାଲ୍  ଯୋଗଦେଇ କ୍ରୀଡ଼ା ପ୍ରତି ତାଙ୍କର ଉଲ୍ଲେଖନୀୟ ସମର୍ପଣ ଏବଂ ଜୀବନରେ ଫିଟନେସର ଗୁରୁତ୍ୱ ବିଷୟରେ କହିଥିଲେ।ଓଡ଼ିଶାର କ୍ରୀଡା କ୍ୟାଲେଣ୍ଡରକୁ ପ୍ରୋତ୍ସାହନ ଦେଇ ଏମସିଏଲ ଏଭଳି ପଦକ୍ଷେପ ନେଇଛି। ହାଫ୍ ମାରାଥନ୍ ଓଡ଼ିଶାରେ ଦୀର୍ଘ ଦୂରତା ଦୌଡ଼ ଏବଂ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହିତ କରିବାରେ ଏକ ମାଇଲଖୁଣ୍ଟ। ଏହି ଅଞ୍ଚଳରେ କ୍ରୀଡା ସଂସ୍କୃତିକୁ ପ୍ରୋତ୍ସାହିତ କରିବା କମ୍ପାନୀର ମୁଖ୍ୟ ଲକ୍ଷ୍ୟ ହୋଇଥିବା ବେଳେ ପ୍ରଥମ ରାଉଣ୍ଡରେ ହୋଇଥିବା ୨୧ କିଲୋମିଟର ଦୌଡ଼ରେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ କ୍ରୀଡା ଓ ଫିଟନେସ୍‌ ଦିଗରେ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।   ଏଥିରେ ବିଭିନ୍ନ କ୍ଷେତ୍ରର ୫୬୦୦ରୁ ଅଧିକ ପ୍ରତିଯୋଗୀ ସାମିଲ ହୋଇଥିଲେ। ଯେଉଁଥିରେ ପେଶାଦାର ଧାବକ, ଯୁବପିଢ଼ି ଏବଂ ବୟସ୍କ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ତେବେ ୫ , ୧୦, ୧୫  ଓ ୨୧ କିଲୋମିଟର ବର୍ଗରେ ଅଂଶଗ୍ରଣକାରୀ

ମହାନଦୀ କୋଲଫିଲ୍ଡସ୍ ଲିମିଟେଡ ପକ୍ଷରୁ ଭୁବନେଶ୍ୱରରେ ହାଫ୍-ମାରାଥନ୍

ଭୁବନେଶ୍ୱର: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ ପକ୍ଷରୁ ଭୁବନେଶ୍ୱରରେ ହାଫ୍-ମାରାଥନ୍। ୫୦ ବର୍ଷ ପୂର୍ତ୍ତି ଅବସରରେ ଏଭଳି ମାରାଥନର ଆୟୋଜନ କରିଛି କୋଲ୍ ଇଣ୍ଡିଆ। ଯାହା କୋଲ୍ ଇଣ୍ଡିଆର ସୁବର୍ଣ୍ଣ ଜୟନ୍ତୀ ପାଳନର ପ୍ରମୁଖ ଆକର୍ଷଣ। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାରାଥନକୁ ଉଦଘାଟନ କରିଛନ୍ତି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍। ଅଲିମ୍ପିଆନ୍ ସାଇନା ନେହୱାଲ୍  ଯୋଗଦେଇ କ୍ରୀଡ଼ା ପ୍ରତି ତାଙ୍କର ଉଲ୍ଲେଖନୀୟ ସମର୍ପଣ ଏବଂ ଜୀବନରେ ଫିଟନେସର ଗୁରୁତ୍ୱ ବିଷୟରେ କହିଥିଲେ।

ଓଡ଼ିଶାର କ୍ରୀଡା କ୍ୟାଲେଣ୍ଡରକୁ ପ୍ରୋତ୍ସାହନ ଦେଇ ଏମସିଏଲ ଏଭଳି ପଦକ୍ଷେପ ନେଇଛି। ହାଫ୍ ମାରାଥନ୍ ଓଡ଼ିଶାରେ ଦୀର୍ଘ ଦୂରତା ଦୌଡ଼ ଏବଂ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହିତ କରିବାରେ ଏକ ମାଇଲଖୁଣ୍ଟ। ଏହି ଅଞ୍ଚଳରେ କ୍ରୀଡା ସଂସ୍କୃତିକୁ ପ୍ରୋତ୍ସାହିତ କରିବା କମ୍ପାନୀର ମୁଖ୍ୟ ଲକ୍ଷ୍ୟ ହୋଇଥିବା ବେଳେ ପ୍ରଥମ ରାଉଣ୍ଡରେ ହୋଇଥିବା ୨୧ କିଲୋମିଟର ଦୌଡ଼ରେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ କ୍ରୀଡା ଓ ଫିଟନେସ୍‌ ଦିଗରେ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।   

ଏଥିରେ ବିଭିନ୍ନ କ୍ଷେତ୍ରର ୫୬୦୦ରୁ ଅଧିକ ପ୍ରତିଯୋଗୀ ସାମିଲ ହୋଇଥିଲେ। ଯେଉଁଥିରେ ପେଶାଦାର ଧାବକ, ଯୁବପିଢ଼ି ଏବଂ ବୟସ୍କ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ତେବେ ୫ , ୧୦, ୧୫  ଓ ୨୧ କିଲୋମିଟର ବର୍ଗରେ ଅଂଶଗ୍ରଣକାରୀ ଭାଗ ନେଇଥିଲେ।  କୃତି ଅଂଶଗ୍ରହଣକାରୀଙ୍କୁ  MCL ପକ୍ଷରୁ ପ୍ରାୟ ୪୫ ଲକ୍ଷ ଟଙ୍କାର  ଅର୍ଥରାଶି ପ୍ରଦାନ କରାଯାଇଥିଲା।

ସେପଟେ ମିନି ମାରାଥନ୍ ଓଡିଶା ପାଇଁ ସୁଯୋଗ। ଯୁବ ଖେଳାଳିଙ୍କ ପାଇଁ ଏହା ପ୍ରେରଣାର ଉତ୍ସ । ପୂରା ଭାରତର ଖେଳାଳିମାନେ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରଦୀପ ପୁରୋହିତ, ବିଧାୟକଙ୍କ ସମେତ ମୁଖ୍ୟ ସଚିବ ମନୋଜ ଆହୁଜା, କୋଲ୍ ଇଣ୍ଡିଆ ଏବଂ ଏମସିଏଲର କାର୍ଯ୍ୟକାରି ନିର୍ଦ୍ଦେଶକ ସମେତ ବିଭିନ୍ନ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।