AI କଣ୍ଟେଣ୍ଟ ଦ୍ୱାରା ଭାରତରେ ଲୋକ ସଭା ନିର୍ବାଚନ ପଲଟେଇଦେବ ଚାଇନା!

ନୂଆଦିଲ୍ଲୀ,୬।୪: ଟେକ୍ନୋଲଜି କମ୍ପାନୀ ମାଇକ୍ରୋସଫ୍ଟ ଭାରତରେ ହେବାକୁ ଥିବା ନିର୍ବାଚନକୁ ନେଇ ଚେତାବନୀ ଜାରି କରିଛି। ମାଇକ୍ରେସଫ୍ଟ କହିଛି, ଚାଇନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଣ୍ଟେଣ୍ଟକୁ ବ୍ୟବହାର କରି ଭାରତ, ଆମେରିକା ଓ ଦକ୍ଷିଣ କୋରିଆ ନିର୍ବାଚନରେ ବିଘ୍ନ ସୃଷ୍ଟି କରିପାରେ। ଏହାପୂର୍ବରୁ ଚାଇନା, ତାଇଓ୍ବାନାରେ ଏପରି କାଣ୍ଡ ଘଟେଇ ସାରିଛି। ଆମେରିକା ଟେକ୍‌ ଫାର୍ମ ନିଜର ଥ୍ରେଟ ଇଣ୍ଟେଲିଜେନ୍ସ ଟିମ୍‌କୁ ଏକ ରିପୋର୍ଟ ଜାରି କରିଛି। ଯେଉଁଥିରେ କୁହାଯାଇଛି, ୨୦୨୪ରେ ହେବାକୁ ଥିବା ହାଇପ୍ରୋଫାଇଲ ନିର୍ବାଚନରେ ଚାଇନା […] The post AI କଣ୍ଟେଣ୍ଟ ଦ୍ୱାରା ଭାରତରେ ଲୋକ ସଭା ନିର୍ବାଚନ ପଲଟେଇଦେବ ଚାଇନା! appeared first on Dharitri Odia News.

AI କଣ୍ଟେଣ୍ଟ ଦ୍ୱାରା ଭାରତରେ ଲୋକ ସଭା ନିର୍ବାଚନ ପଲଟେଇଦେବ ଚାଇନା!

ନୂଆଦିଲ୍ଲୀ,୬।୪: ଟେକ୍ନୋଲଜି କମ୍ପାନୀ ମାଇକ୍ରୋସଫ୍ଟ ଭାରତରେ ହେବାକୁ ଥିବା ନିର୍ବାଚନକୁ ନେଇ ଚେତାବନୀ ଜାରି କରିଛି। ମାଇକ୍ରେସଫ୍ଟ କହିଛି, ଚାଇନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଣ୍ଟେଣ୍ଟକୁ ବ୍ୟବହାର କରି ଭାରତ, ଆମେରିକା ଓ ଦକ୍ଷିଣ କୋରିଆ ନିର୍ବାଚନରେ ବିଘ୍ନ ସୃଷ୍ଟି କରିପାରେ। ଏହାପୂର୍ବରୁ ଚାଇନା, ତାଇଓ୍ବାନାରେ ଏପରି କାଣ୍ଡ ଘଟେଇ ସାରିଛି।

ଆମେରିକା ଟେକ୍‌ ଫାର୍ମ ନିଜର ଥ୍ରେଟ ଇଣ୍ଟେଲିଜେନ୍ସ ଟିମ୍‌କୁ ଏକ ରିପୋର୍ଟ ଜାରି କରିଛି। ଯେଉଁଥିରେ କୁହାଯାଇଛି, ୨୦୨୪ରେ ହେବାକୁ ଥିବା ହାଇପ୍ରୋଫାଇଲ ନିର୍ବାଚନରେ ଚାଇନା କିଛି ବିଘ୍ନ ଘଟେଇବାକୁ ଯାଉଛି। ଉତ୍ତର କୋରିଆ ସହ ମିଶି ଚାଇନା ନିର୍ବାଚନୀ ଦେଶଗୁଡିକରେ ସାଇବର ଆଟାକ୍‌ କରିବ ବୋଲି ଆଶଙ୍କା ରହିଛି। ମାଇକ୍ରୋସଫ୍ଟ ଦାବି କରିଛି ଯେ, ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଚାଇନା ଏଆଇ କଣ୍ଟେଣ୍ଟ ପ୍ରସ୍ତୁତ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଭାଇରାଲ କରିବ।

ରିପୋର୍ଟରେ ଆହୁରି କୁହାଯାଇଛି କି, ଜାନୁଆରୀରେ ତାଇଓ୍ବାନର ରାଷ୍ଟ୍ରପତି ନିର୍ବାଚନରେ ଏଆଇ ବ୍ୟବହାର କରି ଚାଇନା ଦ୍ୱାରା ଏପରି ବାଧାବିଘ୍ନ ସୃଷ୍ଟି କରାଯାଇଥିଲା। ଷ୍ଟ୍ରମ ୧୩୭୬ ନାମକ ବେଜିଂ ସମର୍ଥିତ ଗ୍ରୁପ୍‌ ତାଇଓ୍ବାନ ନିର୍ବାଚନ ସମୟରେ ସକ୍ରିୟ ଥିଲା। ଏହାକୁ କିଛି ପ୍ରାର୍ଥୀଙ୍କୁ ବଦନାମ କରିବା ପାଇଁ ଏଆଇ ପ୍ରସ୍ତୁତ ମିମ୍‌ ଓ କଣ୍ଟେଣ୍ଟ ପ୍ରସ୍ତୁତ କରାଯାଉଥିଲା।

The post AI କଣ୍ଟେଣ୍ଟ ଦ୍ୱାରା ଭାରତରେ ଲୋକ ସଭା ନିର୍ବାଚନ ପଲଟେଇଦେବ ଚାଇନା! appeared first on Dharitri Odia News.