All Eye On Rafah : ପାଲେଷ୍ଟାଇନ୍ ସପୋର୍ଟରେ ବାହାରିଲେ ବଲିଉଡ୍ ସେଲିବ୍ରିଟି

ନୂଆଦିଲ୍ଲୀ ୩୦।୫: ଗତ ୨୬ ତାରିଖରେ  ପାଲେଷ୍ଟାଇନର ରାଫାରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ରେ  ୪୫ ଜଣଙ୍କ ମୃତ୍ୟୁ ପରେ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ  ଏହାକୁ ନିନ୍ଦା କରାଯାଇଛି । ଏହାକୁ ନେଇ ସୋସିଆଲ  ମିଡିଆରେ ‘ଅଲ୍‌ ଆଇଜ୍‌ ଅନ୍‌ ରାଫା’(ରାଫା ଉପରେ   ସମସ୍ତଙ୍କ ନଜର) ଟ୍ରେଣ୍ଡ୍‌ କରୁଛି । ଏହି ଅଭିଯାନରେ  ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କଠାରୁ ଆରମ୍ଭ କରି ବଲିଉଡ୍‌  ଏବଂ ହଲିଉଡ୍‌ ସେଲିବ୍ରିଟି ଯୋଡ଼ି ହୋଇଛନ୍ତି । ଗତ  ୨୪ ଘଣ୍ଟାରେ ଏଥିସହ ଜଡ଼ିତ ୩ କୋଟିରୁ ଅଧିକ  ପୋଷ୍ଟ ଇନ୍‌ଷ୍ଟାଗ୍ରାମରେ ସେୟାର କରାଯାଇଛି ।  ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ, କରୀନା  କପୁର ଖାନ୍‌, ମାଧୁରୀ ଦୀକ୍ଷିତ, ରିଚା ଚଢ଼ା, ସୋନମ  କପୁର, ମଲାଇକା ଅରୋରା, ତୃପ୍ତି ଡିମରୀ, ସୋନାକ୍ଷୀ  ସିହ୍ନା, ଭୂମି ପେଡନେକର, ରଶ୍ମିକା ମନ୍ଦାନା, ସ୍ୱରା  ଭାସ୍କର, ହଲିଉଡ୍‌ ଗାୟିକା ହୁଆ ଲିପାଙ୍କ ସମେତ  ବହୁ ସେଲିବ୍ରିଟି ଏହାକୁ ସମର୍ଥନ କରିଛନ୍ତି । ଏହା  ଜରିଆରେ ସେଠାରେ ତୁରନ୍ତ ଯୁଦ୍ଧବିରତି ଲାଗୁ ହେଉ  ବୋଲି ସେମାନେ ଦାବି କରିଛନ୍ତି । ଗାଜାରେ ଥିବା   କ୍ୟାମ୍ପର ଫଟୋ ମଧ୍ୟରେ ‘ଅଲ୍‌ ଆଇଜ୍‌ ଅନ୍‌ ରାଫା’  ଲେଖାଥିବା ଏଆଇ ଦ୍ୱାରା ନିର୍ମିତ ଏହି ପୋଷ୍ଟ ଇନ୍‌ଷ୍ଟାରେ  ସର୍ବାଧିକ ସେୟାର କରାଯାଇଛି । ତେବେ ପାଲେଷ୍ଟାଇନ  ସମର୍ଥନରେ ପୋଷ୍ଟ ଯୋଗୁ ସୋସିଆଲ ମିଡିଆରେ  ଅନେକ ଏହାର ବିରୋଧ ମଧ୍ୟ କରିଛନ୍ତି । ସମାନ୍ତରାଳ  ଭାବେ ସୋସିଆଲ

All Eye On Rafah : ପାଲେଷ୍ଟାଇନ୍ ସପୋର୍ଟରେ ବାହାରିଲେ ବଲିଉଡ୍ ସେଲିବ୍ରିଟି

ନୂଆଦିଲ୍ଲୀ ୩୦।୫: ଗତ ୨୬ ତାରିଖରେ  ପାଲେଷ୍ଟାଇନର ରାଫାରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ରେ  ୪୫ ଜଣଙ୍କ ମୃତ୍ୟୁ ପରେ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ  ଏହାକୁ ନିନ୍ଦା କରାଯାଇଛି । ଏହାକୁ ନେଇ ସୋସିଆଲ  ମିଡିଆରେ ‘ଅଲ୍‌ ଆଇଜ୍‌ ଅନ୍‌ ରାଫା’(ରାଫା ଉପରେ   ସମସ୍ତଙ୍କ ନଜର) ଟ୍ରେଣ୍ଡ୍‌ କରୁଛି । ଏହି ଅଭିଯାନରେ  ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କଠାରୁ ଆରମ୍ଭ କରି ବଲିଉଡ୍‌  ଏବଂ ହଲିଉଡ୍‌ ସେଲିବ୍ରିଟି ଯୋଡ଼ି ହୋଇଛନ୍ତି । 

ଗତ  ୨୪ ଘଣ୍ଟାରେ ଏଥିସହ ଜଡ଼ିତ ୩ କୋଟିରୁ ଅଧିକ  ପୋଷ୍ଟ ଇନ୍‌ଷ୍ଟାଗ୍ରାମରେ ସେୟାର କରାଯାଇଛି ।  ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ, କରୀନା  କପୁର ଖାନ୍‌, ମାଧୁରୀ ଦୀକ୍ଷିତ, ରିଚା ଚଢ଼ା, ସୋନମ  କପୁର, ମଲାଇକା ଅରୋରା, ତୃପ୍ତି ଡିମରୀ, ସୋନାକ୍ଷୀ  ସିହ୍ନା, ଭୂମି ପେଡନେକର, ରଶ୍ମିକା ମନ୍ଦାନା, ସ୍ୱରା  ଭାସ୍କର, ହଲିଉଡ୍‌ ଗାୟିକା ହୁଆ ଲିପାଙ୍କ ସମେତ  ବହୁ ସେଲିବ୍ରିଟି ଏହାକୁ ସମର୍ଥନ କରିଛନ୍ତି । 

ଏହା  ଜରିଆରେ ସେଠାରେ ତୁରନ୍ତ ଯୁଦ୍ଧବିରତି ଲାଗୁ ହେଉ  ବୋଲି ସେମାନେ ଦାବି କରିଛନ୍ତି । ଗାଜାରେ ଥିବା   କ୍ୟାମ୍ପର ଫଟୋ ମଧ୍ୟରେ ‘ଅଲ୍‌ ଆଇଜ୍‌ ଅନ୍‌ ରାଫା’  ଲେଖାଥିବା ଏଆଇ ଦ୍ୱାରା ନିର୍ମିତ ଏହି ପୋଷ୍ଟ ଇନ୍‌ଷ୍ଟାରେ  ସର୍ବାଧିକ ସେୟାର କରାଯାଇଛି । ତେବେ ପାଲେଷ୍ଟାଇନ  ସମର୍ଥନରେ ପୋଷ୍ଟ ଯୋଗୁ ସୋସିଆଲ ମିଡିଆରେ  ଅନେକ ଏହାର ବିରୋଧ ମଧ୍ୟ କରିଛନ୍ତି । ସମାନ୍ତରାଳ  ଭାବେ ସୋସିଆଲ ମିଡିଆରେ ‘ବଏକଟ୍‌ ବଲିଉଡ୍‌’ ବି  ଟ୍ରେଣ୍ଡ୍‌ କରୁଛି । କ୍ରିକେଟର ରୋହିତ ଶର୍ମାଙ୍କ ସ୍ତ୍ରୀ ରିତିକା   ସଜଦେହଙ୍କୁ ବି ତାଙ୍କ ପ୍ରଶଂସକମାନେ ଟ୍ରୋଲ୍‌ କରିଛନ୍ତି । ୮ ମାସ ଧରି ଗାଜାରେ ଇସ୍ରାଏଲ ଏବଂ ହମାସ୍‌  ଭିତରେ ଚାଲିଥିବା ଯୁଦ୍ଧରେ ଗତ ୨୫ ତାରିଖରେ  ହମାସ୍‌ର ଅଲ୍‌-କାସିମ ବ୍ରିଗେଡ୍‌ ଇସ୍ରାଏଲ ରାଜଧାନୀ  ତେଲ୍‌ଅଭିଭ୍‌ରେ ଆକ୍ରମଣ କରିଥିଲା ।

ଜବାବୀ  କାର୍ଯ୍ୟାନୁଷ୍ଠାନରେ ଇସ୍ରାଏଲ ସେହିଦିନ ରାତିରେ  ରାଫାରେ ଏୟାରଷ୍ଟ୍ରାଇକ୍‌ କରିଥିଲା । ଏଥିରେ ୪୫  ଜଣଙ୍କ ମୃତ୍ୟୁ ଘଟିଥିଲା ।୨ ଶହରୁ ଊଦ୍ଧ୍ୱର୍ ଆହତ  ହୋଇଥିଲେ । ରାଫାରେ ପାଲେଷ୍ଟିନୀୟମାନେ ଆଶ୍ରୟ  ନେଇଥିବା ଏକ ଟେଣ୍ଟ ଉପରେ ଇସ୍ରାଏଲ ବୋମା ମାଡ଼     କରିବାରୁ ବୁଧବାର ଆଉ ୨୧ ଜଣଙ୍କ ମୃତ୍ୟୁ ଘଟିଛି ।  ସେମାନଙ୍କ ମଧ୍ୟରେ ୧୩ ମହିଳା ଏବଂ ବାଳିକା ଥିବା  ଜଣାପଡ଼ିଛି । ଗତବର୍ଷ ଅକ୍ଟୋବର ୭ରୁ ଗାଜାରେ  ଇସ୍ରାଏଲର ଆକ୍ରମଣରେ ଅନ୍ୟୁନ ୩୬,୧୭୧ ଜଣଙ୍କ  ମୃତ୍ୟୁ ଘଟିଥିବା ହମାସ୍‌ ପକ୍ଷରୁ କୁହାଯାଇଛି ।