Anant-Radhika Wedding : ୧୨ରେ ବିବାହ, ୧୪ରେ ରିସେପସନ୍.... ସାମ୍ନାକୁ ଆସିଲ ବିବାହ କାର୍ଡ

ମୁମ୍ଵାଇ ୩୧।୦୫: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କର ବିବାହ ଆସନ୍ତା ଜୁଲାଇ ୧୨ ତାରିଖରେ ହେବ । ମୁମ୍ବାଇର ଜିଓ ୱାର୍ଲଡ କନ୍‌ଭେନସନ୍‌ ସେଣ୍ଟରରେ ପାରମ୍ପରିକ ହିନ୍ଦୁ ରୀତିନୀତି ଅନୁସାରେ ସେମାନଙ୍କ ହାତଗଣ୍ଠି ପଡି଼ବ । ଅନନ୍ତ-ରାଧିକାଙ୍କ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ଅନୁସାରେ, ଏହି ଉତ୍ସବ ୩ ଦିନ ଧରି ଚାଲିବ । ଜୁଲାଇ ୧୨ ତାରିଖରେ ମୁଖ୍ୟ ଉତ୍ସବ ବା ଶୁଭ ବିବାହ ଅନୁଷ୍ଠିତ ହେବ । ଅତିଥିମାନେ ସେଦିନ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧିବେ । ପରଦିନ ବରବଧୂଙ୍କୁ ଶୁଭ ଆଶୀର୍ବାଦର କାର୍ଯ୍ୟକ୍ରମ ରହିଛି । ସେଦିନର ଡ୍ରେସ୍‌ କୋର୍ଡ ରହିଛି ଭାରତୀୟ ଫର୍ମାଲ୍‌ ପୋଷାକ । ଜୁଲାଇ ୧୪ ତାରିଖରେ ରିସେପସନ୍‌ ପାର୍ଟି ଦିଆଯିବ । ସେଦିନ ମଧ୍ୟ ଅତିଥିମାନଙ୍କୁ ଭାରତୀୟ ପୋଷାକ ପିନ୍ଧିବାକୁ କାର୍ଡରେ ଲେଖାଯାଇଛି । ପୂର୍ବରୁ ଲଣ୍ଡନର ଏକ ବିଳାସବହୁଳ ହୋଟେଲରେ ଅନନ୍ତ-ରାଧିକାଙ୍କର ବିବାହ ହେବ ବୋଲି କୁହାଯାଉଥିଲା । ତେବେ ନିକଟରେ ଜିଓ ୱାର୍ଲଡ କନ୍‌ଭେନସନ୍‌ ସେଣ୍ଟରରେ ତାହା ଅନୁଷ୍ଠିତ ହେବ ବୋଲି ରିପୋର୍ଟ ଆସିଥିଲା । ବର୍ତ୍ତମାନ ଅନନ୍ତ-ରାଧିକାଙ୍କର ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ୍‌ ଏକ ବିଳାସବହୁଳ କ୍ରୁଜ୍‌ ଶିପ୍‌ରେ ଚାଲୁଛି । ସେଥିରେ ଦେଶବିଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି । ଏହାପୂର୍ବରୁ ମାର୍ଚ୍ଚ ମା

Anant-Radhika Wedding : ୧୨ରେ ବିବାହ, ୧୪ରେ ରିସେପସନ୍.... ସାମ୍ନାକୁ ଆସିଲ ବିବାହ କାର୍ଡ

ମୁମ୍ଵାଇ ୩୧।୦୫: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କର ବିବାହ ଆସନ୍ତା ଜୁଲାଇ ୧୨ ତାରିଖରେ ହେବ । ମୁମ୍ବାଇର ଜିଓ ୱାର୍ଲଡ କନ୍‌ଭେନସନ୍‌ ସେଣ୍ଟରରେ ପାରମ୍ପରିକ ହିନ୍ଦୁ ରୀତିନୀତି ଅନୁସାରେ ସେମାନଙ୍କ ହାତଗଣ୍ଠି ପଡି଼ବ । ଅନନ୍ତ-ରାଧିକାଙ୍କ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ଅନୁସାରେ, ଏହି ଉତ୍ସବ ୩ ଦିନ ଧରି ଚାଲିବ । ଜୁଲାଇ ୧୨ ତାରିଖରେ ମୁଖ୍ୟ ଉତ୍ସବ ବା ଶୁଭ ବିବାହ ଅନୁଷ୍ଠିତ ହେବ । ଅତିଥିମାନେ ସେଦିନ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧିବେ । ପରଦିନ ବରବଧୂଙ୍କୁ ଶୁଭ ଆଶୀର୍ବାଦର କାର୍ଯ୍ୟକ୍ରମ ରହିଛି । ସେଦିନର ଡ୍ରେସ୍‌ କୋର୍ଡ ରହିଛି ଭାରତୀୟ ଫର୍ମାଲ୍‌ ପୋଷାକ । ଜୁଲାଇ ୧୪ ତାରିଖରେ ରିସେପସନ୍‌ ପାର୍ଟି ଦିଆଯିବ । 

ସେଦିନ ମଧ୍ୟ ଅତିଥିମାନଙ୍କୁ ଭାରତୀୟ ପୋଷାକ ପିନ୍ଧିବାକୁ କାର୍ଡରେ ଲେଖାଯାଇଛି । ପୂର୍ବରୁ ଲଣ୍ଡନର ଏକ ବିଳାସବହୁଳ ହୋଟେଲରେ ଅନନ୍ତ-ରାଧିକାଙ୍କର ବିବାହ ହେବ ବୋଲି କୁହାଯାଉଥିଲା । ତେବେ ନିକଟରେ ଜିଓ ୱାର୍ଲଡ କନ୍‌ଭେନସନ୍‌ ସେଣ୍ଟରରେ ତାହା ଅନୁଷ୍ଠିତ ହେବ ବୋଲି ରିପୋର୍ଟ ଆସିଥିଲା । ବର୍ତ୍ତମାନ ଅନନ୍ତ-ରାଧିକାଙ୍କର ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ୍‌ ଏକ ବିଳାସବହୁଳ କ୍ରୁଜ୍‌ ଶିପ୍‌ରେ ଚାଲୁଛି । ସେଥିରେ ଦେଶବିଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି । ଏହାପୂର୍ବରୁ ମାର୍ଚ୍ଚ ମାସରେ ଗୁଜରାଟର ଜାମନଗରରେ ଉଭୟଙ୍କର ପ୍ରଥମ ପ୍ରି-ୱେଡିଂ ସେଲିବ୍ରେସନ୍‌ ହୋଇଥିଲା ।

 ସୂଚନାଥାଉକି, ଜିଓ ୱାର୍ଲଡ କନ୍‌ଭେନସନ୍‌ ସେଣ୍ଟର ମୁମ୍ବାଇର ବାନ୍ଦ୍ରା କୁର୍ଲା କଂପ୍ଲେକ୍ସ ଅଞ୍ଚଳରେ ରହିଛି । ସେଠାରେ ଏକ ବଲରୁମ୍‌ ରହିଛି ଯେଉଁଠାରେ ଏକସାଙ୍ଗରେ ୩୦୦୦ ଲୋକ ଏକତ୍ରିତ ହୋଇପାରିବେ । ବଲ୍‌ରୁମ୍‌ଟି ବିଲ୍‌ଡିଂର ତୃତୀୟ ମହଲାରେ ୩୨,୨୮୦ ବର୍ଗଫୁଟରେ ପରିବ୍ୟାପ୍ତ । ମୁକେଶ ଅମ୍ବାନିଙ୍କ ବଡ଼ ପୁଅ ଆକାଶଙ୍କ ବିବାହ ମଧ୍ୟ ସେଠାରେ ଅନୁଷ୍ଠିତ ହୋଇଥିଲା ।