ବାରବାଟୀ ମ୍ୟାଚ ଅଧାରୁ ଲାଇଟ ବନ୍ଦ ହେବା ଘଟଣା; ବିସିସିଆଇକୁ ପାକିସ୍ତାନରେ କଟାକ୍ଷ

କନକ ବ୍ୟୁରୋ: ବାରବାଟୀ ବିବାଦ କଟକରୁ ପାକିସ୍ତାନ । ୧୮୩୪  ଦିନ ପରେ ବାରବାଟୀକୁ ଦିନିକିଆ ଆସିଲା । ହିଟମ୍ୟାନଙ୍କ ବଡ଼ ବଡ଼ ହିଟ୍‌ରେ ଇଂଲଣ୍ଡ ଟିମ୍‌ ବି ଧରାଶୟୀ ହେଲା । ଦର୍ଶକ ଚୌକା, ଛକ୍କାର ମଜା ବି ନେଲେ । ରେକର୍ଡ ପରେ ରେକର୍ଡ ବି ହେଲା ।  ହେଲେ ବିଜୟ ଏବଂ ଉଲ୍ଲାସର ଚର୍ଚ୍ଚା ଛଡ଼ାଇ ନେଲା ବଦନାମ । ଏବେ ବିଜୟ ପାଇଁ ନୁହେଁ କି ଭାରତୀୟ ଖେଳାଳୀଙ୍କ ପ୍ରଭାବୀ ପ୍ରଦର୍ଶନ ପାଇଁ ବି ନୁହେଁ, ଦେଶ ବିଦେଶରେ ବାରବାଟୀର ଚର୍ଚ୍ଚା ତାର ଅପବାଦ ପାଇଁ । ମ୍ୟାଚ୍ ପୂର୍ବରୁ ଟିକେଟ୍‌ର କଳାବଜାରି ହେଉ କି ଅତ୍ୟଧିକ ପାସ୍‌ ବଣ୍ଟା ହେଉ । କ୍ରିକେଟ ପ୍ରେମୀଙ୍କ ମନର ଆଘାତ ଉପରେ ରୋହିତଙ୍କ ଛକ୍କାର ମଲମ ଲାଗିବା ଆଗରୁ ବାରବାଟୀରେ  ଅନ୍ଧକାର ଛାଇଯାଇଥିଲା ,ଫ୍ଲଡଲାଇଟ ଲିଭିଗଲା,ଗୁରୁତର କଥା  ୨୫ମିନିଟ ବନ୍ଦ ରହିଥିଲା ମ୍ୟାଚ ହେଲେ ତାଭିତରେ ଲାଇଟ ଆସିପାରିଲା ନାହିଁ।ଏହାଠାରୁ ଆହୁରୀ ସାଂଘାତିକ ଘଟଣା ଲାଇଟ ଲିଭିଭାର କାରଣ ,କୁହାଯାଉଛି ଓସିଏର ଡିଜି କୁଆଡେ ଭଡାରେ ଲାଗେ?ତବେ ମ୍ୟାଚ ଦିନ ଡିଜି କୁଆଡେ ଯାଇଥିଲା ଏବେ ସାଧାରଣଃରେ ପ୍ରଶ୍ନ । ଜେନେରେଟର ରାସ୍ତାରେ ଖେଳାଳିଙ୍କ ବସ ରହିଲା କେମିତି?ଜେନେରେଟର କୁ ଷ୍ଟାଣ୍ଡ ବାଇ ରେ ରଖା ଗଲା କାହିଁକି? ଯଦି କୌଣସି ଜେନେରେଟର କୁ ଷ୍ଟାଣ୍ଡ ବାଇ ରେ ରଖାଗଲା, ତା ହେଲେ ତାକୁ ଡି.ପି. ବକ୍ସ ସହ ସଂଯୋଗ କରି ରଖାଗଲା ନାହିଁ କାହିଁକି? ଜେନେରେଟର କୁ ଟାୱାର ଠୁ ଏତେ ଦୂରରେ କାହିଁକି ରଖା ଗଲା?

ବାରବାଟୀ ମ୍ୟାଚ ଅଧାରୁ ଲାଇଟ ବନ୍ଦ ହେବା ଘଟଣା; ବିସିସିଆଇକୁ ପାକିସ୍ତାନରେ କଟାକ୍ଷ

କନକ ବ୍ୟୁରୋ: ବାରବାଟୀ ବିବାଦ କଟକରୁ ପାକିସ୍ତାନ । ୧୮୩୪  ଦିନ ପରେ ବାରବାଟୀକୁ ଦିନିକିଆ ଆସିଲା । ହିଟମ୍ୟାନଙ୍କ ବଡ଼ ବଡ଼ ହିଟ୍‌ରେ ଇଂଲଣ୍ଡ ଟିମ୍‌ ବି ଧରାଶୟୀ ହେଲା । ଦର୍ଶକ ଚୌକା, ଛକ୍କାର ମଜା ବି ନେଲେ । ରେକର୍ଡ ପରେ ରେକର୍ଡ ବି ହେଲା ।  ହେଲେ ବିଜୟ ଏବଂ ଉଲ୍ଲାସର ଚର୍ଚ୍ଚା ଛଡ଼ାଇ ନେଲା ବଦନାମ । ଏବେ ବିଜୟ ପାଇଁ ନୁହେଁ କି ଭାରତୀୟ ଖେଳାଳୀଙ୍କ ପ୍ରଭାବୀ ପ୍ରଦର୍ଶନ ପାଇଁ ବି ନୁହେଁ, ଦେଶ ବିଦେଶରେ ବାରବାଟୀର ଚର୍ଚ୍ଚା ତାର ଅପବାଦ ପାଇଁ ।

ମ୍ୟାଚ୍ ପୂର୍ବରୁ ଟିକେଟ୍‌ର କଳାବଜାରି ହେଉ କି ଅତ୍ୟଧିକ ପାସ୍‌ ବଣ୍ଟା ହେଉ । କ୍ରିକେଟ ପ୍ରେମୀଙ୍କ ମନର ଆଘାତ ଉପରେ ରୋହିତଙ୍କ ଛକ୍କାର ମଲମ ଲାଗିବା ଆଗରୁ ବାରବାଟୀରେ  ଅନ୍ଧକାର ଛାଇଯାଇଥିଲା ,ଫ୍ଲଡଲାଇଟ ଲିଭିଗଲା,ଗୁରୁତର କଥା  ୨୫ମିନିଟ ବନ୍ଦ ରହିଥିଲା ମ୍ୟାଚ ହେଲେ ତାଭିତରେ ଲାଇଟ ଆସିପାରିଲା ନାହିଁ।ଏହାଠାରୁ ଆହୁରୀ ସାଂଘାତିକ ଘଟଣା ଲାଇଟ ଲିଭିଭାର କାରଣ ,କୁହାଯାଉଛି ଓସିଏର ଡିଜି କୁଆଡେ ଭଡାରେ ଲାଗେ?ତବେ ମ୍ୟାଚ ଦିନ ଡିଜି କୁଆଡେ ଯାଇଥିଲା ଏବେ ସାଧାରଣଃରେ ପ୍ରଶ୍ନ । ଜେନେରେଟର ରାସ୍ତାରେ ଖେଳାଳିଙ୍କ ବସ ରହିଲା କେମିତି?ଜେନେରେଟର କୁ ଷ୍ଟାଣ୍ଡ ବାଇ ରେ ରଖା ଗଲା କାହିଁକି?

ଯଦି କୌଣସି ଜେନେରେଟର କୁ ଷ୍ଟାଣ୍ଡ ବାଇ ରେ ରଖାଗଲା, ତା ହେଲେ ତାକୁ ଡି.ପି. ବକ୍ସ ସହ ସଂଯୋଗ କରି ରଖାଗଲା ନାହିଁ କାହିଁକି? ଜେନେରେଟର କୁ ଟାୱାର ଠୁ ଏତେ ଦୂରରେ କାହିଁକି ରଖା ଗଲା? ଯାହା ଦ୍ଵାରା ତାକୁ ଆଣିବାକୁ ଏତେ ସମୟ ଲାଗିଲା । ଲାଇଟ୍ ବନ୍ଦ ହେବା ବେଳେ ଛି..ଛି ଗୀତ ବଜାଇବା କେତେ ଦୂର ଠିକ୍? , ଯେଉଁଥିପାଇଁ ରୋହିତ ଶର୍ମା ଅମ୍ପାୟରଙ୍କ ନିକଟରେ ଅଭିଯୋଗ କରିଥିଲେ। ଖାଲି ଏତିକି ନୁହେଁ ଲାଇଟ ବନ୍ଦ ଘଟଣା ଓଡିଶା ଡେଇଁ ପାକିସ୍ତାନରେ ପହଂଚିଥିଲା ,ପାକିସ୍ତାନର ସାମ୍ବାଦିକ ମାନେ ଚାତକ ପରି ଚାହିଁରହିଥିଲେ ଏହି ଘଟଣାକୁ ନେଇ ଟ୍ରୋଲ କରିବାକୁ ।