ଚାଓମିନ୍ ପାଇଁ ନାବାଳକକୁ ହତ୍ୟା: ବ୍ଲକ୍ ଉପାଧ୍ୟକ୍ଷଙ୍କୁ ବାନ୍ଧିଲା ପୁଲିସ
କନକ ବ୍ୟୁରୋ: ଚାଓମିନ ମାଗିବାରୁ ଜଣେ ଯୁବକଙ୍କୁ କାଠ ଫାଳିଆରେ ପିଟି ହତ୍ୟା ଅଭିଯୋଗ। ଗତ ୯ ତାରିଖରେ ଘଟିଥିବା ଏହି ମାମଲାରେ ଯାଜପୁର ସଦର ପୁଲିସ ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ କରି କୋର୍ଟଚାଲାଣ କରିଛି। କିନ୍ତୁ ଏବେବି ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି। ସେପଟେ ଗିରଫ କରିବାକୁ ଏତେ ଦିନ ବିଳମ୍ବ କାହିଁକି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି। ଚାଓମିନ ଦେବାରେ ବିଳମ୍ବ କରିବାକୁ ନେଇ ବିବାଦ ଯୋଗୁ ନାବାଳକକୁ ହତ୍ୟା ଘଟଣାରେ ବିଳମ୍ବରେ କାର୍ୟ୍ୟାନୁଷ୍ଠାନ ନେଇଛି ପୁଲିସ। ଘଟଣାର ୮ ଦିନ ପରେ ଅଭିଯୁକ୍ତ ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ କରିଛି ଯାଜପୁର ପୁଲିସ। ତାପରେ ସାମନାକୁ ଆସିଛି ହତ୍ୟାକାଣ୍ଡର ପୂରା କାହାଣୀ। ଚାଓମିନ ଖାଇବାକୁ ବାପା ଶୁକଦେବଙ୍କ ସହ ଯାଇଥିଲା ପୁଅ ଶାନ୍ତନୁ। କିନ୍ତୁ ଚାଓମିନ ଦୋକାନୀ ଅନ୍ୟମାନଙ୍କୁ ଖାଇବାକୁ ଦେଇଥିଲେ ବି ଶୁକଦେବଙ୍କୁ ଦେବାରେ ବିଳମ୍ବ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତାପରେ ଦୋକାନୀ ଓ ତାଙ୍କ ସହଯୋଗୀ ବାପ ଓ ପୁଅଙ୍କୁ ଲୁହାରଡ୍ ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ ଶାନ୍ତନୁ। ଚିକିତ୍ସାଧୀନ ଅବସ୍ଥାରେ ଶାନ୍ତନୁଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ଘଟଣାକୁ ୭ ଦିନ ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଏବେବି ମୁଖ୍ୟ ଅଭିଯୁକ୍ତ ବ୍ୟବସାୟୀ

କନକ ବ୍ୟୁରୋ: ଚାଓମିନ ମାଗିବାରୁ ଜଣେ ଯୁବକଙ୍କୁ କାଠ ଫାଳିଆରେ ପିଟି ହତ୍ୟା ଅଭିଯୋଗ। ଗତ ୯ ତାରିଖରେ ଘଟିଥିବା ଏହି ମାମଲାରେ ଯାଜପୁର ସଦର ପୁଲିସ ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ କରି କୋର୍ଟଚାଲାଣ କରିଛି। କିନ୍ତୁ ଏବେବି ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି। ସେପଟେ ଗିରଫ କରିବାକୁ ଏତେ ଦିନ ବିଳମ୍ବ କାହିଁକି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି।
ଚାଓମିନ ଦେବାରେ ବିଳମ୍ବ କରିବାକୁ ନେଇ ବିବାଦ ଯୋଗୁ ନାବାଳକକୁ ହତ୍ୟା ଘଟଣାରେ ବିଳମ୍ବରେ କାର୍ୟ୍ୟାନୁଷ୍ଠାନ ନେଇଛି ପୁଲିସ। ଘଟଣାର ୮ ଦିନ ପରେ ଅଭିଯୁକ୍ତ ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ କରିଛି ଯାଜପୁର ପୁଲିସ। ତାପରେ ସାମନାକୁ ଆସିଛି ହତ୍ୟାକାଣ୍ଡର ପୂରା କାହାଣୀ।
ଚାଓମିନ ଖାଇବାକୁ ବାପା ଶୁକଦେବଙ୍କ ସହ ଯାଇଥିଲା ପୁଅ ଶାନ୍ତନୁ। କିନ୍ତୁ ଚାଓମିନ ଦୋକାନୀ ଅନ୍ୟମାନଙ୍କୁ ଖାଇବାକୁ ଦେଇଥିଲେ ବି ଶୁକଦେବଙ୍କୁ ଦେବାରେ ବିଳମ୍ବ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତାପରେ ଦୋକାନୀ ଓ ତାଙ୍କ ସହଯୋଗୀ ବାପ ଓ ପୁଅଙ୍କୁ ଲୁହାରଡ୍ ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ ଶାନ୍ତନୁ। ଚିକିତ୍ସାଧୀନ ଅବସ୍ଥାରେ ଶାନ୍ତନୁଙ୍କର ମୃତ୍ୟୁ ହୋଇଥିଲା।
ଏହି ଆକ୍ରମଣ ଘଟଣାକୁ ୭ ଦିନ ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଏବେବି ମୁଖ୍ୟ ଅଭିଯୁକ୍ତ ବ୍ୟବସାୟୀ ଫୋରର ଅଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶାନ୍ତନୁଙ୍କ ପରିବାର।
ପୁଲିସ ଅଭିଯୁକ୍ତ ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ କରି କୋର୍ଟଚାଲାଣ କରିଛି। କିନ୍ତୁ ଅନ୍ୟ ଫୋରର ଅଭିଯୁକ୍ତଙ୍କୁ କେବେ ବାନ୍ଧୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି।