‘Animal’ ପରେ ବଦଳିଗଲା ତୃପ୍ତିଙ୍କ ଭାଗ୍ୟ, ମୁମ୍ଵାଇରେ କିଣିଲେ ଆଲିଶାନ ବଙ୍ଗଳା

ଆନିମଲ ଫେମ୍‌ ତୃପ୍ତି ଡିମ୍ରି ।ତାଙ୍କ ସୁନ୍ଦରତା ଓ ଅଭିନୟରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଦିୱାନା କରିଥିଲେ । ଫିଲ୍ମ ‘ଆନିମଲ’ ଚଳଚ୍ଚିତ୍ରରେ ବିପୁଳ ସଫଳତା ମିଳିବା ପରେ ଅଭିନେତ୍ରୀଙ୍କ  ଭାଗ୍ୟ ବଦଳିଥିଲା। ପୂର୍ବରୁ କିଛି ଫିଲ୍ମରେ କାମ କରିଥିଲେ ବି ‘ଆନିମଲ’ ତାଙ୍କୁ ଲୋକପ୍ରିୟ କରାଇଥିଲା। ରାତାରାତି ‘ଇଣ୍ଟରନେଟ ସନସେସନ’ ପାଲଟିଯାଇଥିଲେ। ପରେ ସେ ସମସ୍ତଙ୍କ ପାଇଁ ସାଜିଥିଲେ ‘ନ୍ୟାସନାଲ କ୍ରସ’ । ସଫଳତା ମିଳିବ ପରେ ଏବେ ତୃପ୍ତି ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଅଭିନେତ୍ରୀ ମୁମ୍ବାଇର ବାନ୍ଦ୍ରାଠାରେ ତାଙ୍କର ଏକ ଡ୍ରିମ ହୋମ କିଣିଛନ୍ତି। ତୃପ୍ତିଙ୍କ ବଙ୍ଗଳା ବାନ୍ଦ୍ରା ୱେଷ୍ଟରେ ଅବସ୍ଥିତ । ଶାହାରୁଖ ଖାନ, ସଲମାନ ଖାନ, ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ଏହି ଅଞ୍ଚଳରେ ରୁହନ୍ତି। ତାଙ୍କ ନୂଆ ଘର ୨୨୨୬ ବର୍ଗଫୁଟର ଏକ ଜମି ଉପରେ ବ୍ୟାପିଛି ଏବଂ ଅଭିନେତ୍ରୀ ଏହାକୁ ୧୪କୋଟି ଟଙ୍କାରେ କିଣିଥିବା ଜଣାପଡିଛି । ଏହା ବ୍ୟତୀତ ଅଭିନେତ୍ରୀ ଷ୍ଟାମ୍ପ ଡ୍ୟୁଟି ପାଇଁ ୭୦ଲକ୍ଷ ଟଙ୍କା ଏବଂ ରେଜେଷ୍ଟ୍ରି ଫି’ ଭାବରେ ୩୦,୦୦୦ ଟଙ୍କା ଅତିରିକ୍ତ ଦେୟ ପ୍ରଦାନ କରିଛନ୍ତି। ଜୁନ୍ ୩, ୨୦୨୪ରେ ତୃପ୍ତି ଏହି ଚୁକ୍ତି କରିଥିଲେ ବୋଲି ଜଣାପଡିଛି ।ତୃପ୍ତି ୨୦୧୭ରେ ବଲିଉ‌ଡରେ ଡେବ୍ୟୁ କରିଥିଲେ। ହେଲେ ତାଙ୍କୁ ଡେବ୍ୟୁ ଫିଲ୍ମରୁ ଲୋକପ୍ରିୟତା ମିଳିନଥିଲା। ୨୦୧୭ରେ ‘ପୋଷ୍ଟର ବଏଜ୍’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ

‘Animal’ ପରେ ବଦଳିଗଲା ତୃପ୍ତିଙ୍କ ଭାଗ୍ୟ, ମୁମ୍ଵାଇରେ କିଣିଲେ ଆଲିଶାନ ବଙ୍ଗଳା

ଆନିମଲ ଫେମ୍‌ ତୃପ୍ତି ଡିମ୍ରି ।ତାଙ୍କ ସୁନ୍ଦରତା ଓ ଅଭିନୟରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଦିୱାନା କରିଥିଲେ । ଫିଲ୍ମ ‘ଆନିମଲ’ ଚଳଚ୍ଚିତ୍ରରେ ବିପୁଳ ସଫଳତା ମିଳିବା ପରେ ଅଭିନେତ୍ରୀଙ୍କ  ଭାଗ୍ୟ ବଦଳିଥିଲା। ପୂର୍ବରୁ କିଛି ଫିଲ୍ମରେ କାମ କରିଥିଲେ ବି ‘ଆନିମଲ’ ତାଙ୍କୁ ଲୋକପ୍ରିୟ କରାଇଥିଲା। ରାତାରାତି ‘ଇଣ୍ଟରନେଟ ସନସେସନ’ ପାଲଟିଯାଇଥିଲେ। ପରେ ସେ ସମସ୍ତଙ୍କ ପାଇଁ ସାଜିଥିଲେ ‘ନ୍ୟାସନାଲ କ୍ରସ’ । 

ସଫଳତା ମିଳିବ ପରେ ଏବେ ତୃପ୍ତି ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଅଭିନେତ୍ରୀ ମୁମ୍ବାଇର ବାନ୍ଦ୍ରାଠାରେ ତାଙ୍କର ଏକ ଡ୍ରିମ ହୋମ କିଣିଛନ୍ତି। ତୃପ୍ତିଙ୍କ ବଙ୍ଗଳା ବାନ୍ଦ୍ରା ୱେଷ୍ଟରେ ଅବସ୍ଥିତ । ଶାହାରୁଖ ଖାନ, ସଲମାନ ଖାନ, ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ଏହି ଅଞ୍ଚଳରେ ରୁହନ୍ତି। ତାଙ୍କ ନୂଆ ଘର ୨୨୨୬ ବର୍ଗଫୁଟର ଏକ ଜମି ଉପରେ ବ୍ୟାପିଛି ଏବଂ ଅଭିନେତ୍ରୀ ଏହାକୁ ୧୪କୋଟି ଟଙ୍କାରେ କିଣିଥିବା ଜଣାପଡିଛି । ଏହା ବ୍ୟତୀତ ଅଭିନେତ୍ରୀ ଷ୍ଟାମ୍ପ ଡ୍ୟୁଟି ପାଇଁ ୭୦ଲକ୍ଷ ଟଙ୍କା ଏବଂ ରେଜେଷ୍ଟ୍ରି ଫି’ ଭାବରେ ୩୦,୦୦୦ ଟଙ୍କା ଅତିରିକ୍ତ ଦେୟ ପ୍ରଦାନ କରିଛନ୍ତି। ଜୁନ୍ ୩, ୨୦୨୪ରେ ତୃପ୍ତି ଏହି ଚୁକ୍ତି କରିଥିଲେ ବୋଲି ଜଣାପଡିଛି ।

ତୃପ୍ତି ୨୦୧୭ରେ ବଲିଉ‌ଡରେ ଡେବ୍ୟୁ କରିଥିଲେ। ହେଲେ ତାଙ୍କୁ ଡେବ୍ୟୁ ଫିଲ୍ମରୁ ଲୋକପ୍ରିୟତା ମିଳିନଥିଲା। ୨୦୧୭ରେ ‘ପୋଷ୍ଟର ବଏଜ୍’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଶ୍ରେୟସ୍ ତଲପଡେ, ସନ୍ନି ଦେଓଲ୍ ଏବଂ ବବି ଦେଓଲ୍ କାମ କରିଥିଲେ। ଚଳଚ୍ଚିତ୍ରଟି ଏହାର ବଜେଟ୍ ଠାରୁ ଅଧିକ ରୋଜଗାର କରିଥିଲା । କିନ୍ତୁ ତୃପ୍ତିଙ୍କୁ ଲୋକପ୍ରିୟତା ମିଳିପାରିନଥିଲା। ଏହା ପରେ ତାଙ୍କ ଚଳଚ୍ଚିତ୍ର ”ମମ’ ରିଲିଜ୍ ହୋଇଥିଲା। ଯେଉଁଥିରେ ସେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ନଜର ଆସିଥିଲେ। ‘ଲୈଲା ମଜନୁ’ ପରେ ସେ ଫିଲ୍ମ ‘ବୁଲବୁଲ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ସେ କରିଥିବା ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥିଲା।