ବିହାରରେ ବଦଳିବ ମୁଖ୍ୟମନ୍ତ୍ରୀ! ଭାଜପା ନେତାଙ୍କ ବୟାନକୁ ନେଇ ବଢିଲା ନୀତୀଶଙ୍କ ଟେନସନ୍‌, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୨୭।୬: ପିଏମ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ପରେ ମଧ୍ୟ ରାଜନୀତି ଚର୍ଚ୍ଚା ଶେଷ ହୋନାହିଁ। ଗୋଟିଏ ପଟେ ଇଣ୍ଡିଆ ସହଯୋଗୀ ଦଳର ନେତାଙ୍କ ପକ୍ଷରୁ କ୍ଷମତା ବଦଳାଇବା ଦାବି କରାଯାଉଥିବା ବେଳେ ଅନ୍ୟପକ୍ଷରେ ଭାଜପା ଗଠବନ୍ଧନ ମଧ୍ୟରେ କୌଣସି ଭଲ ସଙ୍କେତ ମିଳୁନାହିଁ। ବିହାର ଭାଜପା ନେତା ଅଶ୍ୱିନୀ କୁମାର ଚୌବେ ନୀତୀଶ କୁମାରଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। […] The post ବିହାରରେ ବଦଳିବ ମୁଖ୍ୟମନ୍ତ୍ରୀ! ଭାଜପା ନେତାଙ୍କ ବୟାନକୁ ନେଇ ବଢିଲା ନୀତୀଶଙ୍କ ଟେନସନ୍‌, ଜାଣନ୍ତୁ କ’ଣ କହିଲେ appeared first on Dharitri Odia News.

ବିହାରରେ ବଦଳିବ ମୁଖ୍ୟମନ୍ତ୍ରୀ! ଭାଜପା ନେତାଙ୍କ ବୟାନକୁ ନେଇ ବଢିଲା ନୀତୀଶଙ୍କ ଟେନସନ୍‌, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୨୭।୬: ପିଏମ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ପରେ ମଧ୍ୟ ରାଜନୀତି ଚର୍ଚ୍ଚା ଶେଷ ହୋନାହିଁ। ଗୋଟିଏ ପଟେ ଇଣ୍ଡିଆ ସହଯୋଗୀ ଦଳର ନେତାଙ୍କ ପକ୍ଷରୁ କ୍ଷମତା ବଦଳାଇବା ଦାବି କରାଯାଉଥିବା ବେଳେ ଅନ୍ୟପକ୍ଷରେ ଭାଜପା ଗଠବନ୍ଧନ ମଧ୍ୟରେ କୌଣସି ଭଲ ସଙ୍କେତ ମିଳୁନାହିଁ। ବିହାର ଭାଜପା ନେତା ଅଶ୍ୱିନୀ କୁମାର ଚୌବେ ନୀତୀଶ କୁମାରଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି।
ଯାହାକୁ ନେଇ ଏବେ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଚୌବେ କହିଛନ୍ତି ଯେ ବର୍ତ୍ତମାନ ଭାଜପା ବିହାରରେ କ୍ଷମତାର ନେତୃତ୍ୱ ନେବା ଉଚିତ୍‌। ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଭାଜପା ନିଜେ କ୍ଷମତାକୁ ଆସି ଏନଡିଏ ଦଳକୁ ବଢାଉ। ମୋର ବିଶ୍ୱାସ ଯେ ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ତୁରନ୍ତ କାମ ଆରମ୍ଭ କରିବା ଉଚିତ୍‌।

ଏହାପୂର୍ବରୁ ଆରଜେଡି ବିଧାୟକ ଭାଇ ବିରେନ୍ଦ୍ର ନୀତୀଶ କୁମାରଙ୍କ ବିଷୟରେ ଏକ ବଡ଼ ଦାବି କରିଥିଲେ। ସେ କହିଥିଲେ, ନୀତୀଶ କୁମାର ଭାଜପା ଛାଡି ସେ ଇଣ୍ଡିଆ ଆଲାଇନ୍ସର ଏକ ସାମିଲ ହେବେ।

The post ବିହାରରେ ବଦଳିବ ମୁଖ୍ୟମନ୍ତ୍ରୀ! ଭାଜପା ନେତାଙ୍କ ବୟାନକୁ ନେଇ ବଢିଲା ନୀତୀଶଙ୍କ ଟେନସନ୍‌, ଜାଣନ୍ତୁ କ’ଣ କହିଲେ appeared first on Dharitri Odia News.