ପୁଣି ମହଙ୍ଗା ହେଲା ସୁନା, ଭୁବନେଶ୍ୱରରେ ହେଲା ଏତିକି…

ନୂଆଦିଲ୍ଲୀ,୨୦।୭: ଗତ କିଛି ଦିନ ଧରି ସୁନାର ମୂଲ୍ୟରେ ନିରନ୍ତର ବୃଦ୍ଧି ଘଟି ଚାଲିଛି। ଗୋଟିଏ ସପ୍ତାହ ମଧ୍ୟରେ ସୁନାର ମୂଲ୍ୟ ପ୍ରାୟ ୩୩୦ ଟଙ୍କା ବୃଦ୍ଧି ପାଇଛି ଏବଂ ବଜାରରେ ଏହାର ମୂଲ୍ୟ ପୁଣି ଥରେ ଏକ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରିଛି। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ୨୩ ତାରିଖରେ ସୁନା ପ୍ରଥମ ଥର ପାଇଁ ଏକ ଲକ୍ଷ ଟଙ୍କାର ଐତିହାସିକ ସ୍ତର ଅତିକ୍ରମ କରିଥିଲା। ଆସନ୍ତୁ ଜାଣିବା ଆପଣଙ୍କ ସହରରେ […] The post ପୁଣି ମହଙ୍ଗା ହେଲା ସୁନା, ଭୁବନେଶ୍ୱରରେ ହେଲା ଏତିକି… appeared first on Dharitri Odia News.

ପୁଣି ମହଙ୍ଗା ହେଲା ସୁନା, ଭୁବନେଶ୍ୱରରେ ହେଲା ଏତିକି…

ନୂଆଦିଲ୍ଲୀ,୨୦।୭: ଗତ କିଛି ଦିନ ଧରି ସୁନାର ମୂଲ୍ୟରେ ନିରନ୍ତର ବୃଦ୍ଧି ଘଟି ଚାଲିଛି। ଗୋଟିଏ ସପ୍ତାହ ମଧ୍ୟରେ ସୁନାର ମୂଲ୍ୟ ପ୍ରାୟ ୩୩୦ ଟଙ୍କା ବୃଦ୍ଧି ପାଇଛି ଏବଂ ବଜାରରେ ଏହାର ମୂଲ୍ୟ ପୁଣି ଥରେ ଏକ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରିଛି। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ୨୩ ତାରିଖରେ ସୁନା ପ୍ରଥମ ଥର ପାଇଁ ଏକ ଲକ୍ଷ ଟଙ୍କାର ଐତିହାସିକ ସ୍ତର ଅତିକ୍ରମ କରିଥିଲା। ଆସନ୍ତୁ ଜାଣିବା ଆପଣଙ୍କ ସହରରେ ସୁନା ଏବଂ ରୂପାର ସର୍ବଶେଷ ମୂଲ୍ୟ କ’ଣ?

ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧,୦୦,୧୯୦ ଟଙ୍କାରେ ଉପଲବ୍ଧ, ଯେତେବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୯୧,୮୫୦ ଟଙ୍କା। ବର୍ତ୍ତମାନ ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୯୧,୭୦୦ ଟଙ୍କାରେ ଉପଲବ୍ଧ, ସେହିପରି ୨୪ କ୍ୟାରେଟ ସୁନା ୧,୦୦,୦୪୦ ଟଙ୍କାରେ କାରବାର ହେଉଛି। ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧,୦୦,୦୪୦ ଏବଂ ୨୨ କ୍ୟାରେଟ ସୁନା ଦର ୯୧,୭୦୦ ଟଙ୍କର ରହିଛି।

The post ପୁଣି ମହଙ୍ଗା ହେଲା ସୁନା, ଭୁବନେଶ୍ୱରରେ ହେଲା ଏତିକି… appeared first on Dharitri Odia News.