ATM Services on Indian Trains: ଭାରତୀୟ ରେଳବାଇର ନୂଆ ବ୍ୟବସ୍ଥା, ଟ୍ରେନ ଭିତରେ ମିଳିବ ଏଟିଏମ ସେବା
ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଏକ ନୂଆ ସୁବିଧା ଲଞ୍ଚ କରାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଥମ ଥର ଟ୍ରେନ ମଧ୍ୟରେ ଏଟିଏମ ସେବା ଲଞ୍ଚ କରାଯାଇଛି। ମୁମ୍ବାଇରୁ ନାସିକ ମଧ୍ୟରେ ଯାତ୍ରା କରୁଥିବା ପଞ୍ଚବଟୀ ଏକ୍ସପ୍ରେସରେ ଏହାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି। ପ୍ରଥମ ଥର ଏହାର ଟ୍ରାଏଲ କରାଯାଇଥିବା ବେଳେ ଏହା ସଫଳ ହୋଇଥିବା କୁହାଯାଇଛି।