Attack on Former MLA's Vehicle: ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଆକ୍ରମଣ, ପଥର ମାଫିଆଙ୍କୁ ଦୋଷ ଦେଲେ ପ୍ରଣବ
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରବିବାର ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆକ୍ରମଣ ହୋଇଛି। ଧର୍ମଶାଳା ବ୍ଲକର ଆରୁହା ଗ୍ରାମରେ ହେଉଥିବା ହିଙ୍ଗୁଳା ଯଜ୍ଞକୁ ମା ଙ୍କ ଦର୍ଶନ କରିବାକୁ ନିଜର ସମର୍ଥକ ମାନଙ୍କ ସହ ଯାଉଥିଲେ ପ୍ରଣବ। ସେଠାରେ କିଛି ଲୋକ ଲୋକ ପ୍ରଣବଙ୍କ ଗାଡିକୁ ଅଟକାଇବା ସହ ଝଗଡା କରିଥିଲେ।