ଉତ୍ତରାଖଣ୍ଡରେ କଂଗ୍ରେସକୁ ଶକ୍ତା ଝଟ୍‌କା; ଦଳ ଛାଡ଼ି ବିଜେପିରେ ମିଶିଲେ ବରିଷ୍ଠ ବିଧାୟକ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ କଂଗ୍ରେସକୁ ଶକ୍ତା ଝଟ୍‌କା ଲାଗିଛି। ରବିବାର ବିଧାୟକ ରାଜେନ୍ଦ୍ର ଭଣ୍ଡାରୀ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବାରୁ ରାଜେନ୍ଦ୍ରଙ୍କ ବିଜେପିରେ ସାମିଲ୍ ହେବା ରାଜ୍ୟରେ ଶାସକୁ ଦଳକୁ ବଳ ଦେବ ବୋଲି କୁହାଯାଉଛି। ୬୦ ବର୍ଷୀୟ ଭଣ୍ଡାରୀ ବଦ୍ରିନାଥରୁ ବିଧାୟକ ଥିଲେ। ରବିବାର ଦିଲ୍ଲୀରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି।  ଶ୍ରୀ ଭଣ୍ଡାରୀଙ୍କୁ ସ୍ୱାଗତ କରି ଗୋୟଲ କହିଛନ୍ତି “ ସେ(ଭଣ୍ଡାରୀ) ବଦ୍ରିନାଥର ଲୋକମାନଙ୍କ ପାଇଁ ସେବା କରିଛନ୍ତି। ଦୁର୍ନୀତି ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ସାରା ଦେଶରେ ଯେଉଁଭଳି କାମ କରୁଛନ୍ତି, ଐତିହ୍ୟର ସୁରକ୍ଷା ଓ ଦେଶ ବିକାଶ ଭଣ୍ଡାରୀଙ୍କୁ ବିଜେପିରେ ସାମିଲ୍‌ ହେବାକୁ ଅନୁପ୍ରାଣିତ କରିଛି।” ସେହିପରି ରାଜ୍ୟରେ ବିଜେପି ଯେଉଁ ବିକାଶମୂଳକ କାର୍ଯ୍ୟ କରିଛି ସେଥିରେ ଅନୁପ୍ରାଣିତ ହୋଇ ଶ୍ରୀ ଭଣ୍ଡାରୀ ଦଳରେ ସାମିଲ୍ ହୋଇଛନ୍ତି ବୋଲି ଧାମୀ କହିଛନ୍ତି। ସେପଟେ ଭଣ୍ଡାରୀ କାହିଁକି କଂଗ୍ରେସ ଛାଡ଼ିଲେ ସେ ନେଇ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ଉତ୍ତରାଖଣ୍ଡରେ କଂଗ୍ରେସକୁ ଶକ୍ତା ଝଟ୍‌କା; ଦଳ ଛାଡ଼ି ବିଜେପିରେ ମିଶିଲେ ବରିଷ୍ଠ ବିଧାୟକ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ କଂଗ୍ରେସକୁ ଶକ୍ତା ଝଟ୍‌କା ଲାଗିଛି। ରବିବାର ବିଧାୟକ ରାଜେନ୍ଦ୍ର ଭଣ୍ଡାରୀ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବାରୁ ରାଜେନ୍ଦ୍ରଙ୍କ ବିଜେପିରେ ସାମିଲ୍ ହେବା ରାଜ୍ୟରେ ଶାସକୁ ଦଳକୁ ବଳ ଦେବ ବୋଲି କୁହାଯାଉଛି। 

୬୦ ବର୍ଷୀୟ ଭଣ୍ଡାରୀ ବଦ୍ରିନାଥରୁ ବିଧାୟକ ଥିଲେ। ରବିବାର ଦିଲ୍ଲୀରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି।  

ଶ୍ରୀ ଭଣ୍ଡାରୀଙ୍କୁ ସ୍ୱାଗତ କରି ଗୋୟଲ କହିଛନ୍ତି “ ସେ(ଭଣ୍ଡାରୀ) ବଦ୍ରିନାଥର ଲୋକମାନଙ୍କ ପାଇଁ ସେବା କରିଛନ୍ତି। ଦୁର୍ନୀତି ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ସାରା ଦେଶରେ ଯେଉଁଭଳି କାମ କରୁଛନ୍ତି, ଐତିହ୍ୟର ସୁରକ୍ଷା ଓ ଦେଶ ବିକାଶ ଭଣ୍ଡାରୀଙ୍କୁ ବିଜେପିରେ ସାମିଲ୍‌ ହେବାକୁ ଅନୁପ୍ରାଣିତ କରିଛି।” 

ସେହିପରି ରାଜ୍ୟରେ ବିଜେପି ଯେଉଁ ବିକାଶମୂଳକ କାର୍ଯ୍ୟ କରିଛି ସେଥିରେ ଅନୁପ୍ରାଣିତ ହୋଇ ଶ୍ରୀ ଭଣ୍ଡାରୀ ଦଳରେ ସାମିଲ୍ ହୋଇଛନ୍ତି ବୋଲି ଧାମୀ କହିଛନ୍ତି। ସେପଟେ ଭଣ୍ଡାରୀ କାହିଁକି କଂଗ୍ରେସ ଛାଡ଼ିଲେ ସେ ନେଇ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।