ବିବାଦରେ ହରଭଜନ, ଯୁବରାଜ ଓ ସୁରେଶ, ଥାନାରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ: ଓ୍ଵାର୍ଲ୍ଡ ଚାମ୍ପିଅନଶିପ ଲିଜେଣ୍ଡରେ ପାକିସ୍ତାନକୁ ହରାଇ ଚାମ୍ପିଅନ  ହୋଇଛି ଭାରତୀୟ ଲିଜେଣ୍ଡ। ତେବେ ହୋଟେଲ୍‌ରେ ଉତ୍ସବ ପାଳନ କରିବା ସମୟରେ ତିନି ପୂର୍ବତନ ଭାରତୀୟ କ୍ରିକେଟ୍ ଏବେ ବିବାଦ ଘେରରେ। ଏ ନେଇ ପୂର୍ବତନ କ୍ରିକେଟର ହରଭଜନ ସିଂହ, ସୁରେଶ ରୈନା, ଯୁବରାଜ ସିଂହ ଏବଂ ଗୁରକିରତ ମାନଙ୍କ ବିରୋଧେର ପୋଲିସ ମାମଲା ରୁଜୁ କରିଛି । ଏହି ପୂର୍ବତନ କ୍ରିକେଟରଙ୍କ ବିରୋଧରେ ଦିବ୍ୟାଙ୍ଗଙ୍କୁ ଉପହାସ କରି ଇନଷ୍ଟାଗ୍ରାମ ରିଲ୍‌ କରିଥିବା ନେଇ ଅଭିଯୋଗ ହୋଇଛି ।   ନ୍ୟାସନାଲ ସେଣ୍ଟର ଫର ପ୍ରମୋସନ ଅଫ ଏମ୍ପ୍ଲୋୟମେଣ୍ଟ ଫର ଡିଜାବଲ ପିପୁଲ (ଏନସିପିଇଡିପି)ର ନିର୍ଦ୍ଦେଶକ ଅରମାନ ଅଲି ଏନେଇ ଅଭିଯୋଗ କରିଥିଲେ । କ୍ରିକେଟରଙ୍କ ବ୍ୟତୀତ ମେଟା ଇଣ୍ଡିଆର ଏମଡି ସନ୍ଧ୍ୟା ଦେବଦାଥନଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିବା ଜଣାପଡ଼ିଛି  । ମେଟାର ମାଲିକାନାରେ ଥିବା ଇନଷ୍ଟାଗ୍ରାମ ଆଇଟି ନିୟମ ୨୦୦୦ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି । ଅମର କଲୋନି ପୋଲିସ ଷ୍ଟେସନ୍‌ରେ ମାମଲା ରୁଜୁ ହୋଇଥିବା ବେଳେ ଜିଲ୍ଲାର ସାଇବର ସେଲକୁ ମାମଲା ହସ୍ତାନ୍ତର ହୋଇଥିବା ନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଓ୍ବାର୍ଲଡ ଚାମ୍ପିୟନ୍ସ ଅଫ ଲିଜେଣ୍ଡ ଫାଇନାଲରେ ପାକିସ୍ତାନକୁ ହରାଇ ଭାରତୀୟ ଲିଜେଣ୍ଡ ଟିମ୍‌ ବିଜୟୀ ହୋଇଥିଲା। ଏହି ଦିନ ଯୁବରାଜ ସିଂହ, ହରଭଜନ ସିଂହ, ସୁରେଶ ରୈନା ଅଣ୍ଟାକୁ ଧରି ଦିବ୍ୟାଙ

ବିବାଦରେ ହରଭଜନ, ଯୁବରାଜ ଓ ସୁରେଶ, ଥାନାରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ: ଓ୍ଵାର୍ଲ୍ଡ ଚାମ୍ପିଅନଶିପ ଲିଜେଣ୍ଡରେ ପାକିସ୍ତାନକୁ ହରାଇ ଚାମ୍ପିଅନ  ହୋଇଛି ଭାରତୀୟ ଲିଜେଣ୍ଡ। ତେବେ ହୋଟେଲ୍‌ରେ ଉତ୍ସବ ପାଳନ କରିବା ସମୟରେ ତିନି ପୂର୍ବତନ ଭାରତୀୟ କ୍ରିକେଟ୍ ଏବେ ବିବାଦ ଘେରରେ। ଏ ନେଇ ପୂର୍ବତନ କ୍ରିକେଟର ହରଭଜନ ସିଂହ, ସୁରେଶ ରୈନା, ଯୁବରାଜ ସିଂହ ଏବଂ ଗୁରକିରତ ମାନଙ୍କ ବିରୋଧେର ପୋଲିସ ମାମଲା ରୁଜୁ କରିଛି । ଏହି ପୂର୍ବତନ କ୍ରିକେଟରଙ୍କ ବିରୋଧରେ ଦିବ୍ୟାଙ୍ଗଙ୍କୁ ଉପହାସ କରି ଇନଷ୍ଟାଗ୍ରାମ ରିଲ୍‌ କରିଥିବା ନେଇ ଅଭିଯୋଗ ହୋଇଛି ।   ନ୍ୟାସନାଲ ସେଣ୍ଟର ଫର ପ୍ରମୋସନ ଅଫ ଏମ୍ପ୍ଲୋୟମେଣ୍ଟ ଫର ଡିଜାବଲ ପିପୁଲ (ଏନସିପିଇଡିପି)ର ନିର୍ଦ୍ଦେଶକ ଅରମାନ ଅଲି ଏନେଇ ଅଭିଯୋଗ କରିଥିଲେ । କ୍ରିକେଟରଙ୍କ ବ୍ୟତୀତ ମେଟା ଇଣ୍ଡିଆର ଏମଡି ସନ୍ଧ୍ୟା ଦେବଦାଥନଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିବା ଜଣାପଡ଼ିଛି  । 

ମେଟାର ମାଲିକାନାରେ ଥିବା ଇନଷ୍ଟାଗ୍ରାମ ଆଇଟି ନିୟମ ୨୦୦୦ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି । ଅମର କଲୋନି ପୋଲିସ ଷ୍ଟେସନ୍‌ରେ ମାମଲା ରୁଜୁ ହୋଇଥିବା ବେଳେ ଜିଲ୍ଲାର ସାଇବର ସେଲକୁ ମାମଲା ହସ୍ତାନ୍ତର ହୋଇଥିବା ନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଓ୍ବାର୍ଲଡ ଚାମ୍ପିୟନ୍ସ ଅଫ ଲିଜେଣ୍ଡ ଫାଇନାଲରେ ପାକିସ୍ତାନକୁ ହରାଇ ଭାରତୀୟ ଲିଜେଣ୍ଡ ଟିମ୍‌ ବିଜୟୀ ହୋଇଥିଲା। ଏହି ଦିନ ଯୁବରାଜ ସିଂହ, ହରଭଜନ ସିଂହ, ସୁରେଶ ରୈନା ଅଣ୍ଟାକୁ ଧରି ଦିବ୍ୟାଙ୍ଗଙ୍କ ପରି ଛୋଟେଇ ଛୋଟେଇ ଚାଲୁଥିବାର ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । 

ଭିଡିଓ କ୍ୟାପ୍ସନରେ ଲେଖାଥିଲା, ‘୧୫ ଦିନରେ ଶରୀରରେ ତୌବା-ତୌବା ହୋଇଯାଇଛି । ଶରୀରର ସବୁ ଅଙ୍ଗ ଯନ୍ତ୍ରଣା ହେଉଛି । ତୌବା ତୌବା ଡ୍ୟାନ୍ସରେ ସିଧା ଟକ୍କର । କେତେ ସୁନ୍ଦର ଗୀତ ।’ ଏଭଳି ଭିଡିଓ ଦିବ୍ୟାଙ୍କଙ୍କୁ ଥଟ୍ଟା କଲା ଭଳି ହୋଇଥିବା ବେଳେ ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି କେହି କେହି କହିଛନ୍ତି । ସେପଟେ ଭିଡିଓକୁ ନେଇ ବିବାଦ ଆରମ୍ଭ ହେବା ପରେ ହରଭଜନ ସିଂହ ପ୍ରତିକ୍ରିୟା ଦେଇଛନ୍ତି ।


 


ଇନଷ୍ଟାରେ ପୋଷ୍ଟ ସେୟାର କରି କହିଛନ୍ତି ଯେ, ଆମେ କାହା ଭାବାବେଗକୁ ଆଘାତ ଦେଇ ନାହୁଁ । ଲଗାତାର ୧୫ ଦିନ ମ୍ୟାଚ୍‌ ଖେଳିବା ପରେ ଆମ ଶରୀରର ଅବସ୍ଥା ସଂପର୍କରେ କହିବାକୁ ଚେଷ୍ଟା କରିଥିଲୁ । ମୁଁ ଇଂଲଣ୍ଡରେ ଓ୍ଵାର୍ଲ୍ଡ ଚାମ୍ପିଅନଶିପ୍ ଅଫ ଲିଜେଣ୍ଡ ଟ୍ରଫି ଜିତିବା ପରେ ଏକ ଭିଡିଓ ସେୟାର କରିଥିଲି। ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ଆମେ କାହାରି ଭାବାବେଗକୁ ଆଘାତ ଦେବାକୁ ଚାହିଁନୁ। ଆମେ ପ୍ରତ୍ୟେକ ବ୍ୟକ୍ତି ଓ ପୁରା ସମାଜର ଆଦର କରୁ। ମୁଁ ଯେଉଁ ଭିଡିଓ ସେୟାର କରିଥିଲେ, ତାହା କେବଳ ୧୫ଦିନ କ୍ରିକେଟ୍ ଖେଳିବା ପରେ ଆମ ଶରୀରର ଅବସ୍ଥା ବିଷୟରେ ଜଣାଇବାକୁ ଚାହିଁଥିଲୁ। 

ଆମ ଶରୀର ବହୁତ ପୀଡ଼ା ଥିଲା, ଆମେ କାହାକୁ ଅପମାନ କରିବାକୁ ଚାହୁଁଥିଲୁ। ଯଦି ଆପଣ ଭାବୁଛନ୍ତି ଆମେ ଭୁଲ ତେବେ ସମସ୍ତଙ୍କୁ କ୍ଷମା ମାଗୁଛୁ। ଦୟା କରି ମାମଲାକୁ ଏଠି ସମାପ୍ତ କରନ୍ତୁ ଏବଂ ନିଜ ଜୀବନରେ ଆଗକୁ ବଢନ୍ତୁ। ସମସ୍ତେ ଖୁସିରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ମୋ ତରଫରୁ ସମସ୍ତଙ୍କୁ ଭଲ ପାଇବା ରହିଛି।